Videos
|
Crime

Bhubaneswar Murder Case / କୁଞ୍ଜଲତା ନନ୍ଦ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତକୁ ଧରାଇଦେଲା ମୋବାଇଲ, ସୁରଟରୁ ବଳଭଦ୍ରକୁ ଧରିଲା ପୋଲିସ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କୁଞ୍ଜଲତା ନନ୍ଦ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତକୁ ଧରାଇଦେଲା ମୋବାଇଲ, ସୁରଟରୁ ବଳଭଦ୍ରକୁ ଧରିଲା ପୋଲିସ
Bhubaneswar Murder Case

Key Points

କୁଞ୍ଜଲତା ନନ୍ଦ ହତ୍ୟାକାଣ୍ଡ ମାମଲା
ମୋବାଇଲ୍ ଟ୍ରାକିଂରୁ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ
ସୁରଟରୁ ଅଭିଯୁକ୍ତକୁ କାବୁ କଲା ପୋଲିସ

ଭୁବନେଶ୍ବର କୁଞ୍ଜଲତା ନନ୍ଦ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଳଭଦ୍ର ମହାରଣାକୁ ଧରାଇଦେଲା ମୋବାଇଲ୍ । ଲୁଧିଆନାରୁ ସୁରଟରେ ପୋଲିସ ଜାଲରେ ଧରାପଡ଼ିଲା ଫେରାର ହତ୍ୟାକାରୀ । କୁଞ୍ଜଲତା ନନ୍ଦ ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବଳଭଦ୍ର ମହାରଣା ଶେଷରେ ପୋଲିସର ଜାଲରେ ପଡ଼ିଛି । ପୋଲିସକୁ ଚକମା ଦେବା ପାଇଁ ସେ ବାରମ୍ବାର ନିଜର ମୋବାଇଲ୍ ନମ୍ବର ଏବଂ ଲୋକେସନ୍ ବଦଳାଉଥିଲା । ମାତ୍ର ଶେଷରେ ଏହି ମୋବାଇଲ୍ ହିଁ ତା'ର ପରିଚୟ ସାମ୍ନାକୁ ଆଣିଥିଲା ଏବଂ ଟେକ୍ନିକାଲ୍ ସର୍ଭିଲାନ୍ସ ଜରିଆରେ ପୋଲିସ ତା'ର ଠିକଣା ଜାଣିପାରିଥିଲା ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବଳଭଦ୍ର ଓଡ଼ିଶା ଛାଡ଼ି ପ୍ରଥମେ ପଞ୍ଜାବର ଲୁଧିଆନା ଏବଂ ସେଠାରୁ ଗୁଜରାଟର ସୁରଟକୁ ଖସିଯାଇଥିଲା । ସୁରଟରୁ ପୁଣି ଦିଲ୍ଲୀ ଫେରାର ହେବା ପାଇଁ ସେ ଯୋଜନା କରୁଥିବାବେଳେ ସୁରଟ କ୍ରାଇମବ୍ରାଞ୍ଚ ଏବଂ ଭଦୋଦରା ଗ୍ରାମାଞ୍ଚଳର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏକ ମିଳିତ ଅପରେସନ୍ କରି ତାକୁ କାବୁ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ପୋଲିସର ପଚରାଉଚରା ଏବଂ ତଦନ୍ତରୁ ହତ୍ୟାର ପୂରା ଷଡ଼ଯନ୍ତ୍ର, ଜବତ ସାମଗ୍ରୀ ଏବଂ ଲୁଟ୍ ଟଙ୍କା ସମ୍ପର୍କରେ ଅଧିକ ସୂଚନା ସାମ୍ନାକୁ ଆସୁଛି ।

ସେପଟେ ଧରାପଡ଼ିବା ପରେ ମୁଖ୍ୟ ଅଭିଯୁକ୍ତ ବଳଭଦ୍ର ମହାରଣାକୁ ସୁରଟରୁ ଭୁବନେଶ୍ୱର ଅଣାଯିବ । ଟ୍ରାନଜିଟ୍ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି ମିଳିଛି । ଅଭିଯୁକ୍ତ ବଳଭଦ୍ରଙ୍କୁ ଭୁବନେଶ୍ୱର ଆଣିବା ପାଇଁ କମିଶନରେଟ୍ ପୋଲିସକୁ ଟ୍ରାନଜିଟ୍ ରିମାଣ୍ଡ ଅନୁମତି ମିଳିଛି । ସୁରଟର ଅଷ୍ଟମ ଅତିରିକ୍ତ ସିନିୟର ସିଭିଲ୍ ଜଜ୍ ତଥା ଏସିଜେଏମ୍ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ପୋଲିସ ତାଙ୍କୁ ଓଡ଼ିଶା ଆଣିବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୧୧ ତାରିଖରୁ ନଭେମ୍ବର ୧୬ ତାରିଖ ସକାଳ ୧୧ଟା ପର୍ଯ୍ୟନ୍ତ ଟ୍ରାନଜିଟ୍ ରିମାଣ୍ଡ ମଞ୍ଜୁର କରାଯାଇଛି । ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ପୃକ୍ତ କୋର୍ଟରେ ହାଜର କରିବାକୁ ସୁରଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: