Bribe / କେସ୍ ଡାଏରୀ ଦାଖଲ ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ; ଧରାପଡ଼ିଲେ ମହିଳା IIC
·3 months ago·2 min read

Key Points
ଲାଞ୍ଚ ନେଇ ବନ୍ଧା ହେଲେ ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ଦଶମନ୍ତପୁର ଥାନା ଆଇଆଇସି ସୁକମା ହାଂସଦା ।
କୋରାପୁଟ: ଅନ୍ୟକୁ ହାତକଡ଼ି ପିନ୍ଧାଉଥିଲେ । ଏବେ ତାଙ୍କ ହାତରେ ପଡ଼ିଲା ହାତକଡ଼ି । ଲାଞ୍ଚ ନେଇ ବନ୍ଧା ହେଲେ ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ଦଶମନ୍ତପୁର ଥାନା ଆଇଆଇସି ସୁକମା ହାଂସଦା ।
ଯୁବତୀଙ୍କୁ ପ୍ରତାରଣା ମାମଲାରେ ଆଇଆଇସି ଅଭିଯୁକ୍ତଙ୍କ ସମ୍ପର୍କୀୟ ଠାରୁ ଲାଞ୍ଚ ନେଉଥିଲେ । କେସ୍ ଡାଏରୀ ସହ କୋର୍ଟରେ ଜାମିନ୍ କରାଇ ଦେବା ଲାଗି ମାଗିଥିଲେ ୨୦ ହଜାର ଟଙ୍କା । ଆଉ ଗୁରୁବାର ଥାନା ଅଧିକାରୀ ସୁକମା ଟଙ୍କା ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସର ୧୫ ଜଣିଆ ଟିମ୍ ।
ଏଥିସହ ପଢ଼ନ୍ତୁ: ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ
ସୂଚୀନା ଅନୁସାରେ, କିଛିଦିନ ତଲେ ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତ ଛଟାଗୁଡ଼ା ଗାଁର ରାମେଶ୍ଵର ବିଶୋୟୀଙ୍କ ନାଁରେ ଜଣେ ଯୁବତୀ ଅଭିଯୋଗ ଆଣିଥିଲେ । ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରିବାରୁ ଥାନାର ଦ୍ଵାରସ୍ଥ ହୋଇଥିଲେ ଯୁବତୀ ।
ଏହି ମାମଲାରେ କେସ୍ ଡାଏରୀ ଦାଖଲ ସହ ଜାମିନ୍ କରାଇ ଦେବା ଲାଗି ମାମଲାର ତଦନ୍ତକାରୀ ଅଧିକାରୀ ସୁକମା ହାଂସଦା ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ, ଭିଜିଲାନ୍ସ ଛକି ରହିଥିଲା । ଆଇଆଇସି ଲାଞ୍ଚ ଟଙ୍କା ନେବା ବେଳେ ଧରି ନେଇଥିଲା ଭିଜିଲାନ୍ସ ।
ଏଥିସହ ପଢ଼ନ୍ତୁ: ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ
ଦଶମନ୍ତପୁର ଥାନା ଅଧିକାରୀ ସୁକମା ହାଂସଦାଙ୍କ ନିକଟରୁ ଭିଜିଲାନ୍ସ ୨୦ ହଜାର ଟଙ୍କା ଜବତ କରିଛି । ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଆଇସି ସୁକମା ହାଂସଦାଙ୍କ ୨ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ି ପାଇଁ ଭିଜିଲାନ୍ସ ସୁକମା ହାଂସଦାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ସୁକମା ହାଂସଦାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ନମ୍ବର ୩୯/୨୦୨୫, ୭ପିସି (ସଂଶୋଧନ) ଆଇନ, ୨୦୧୮ରେ ମାମଵା ପଞ୍ଜିକୃତ ହୋଇଛି । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି ।

Bail was moved for the accused lodged in jail, & the Court had called for the case diary. IIC, being the IO, had demanded bribe to facilitate the bail. In this connection, Koraput Vigilance PS Case No 39/2025, U/s 7PC (Amd) Act, 2018, regd against the IIC. Investigation on.
— Odisha Vigilance (@OdishaVigilance) December 18, 2025
ଏହି ମାମଲାରେ କେସ୍ ଡାଏରୀ ଦାଖଲ ସହ ଜାମିନ୍ କରାଇ ଦେବା ଲାଗି ମାମଲାର ତଦନ୍ତକାରୀ ଅଧିକାରୀ ସୁକମା ହାଂସଦା ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ, ଭିଜିଲାନ୍ସ ଛକି ରହିଥିଲା । ଆଇଆଇସି ଲାଞ୍ଚ ଟଙ୍କା ନେବା ବେଳେ ଧରି ନେଇଥିଲା ଭିଜିଲାନ୍ସ ।
ଏଥିସହ ପଢ଼ନ୍ତୁ: ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ
ଦଶମନ୍ତପୁର ଥାନା ଅଧିକାରୀ ସୁକମା ହାଂସଦାଙ୍କ ନିକଟରୁ ଭିଜିଲାନ୍ସ ୨୦ ହଜାର ଟଙ୍କା ଜବତ କରିଛି । ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଆଇସି ସୁକମା ହାଂସଦାଙ୍କ ୨ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ି ପାଇଁ ଭିଜିଲାନ୍ସ ସୁକମା ହାଂସଦାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ସୁକମା ହାଂସଦାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ନମ୍ବର ୩୯/୨୦୨୫, ୭ପିସି (ସଂଶୋଧନ) ଆଇନ, ୨୦୧୮ରେ ମାମଵା ପଞ୍ଜିକୃତ ହୋଇଛି । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories