Husband kills wife / ୧୪ ବର୍ଷ ପ୍ରେମ ବିବାହର ରକ୍ତାକ୍ତ ଅନ୍ତ; ସ୍ତ୍ରୀ ବାପଘରକୁ ଯିବାରୁ ହତ୍ୟା କଲା ସ୍ଵାମୀ
·2 months ago·2 min read

Key Points
ପ୍ରେମ ବିବାହର ରକ୍ତାକ୍ତ ଅନ୍ତ
ଦିନେ ମନ ଦେଇ ପ୍ରେମ କରୁଥିଲେ
ହେଲେ ଆଜି ନେଇଗଲେ ଜୀବନ
ଦିନେ ମନ ଦେଇ ପ୍ରେମ କରୁଥିଲେ
ହେଲେ ଆଜି ନେଇଗଲେ ଜୀବନ
ଲକ୍ଷ୍ନୌ: ଦିନେ ହୃଦୟ ଦେଇ ଭଲ ପାଉଥିଲେ । ସବୁବେଳେ ଖୁସିରେ ରଖିବାକୁ ଦେଇଥିଲେ ପ୍ରତିଶ୍ରୁତି । ପ୍ରେମ ଏତେ ଗଭୀର ହୋଇଥିଲା ଯେ ଶେଷରେ ଦୁଇଜଣ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିଲେ । କିନ୍ତୁ ସାମାନ୍ୟ ଘଟଣାରୁ ସବୁକିଛି ଭୁଲିଯାଇଥିଲା ସେଦିନର ପ୍ରେମିକ । ଆଜି ସ୍ତ୍ରୀ ରୂପେ ପାଇଥିବା ପ୍ରେମିକାର ନେଲା ଜୀବନ । ନିଜେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାଟି ଉତ୍ତର ପ୍ରଦେଶ ସାହାରନପୁରର ଫତେହପୁର ପୋଲିସ ଷ୍ଟେସନ ଅଞ୍ଚଳର । ।
ଅଭିଯୁକ୍ତ ତାର ସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ୧୪ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ନିକଟରେ ତାଙ୍କ ସ୍ତ୍ରୀ ବିରକ୍ତ ହୋଇ ତାଙ୍କ ବାପାମାଆଙ୍କ ଘରକୁ ଚାଲିଯାଇଥିଲେ । ସେତେବେଳେ ଅଭିଯୁକ୍ତ ସ୍ୱାମୀ ଦିନେ ପ୍ରେମିକା ଥିବା ସ୍ତ୍ରୀକୁ ବୁଝାଇବାକୁ ଯାଇଥିଲେ, କିନ୍ତୁ ସେ ଫେରିବାକୁ ମନା କରି ଦେଇଥିଲେ । ଏହାପରେ କଥାବାର୍ତ୍ତା ଶେଷରେ ଝଗଡ଼ାରେ ପରିଣତ ହୋଇଥିଲା ଏବଂ କ୍ରୋଧିତ ସ୍ୱାମୀ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

- ଅଭିଯୁକ୍ତ ସ୍ଵାମୀ ଗିରଫ
- ପୂର୍ବରୁ କରିଥିଲା ହତ୍ୟା ଷଡ଼ଯନ୍ତ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜେଲରେ ଭୟଙ୍କର ଦଙ୍ଗା, ରାତି ସାରା ଲଢିଲେ...ଶେଷରେ ୨୩ ଜଣ ମୃତ
ପୋଲିସ କହିଛି ଯେ ଜୁଲାଇ ୮ ତାରିଖରେ ଛୁଟମାଲପୁରର ବାସିନ୍ଦା ବାଲକିଶନ ଏକ ଅଭିଯୋଗ ଦାଖଲ କରିଥିଲେ ଯେ ତାଙ୍କ ଝିଅ ମୀନୁଙ୍କୁ ତାର ସ୍ୱାମୀ ସନି ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । ଫତେହପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା ଏବଂ ଜଣେ ସୂଚନାଦାତାଙ୍କ ସୂଚନା ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ସବୁ ସତ ଓଗାଳି ଥିବାବେଳେ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିଛି ।

Related Topics
Explore more stories