Videos
|
Crime

Newborn Tragic End / କେମିତିକା ମା': ନିଜ ଛୁଆକୁ ହସ୍ପିଟାଲରେ ଗଳାଚିପି ମାରିଦେଲା...

Banajyotshna Ray
Browse all articles by Banajyotshna Ray
·57 mins ago·2 min read
କେମିତିକା ମା': ନିଜ ଛୁଆକୁ ହସ୍ପିଟାଲରେ ଗଳାଚିପି ମାରିଦେଲା...
Newborn Tragic End

Key Points

ଚର୍ଚ୍ଚାରେ ମଧ୍ୟପ୍ରଦେଶ
କିଛି ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଏକ ଶିଶୁକନ୍ୟାଙ୍କୁ ଗଳାକାଟି ହତ୍ୟା କରାଯାଇଛି
ଘଟଣାଟି ଅଶୋକନଗର ଡାକ୍ତରଖାନାରେ ଘଟିଛି
ପୋଲିସର ଚାଲିଛି ତଦନ୍ତ
କୁହାଯାଏ ଝିଅଟିଏ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସନ୍ତି, କିନ୍ତୁ ଏବେବି ଲୋକମାନଙ୍କ ମଧ୍ୟରେ ସେହି ଧାରଣା ରହିଛି ଯେ, ଆମର ଝିଅ ନୁହେଁ, ପୁଅ ଦରକାର। ଆଉ ଯେଉଁଥିପାଇଁ ଜନ୍ମ କଲା ମା' ସେହି ନବଜାତ ଶିଶୁର ଜୀବନ ନେବାକୁ ବି ପଛାଉନାହିଁ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ। ଯେଉଁଠି ଗୋଟେ ଶିଶୁ ଜନ୍ମ ହେବାର କିଛି ଘଣ୍ଟା ପରେ ଗଳାଚିପି ହତ୍ୟା କରାଯାଇଛି।''

ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲା ହସ୍ପିଟାଲର SNCU ୱାର୍ଡରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିବା ପରେ ସବୁଠି ଚାଲିଛି ଆଲୋଚନା। ଯେଉଁଠାରେ ମାତ୍ର ଗୋଟିଏ ଦିନର ନବଜାତ ଶିଶୁକନ୍ୟାକୁ ଗଳାଚିପି ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଝିଅଟିକୁ ଗଳାଚିପି ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଛି। ମୃତ ଝିଅଟି ତାଙ୍କ ପରିବାରର ତୃତୀୟ ଝିଅ ଥିଲା। ଚନ୍ଦେରୀର ସାକ୍ରା ଗାଁର ବାସିନ୍ଦା ଭାବନା ବିଳମ୍ବିତ ରାତିରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ, ଯାହା ପରେ ତାଙ୍କୁ SNCUକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ଅପରାହ୍ନରେ ଝିଅଟିର ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ। ଝିଅଟିର ବେକରେ ଗଳା କାଟି ହତ୍ୟା କରାଯାଇଥିବା ଚିହ୍ନ ଥିଲା ଏବଂ ତା' ପାଟିରୁ ରକ୍ତ ବାହାରୁଥିଲା।''

ଏଥିସହ ପଢ଼ନ୍ତୁ: AEEଙ୍କ ଘରେ ପୁଳାପୁଳା ସୁନା ଅଳଙ୍କାରକୁ ନଗଦ ଟଙ୍କା; ୧୦ଟି ଠିକଣାରେ ଭିଜିଲାନ୍ସ ରେଡ୍

ସିଭିଲ୍ ସର୍ଜନ୍ ଡକ୍ଟର ବି.ଏଲ୍. ଟାଗୋରଙ୍କ ଅନୁଯାୟୀ, ମା' ଶିଶୁଟିକୁ ସ୍ତନ୍ୟପାନ କରାଇଥିବା କହିଥିଲେ। କିଛି ସମୟ ପରେ, ଝିଅଟି ଅଚେତ ଅବସ୍ଥାରେ ପଡ଼ିଥିଲା। ଡ୍ୟୁଟିରେ ଥିବା ଡାକ୍ତରମାନେ ଯେତେବେଳେ ଝିଅଟିକୁ ପରୀକ୍ଷା କଲେ, ସେମାନେ ମଧ୍ୟ ଭୟଭୀତ ହୋଇଗଲେ। ଛୋଟ ଝିଅଟିର ବେକରେ ଗାଢ଼ ନୀଳ-ଲାଲ ଗଳାକାଟି ହତ୍ୟାର ଚିହ୍ନ ଥିଲା ଏବଂ ତା' ପାଟିରୁ ରକ୍ତ ବାହାରିଥିଲା। ଡାକ୍ତରମାନେ ପ୍ରଥମ ଦେଖାରେ ଏବଂ ପୋଷ୍ଟମର୍ଟମରେ ସ୍ପଷ୍ଟ କରିଛନ୍ତି ଯେ ଏହା ଏକ ସାଧାରଣ ମୃତ୍ୟୁ ନୁହେଁ, ବରଂ ଗଳାକାଟି ହତ୍ୟା କରାଯାଇଛି।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ନିଜ ଲୋକଙ୍କ ଉପରେ ସନ୍ଦେହ:

ଘଟଣା ସମୟରେ, ୱାର୍ଡରେ କେବଳ ଝିଅଟିର ମାଆ ଏବଂ ଜେଜେମାଆ ତାଙ୍କ ସହିତ ଉପସ୍ଥିତ ଥିଲେ। ପୋଲିସର କହିବା ଅନୁଯାୟୀ, ବାହାରୁ କୌଣସି ଅଜଣା ବ୍ୟକ୍ତି ପ୍ରବେଶ କରିବାର କୌଣସି ସୁରାକ ନାହିଁ। ୱାର୍ଡ ଭିତରେ ସିସିଟିଭି କ୍ୟାମେରା ନଥିବା ହେତୁ, ପୋଲିସ ହସ୍ପିଟାଲ କରିଡର ଏବଂ ଆଖପାଖରେ ଲାଗିଥିବା କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଷ୍ଟେସନ ଇନଚାର୍ଜ କହିଛନ୍ତି ଯେ, ମାଆ ଏବଂ ଜେଜେମା' ଉଭୟଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯାଉଛି। ଖୁବଶୀଘ୍ର ସତ ଧରାପଡ଼ିଯିବ।''

ଅଧିକ ପଢ଼ନ୍ତୁ ଅପରାଧ ଖବର: