Videos
|
Odisha

Odisha Vigilance / AEEଙ୍କ ଘରେ ପୁଳାପୁଳା ସୁନା ଅଳଙ୍କାରକୁ ନଗଦ ଟଙ୍କା; ୧୦ଟି ଠିକଣାରେ ଭିଜିଲାନ୍ସ ରେଡ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
AEEଙ୍କ ଘରେ ପୁଳାପୁଳା ସୁନା ଅଳଙ୍କାରକୁ ନଗଦ ଟଙ୍କା; ୧୦ଟି ଠିକଣାରେ ଭିଜିଲାନ୍ସ ରେଡ୍
AEE in Vigilace Trap

Key Points

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଆର୍‌ ଆଣ୍ଡ୍‌ ବି ବିଭାଗର AEEଙ୍କ ଘରେ ଭିଜିଲାନ୍ସ ରେଡ୍
୧୦ଟି ଠିକଣାରେ ଏକକାଳୀନ ଚଢ଼ାଉ
ମୟୂରଭଞ୍ଜ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଆର୍‌ ଆଣ୍ଡ୍‌ ବି ବିଭାଗର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ବା ପିଡବ୍ଲୁଡି ଏସଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ମୟୂରଭଞ୍ଜ ବେତନଟୀ R&B ସବ୍‌-ଡିଭିଜନର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କ ୧୦ଟି ଠିକଣାରେ ଏକକାଳୀନ ଚଢ଼ାଉ । ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧାରେ ଏକାସାଙ୍ଗରେ ଚାଲିଛି ରେଡ୍ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ AEE ଅରବିନ୍ଦ ମହାନ୍ତିଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛି ଓଡ଼ିଶା ଭିଜିଲାନ୍ସ ।

  • ସକାଳୁ ସକାଳୁ ଘରେ ପହଞ୍ଚିଲା ଭିଜିଲାନ୍ସ
ଆଜି ସକାଳୁ ଏକକାଳୀନ ଭାବେ ୩ଟି ଜିଲ୍ଲାର ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ । ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ଅରବିନ୍ଦ ମହାନ୍ତିଙ୍କ ୩ ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ଦୁଇ ମହଲା କୋଠା, ବେତନଟୀ R&B ସବ୍‌-ଡିଭିଜନର ଅଫିସ୍‌, ବେତନଟୀରେ ଥିବା ତାଙ୍କ ବାସଭବନ, ବାଲେଶ୍ୱର ଜଳେଶ୍ୱର ରାୟଣ-ରାମଚନ୍ଦ୍ରପୁରରେ ଥିବା ପୈତୃକ ଘର, ବସନ୍ତପୁରରେ ଥିବା ଫାର୍ମ ହାଉସ୍, ବାଲେଶ୍ୱର ବାମପଦାରେ ଥିବା ଆଉ ଏକ ଘରରେ ଚାଲିଛି ତଲାସୀ । ଅରବିନ୍ଦ ମହାନ୍ତିଙ୍କ ମୁଖ୍ୟ ଘର ବାଲେଶ୍ଵର ଟାଉନରେ ହୋଇଥିବା ବେଳେ ସେ ୨ବର୍ଷରୁ ଅଧିକ ସମୟ ଧରି ବେତନଟୀରେ କାର୍ଯ୍ୟରତ ଥିଲେ ।

  • ଇଞ୍ଜିନିୟରଙ୍କ ଘନିଷ୍ଠଙ୍କ ଘରେ ବି ରେଡ୍
ଏହା ସହ ଅରବିନ୍ଦ ମହାନ୍ତିଙ୍କ ଘନିଷ୍ଠ ସହଯୋଗୀଙ୍କ ଅଙ୍ଗାରଗଡ଼ିଆ ଘର, ମୟୂରଭଞ୍ଜ ବୈଶିଙ୍ଗାରେ ଥିବା ଆଉ ଜଣେ ସହଯୋଗୀଙ୍କ ଘର ଏବଂ ବାମପଦାରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କ ଘରେ ବି ଚାଲିଛି ଭିଜିଲାନ୍ସ ରେଡ୍ । ବର୍ତ୍ତମାନ ୫ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସର ଟିମ୍‌ ଏହି ଚଢ଼ାଉ କରୁଛି । ବାରିପଦା ସ୍ପେଶାଲ୍‌ ଜଜ୍‌ ଭିଜିଲାନ୍ସଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚାଲିଛି ଏହି ତଲାସୀ ।

ପଢନ୍ତୁ ଏହି ଖବର: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୫ଟି ସ୍ଥାନରେ ରେଡ୍

ଏଠାରେ ସୂଚନା ଥାଉ କି, ଅକ୍ଟୋବର ପହିଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ସମ୍ବଲପୁର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଗିରଫ । ଆୟ ବହିର୍ଭୁକ୍ତ ସମ୍ପତ୍ତ ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉରେ ଜବତ ଓ ଠାବ ହୋଇଥିବା ସମ୍ପତ୍ତିରେ ୪ଟି ବହୁତଳ ପ୍ରାସାଦ ଓ ୧ଟି ଫ୍ଲାଟ୍, ଭୁବନେଶ୍ୱର ନନ୍ଦନକାନନ ରୋଡ୍, ନନ୍ଦନ ବିହାରରେ ୨,୯୦୦ ବର୍ଗଫୁଟର ଏକ ଡ୍ୟୁପ୍ଲେକ୍ସ, ପୁରୀ ବାଲିଗୁଆଳିରେ ୪,୦୦୦ ବର୍ଗଫୁଟର ତିନିମହଲା କୋଠା, ଖୋର୍ଦ୍ଧା ବାଲୁଗାଁରେ ୪,୦୦୦ ବର୍ଗଫୁଟର ଦୁଇମହଲା କୋଠା, ଭୁବନେଶ୍ୱର ଜଟଣୀ ନିକଟ ବରାକୁଡ଼ାରେ ୨,୪୬୦ ବର୍ଗଫୁଟର ବିଲ୍ଡିଂ। ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟରେ ୨,୦୦୦ ବର୍ଗଫୁଟର ଏକ 3-BHK ଫ୍ଲାଟ୍।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: