Tiger Killed / ଶିକାରୀଙ୍କ ଫାଶରେ ପଡ଼ି ଛଟପଟ ହୋଇ ମଲା କଲରାପତରିଆ ବାଘ
·1 hour ago·2 min read

Key Points
ଜଙ୍ଗଲ ଭିତରେ କଲରାପତରିଆ ବାଘକୁ ହତ୍ୟା । ବାର୍ହା ଶିକାର ପାଇଁ ପଡ଼ିଥିବା ଫାଶରେ ପଡ଼ି ଆଖି ବୁଜିଛି କଲରାପତରିଆ ବାଘ ।
ନୀଳଗିରି (ବାଲେଶ୍ଵର): ଘଞ୍ଚ ଜଙ୍ଗଲ ଭିତରେ ଭୂଇଁରେ ଲୋଟି ପଡ଼ିଛି ବାଘ । ବାଲେଶ୍ଵର ଜିଲ୍ଲା ନୀଳଗିରି ବନ ବିଭାଗ ଅଧିନ କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଶିକାରୀ ବାର୍ହା ଶିକାର ପାଇଁ ବସାଇଥିବା ଫାଶରେ ପଡ଼ି ଆଖି ବୁଜିଛି କଲରାପତରିଆ ବାଘ ।
ସ୍ଵର୍ଣ୍ଣଚୂଡ଼ ପର୍ବତ ପାଦଦେଶରେ ଥିବା କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ନୀଳଗିରି ଅଞ୍ଚଳରେ ପ୍ରଥମଥର ପାଇଁ ଆଖି ବୁଜିଛି କଲରାପତରିଆ ବାଘ । ବନ ବିଭାଗ ଅଧିକାରୀଙ୍କ ଅନୁସାରେ, "ବାଘର ମୃତ୍ୟୁ କେମିତି ହେଲା, ତାର ତଦନ୍ତ ଆରମ୍ଭ କରିଛୁ । ନିକଟରେ ଫାଶ ପଡ଼ିଥିବାରୁ ସେଥିରେ ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।"
ଏଥିସହ ପଢ଼ନ୍ତୁ: ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !
କଲରାପତରିଆ ବାଘଟି କୁଳଡିହା ଜଙ୍ଗଲରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ମୃତ କଲରାପତରିଆ ବାଘଟିର ବୟସ ୮ରୁ ୧୦ ବର୍ଷ ହେବ । ବାଲେଶ୍ଵର ଡିଏଫ୍ଓଙ୍କ ଅନୁସାରେ, "ଶିକାରୀ ବାର୍ହା ମାରିବା ପାଇଁ ବସାଇଥିବା ଫାଶରେ ପଡ଼ି କଲରାପତରିଆ ବାଘଟିର ମୃତ୍ୟୁ ଗୋଇଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।"
ରେଞ୍ଜରଙ୍କ କହିବା ଅନୁସାରେ, "କଲରାପତରିଆ ବାଘଟିର ଅଣ୍ଟା ପାଖରେ ତାର ଲାଗିଛି । ଶିକାରୀ ବାର୍ହା ଶିକାର ପାଇଁ ଫାଶ ବସାଇଥିବା ବେଳେ କଲରାପତରିଆ ବାଘଟି ପଡ଼ିଛି । ସୋମବାର ରାତିରେ କଲରାପତରିଆ ବାଘଟି ମୃତ୍ୟୁବରଣ କରିଛି ।"
ବିଧାନସଭାରେ ୨୦୨୫ ଡିସେମ୍ବର ମାସରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ରାଜ୍ୟରେ ଥିବା ମୋଟ ବାଘ ସଂଖ୍ୟାର ତଥ୍ୟ ଦେଇଥିଲେ । ମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟସ୍ତରୀୟ ବାଘ ଗଣନା ୨୦୨୪ରେ ହୋଇଥିଲା ।
ସେହି ତଥ୍ୟ ଅନୁଯାୟୀ ରାଜ୍ୟରେ ୩୦ ମହାବଳ ବାଘ ଏବଂ ୮ଟି ଶାବକ ଅଛନ୍ତି । ସେହିଭଳି ରାଜ୍ୟରେ ୬୮୦ଟି କଲରାପତରିଆ ବାଘ ରହିଛନ୍ତି । ଜଙ୍ଗଲ ଭିତରେ ସେମାନଙ୍କ ଗତିବିଧି ଅନୁଧ୍ୟାନ କରିବା ଲାଗି ୪ ହଜାର ୨୩୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ: ମୃତ ବାଘ ସଂଖ୍ୟାଠୁ ଜବତ ହେଉଛି ଅଧିକ ଛାଲ
ସରକାରୀ ତଥ୍ୟ ଅନୁସାରେ, ୨୦୧୪ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାରେ ୫୭ଟି କଲରାପତରିଆ ବାଘକୁ ହତ୍ୟା କରାଯାଇଛି । ସେହି ସମୟରେ ୮ଟି ମହାବଳ ବାଘକୁ ହତ୍ୟା କରାଯାଇଛି । ବନ ବିଭାଗ ତଥ୍ୟ ଅନୁସାରେ, ୨ଟି ମହାବଳ ଓ ୨୧ଟି କଲରାପତରିଆ ବାଘଙ୍କୁ ଶିକାର କରାଯାଇଛି । ଅନ୍ୟମାନେ ବିଦ୍ୟୁତ୍ ଆଘାତ, ଫାସ ଏବଂ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।
ରାଜ୍ୟରେ ଶିକାରୀଙ୍କ ଶିକାର ହୋଇଥିବା ବାଘ ସଂଖ୍ୟା ଠାରୁ ଅଧିକ ଛାଲ ଜବତ ହେଉଛି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ବିଧାନସଭାରେ ଗତ ମାର୍ଚ୍ଚ ମାସରେ ଏ ଉତ୍ତର ରଖିଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories