Videos
|
Crime

Brother Death Raksha Bandhan / ରାଖୀ ବାନ୍ଧି ଭାଇ ନେଲା ଜୀବନ ହାରିବା ଭଳି ଚରମ ପଦକ୍ଷେପ, ଅବାକ୍ ପରିବାର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ରାଖୀ ବାନ୍ଧି ଭାଇ ନେଲା ଜୀବନ ହାରିବା ଭଳି ଚରମ ପଦକ୍ଷେପ, ଅବାକ୍ ପରିବାର
Brother Death Raksha Bandhan

Key Points

ରକ୍ଷା ବନ୍ଧନ ଦିନ ଚାଲିଗଲା ୧୭ ବର୍ଷର ଭାଇ
ଭଉଣୀ ହାତରୁ ରାଖୀ ବାନ୍ଧିଲା, ତାପରେ ଫାଶି ଦେଲା
ଇନଷ୍ଟାଗ୍ରାମ ପୋଷ୍ଟରେ ଭଉଣୀକୁ କିଛି ଏମିତି କହିଲା
ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଁଓରୁ ଭାଇ ଭଉଣୀଙ୍କ ଅତୁଟ ବନ୍ଧନର ସାକ୍ଷୀ ରକ୍ଷାବନ୍ଧନରେ ଆସିଛି ଏକ ହୃଦୟ ବିଦାରକ ଘଟଣା । ଭଉଣୀ ହାତରୁ ରାଖୀ ବାନ୍ଧିବା ପରେ ଭାଇ ନେଇଛି ଚରମ ନିଷ୍ପତ୍ତି । ଆଉ ଜୀବନ ହାରୁ ହାରୁ ଭଉଣୀକୁ ଇନଷ୍ଟାଗ୍ରାମ ପୋଷ୍ଟରେ କହିଯାଇଛି ଅନେକ କଥା । ଯାହାକି ସମସ୍ତଙ୍କୁ କନ୍ଦାଇ ଦେଇଛି । ରାଖୀ ପୂର୍ଣ୍ଣିମାରେ ନାବାଳକ ଜଣକ କାହିଁକି ଏପରି ନିଷ୍ପତ୍ତି ନେଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

ତେବେ ଜଳଗାଁଓର ଜଣେ ୧୭ ବର୍ଷୀୟ ବାଳକ ତାର ଭଉଣୀଠାରୁ ରାଖୀ ପାଇବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ୍ୟୁ ପୂର୍ବରୁ ସେ ସୋସିଆଲ ମିଡିଆରେ ନିଜ ଭଉଣୀ ଏବଂ ପରିବାର ପାଇଁ ଏକ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରିଥିଲା । ମୃତ ୧୭ ବର୍ଷୀୟ ବାଳକର ନାମ ରୋହିତ ସାହେବରାଓ ଧଙ୍ଗର ବୋଲି ଜଣାପଡ଼ିଛି, ଯିଏକି ଏକାଦଶ ଶ୍ରେଣୀର ଛାତ୍ର ଥିଲା । ରୋହିତ ତାର ଭଉଣୀଠାରୁ ରାଖୀ ବାନ୍ଧିବା ପରେ ବାପାଙ୍କ ସହିତ ଘରକୁ ଫେରିଥିଲା ।

  • ଇନଷ୍ଟାଗ୍ରାମରେ ଭାବପ୍ରବଣ ପୋଷ୍ଟ
ରୋହିତ ଇନଷ୍ଟାଗ୍ରାମରେ ଭଉଣୀ ସହ ଏକ ଫଟୋ ପୋଷ୍ଟ କରିଥିଲା ଏବଂ ଏହା ସହିତ ଏକ ଭାବପ୍ରବଣ ବାର୍ତ୍ତା ଲେଖିଥିଲା । ରୋହିତ ଲେଖିଥିଲା, "ଦିଦି, ସବୁକିଛିର ଯତ୍ନ ନେବ । ମାଆ ଏବଂ ବାପାଙ୍କୁ ଏକା ଛାଡିବ ନାହିଁ, ମୁଁ ଯାଉଛି ।" ଏହି ପୋଷ୍ଟ ପରେ ରୋହିତ ଆତ୍ମହତ୍ୟା କରିଥିଲା । ମୃତ୍ୟୁ ପୂର୍ବରୁ ରୋହିତ ଆଉ ଏକ ଷ୍ଟାଟସ୍ ମଧ୍ୟ ପୋଷ୍ଟ କରି ଲେଖିଥିଲା, "ଏଥର ଯଦି ମୁଁ ଆସିବି, ମୁଁ ସମସ୍ତଙ୍କ ପ୍ରିୟ ହୋଇ ଆସିବ । ମୋ ଦେହରେ ଯେଉଁ ଦାଗ ଲାଗିଯାଇଛି, ତାହାକୁ ଲିଭାଇ ଦେବି । ମୋ ଆଖି ଆଉ ଓଦା ହେବ ନାହିଁ । ଧନ୍ୟବାଦ..."

  • କାହିଁକି ଜୀବନ ହାରିଲା ରୋହିତ ?
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରୋହିତ ତାର ଜଣେ ବନ୍ଧୁଙ୍କୁ ଏକ ଭିଡିଓ ପଠାଇଥିଲା, ଯେଉଁଥିରେ ସେ କହିଥିଲା ଯେ ସେ ଅନଲାଇନ୍ ଗେମିଂରେ ଟଙ୍କା ହରାଇଛି । ମେସେଜ ଦେଖି ବନ୍ଧୁ ରୋହିତ ଘରକୁ ଦୌଡ଼ି ଯାଇଥିଲେ, କିନ୍ତୁ ସେତେବେଳକୁ ସେ ଆତ୍ମହତ୍ୟା କରିସାରିଥିଲା । ପରିବାର ଲୋକ ତାକୁ ତୁରନ୍ତ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶନିପେଠ ପୋଲିସ ଷ୍ଟେସନରେ ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏମିତି ବି ଆସେ ମୃତ୍ୟୁ: ରାକ୍ଷୀ ବାନ୍ଧିବ ବୋଲି ଅଗଣାକୁ ଧାଇଁ ଆସିଲା ଭଉଣୀ: ଧସିଗଲା ମାଟି ପଶିଗଲା ୟାଶି

ଏହି ଘଟଣା ସମସ୍ତଙ୍କୁ କନ୍ଦା ଦେଇଛି । ରକ୍ଷାବନ୍ଧନରେ ଭଉଣୀ ନିଜ ଭାଇକୁ ରାଖୀ ବାନ୍ଧେ ଏବଂ ତାର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରେ । କିନ୍ତୁ ରୋହିତ ଭଉଣୀ ଜାଣି ନଥିଲେ ଯେ ସେ ଶେଷ ଥର ପାଇଁ ତାଙ୍କ ଭାଇ ହାତରେ ରାଖୀ ବାନ୍ଧୁଛନ୍ତି । ସେ ଜାଣି ନଥିଲେ ଯେ ରୋହିତ ଏତେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ରୋହିତ ମୃତ୍ୟୁ ପୂରା ପରିବାରକୁ ମର୍ମାହତ କରିଛି ।

ବି.ଦ୍ର: ଯଦି ଆପଣ କିମ୍ବା ଆପଣ ଜାଣିଥିବା କେହି ଆତ୍ମହତ୍ୟା କରିବାର ଚିନ୍ତା କରୁଛନ୍ତି, ତେବେ ଏହା ଏକ ଅତ୍ୟନ୍ତ ଗୁରୁତର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି। ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ଯୋଗାଯୋଗ କରନ୍ତୁ । ଆପଣ ଟେଲିମାନ୍ସ ହେଲ୍ପଲାଇନ୍ ନମ୍ବର 1800914416କୁ ମଧ୍ୟ କଲ୍ କରିପାରିବେ । ଏଠାରେ ଆପଣଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ମନେ ରଖନ୍ତୁ, ଜୀବନ ଅତ୍ୟନ୍ତ ମୂଲ୍ୟବାନ।