Social Media Stunt / କାର୍ ଛାତ ଉପରେ ବସି ପିଉଥିଲେ ବିୟର, ଭାଇରାଲ୍ ହେଲା ଭିଡିଓ,ତାପରେ...
·1 hour ago·2 min read

Key Points
କାର୍ ଛାତ ଉପରେ ବସି ପିଉଥିଲେ ବିୟର
ଭାଇରାଲ୍ ହେଲା ଭିଡିଓ
ପୋଲିସ୍ ନେଲା କଡ଼ା ଆକ୍ସନ
କ୍ଷମା ମାଗିଲେ ଯୁବକ
ମଧ୍ୟପ୍ରଦେଶ ରାଜଗଡ଼ର ଘଟଣା
ଭାଇରାଲ୍ ହେଲା ଭିଡିଓ
ପୋଲିସ୍ ନେଲା କଡ଼ା ଆକ୍ସନ
କ୍ଷମା ମାଗିଲେ ଯୁବକ
ମଧ୍ୟପ୍ରଦେଶ ରାଜଗଡ଼ର ଘଟଣା
ରାଜଗଡ଼: ସୋସିଆଲ ମିଡିଆରେ ଲାଇକ୍ ଓ ଫଲୋଅର୍ସ ବଢ଼ାଇବାର ନିଶା ଜଣେ ଯୁବକଙ୍କୁ ପହଞ୍ଚାଇଦେଲା ଥାନାରେ। ଇନଷ୍ଟାଗ୍ରାମରେ ଭାଇରାଲ ହେବା ପାଇଁ ହାଇୱେ ଉପରେ ଏଭଳି ଏକ ବିପଜ୍ଜନକ ଷ୍ଟଣ୍ଟ କଲେ, ଯାହା ଅନ୍ୟ ଯାତ୍ରୀଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇପାରିଥାନ୍ତା। ଚଳନ୍ତା କାର୍ର ଛାତ ଉପରେ ଠିଆ ହୋଇ ବିୟର ପିଉଥିଲେ ଯୁବକ। ଆଉ ତଳେ ଡ୍ରାଇଭର ବିନା ଗାଡ଼ିଟି ଘୂରି ବୁଲୁଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଯୁବକଙ୍କୁ ଧରି ଥାନାକୁ ନେଇଛି।
ଘଟଣାଟି ମଧ୍ୟପ୍ରଦେଶର ରାଜଗଡ଼-ବେୱାର ରାସ୍ତାର ଜାତୀୟ ରାଜପଥ-୫୨ରେ ଥିବା ବେୱାର ଟୋଲ୍ ଟ୍ୟାକ୍ସ ନିକଟରେ ଘଟିଛି। ସୂଚନା ଅନୁସାରେ, ରାମପୁରିଆ ଗାଁର ବାସିନ୍ଦା ମୁକେଶ ତନୱାର ଗୁରୁବାର ଓ ଶୁକ୍ରବାର ମଧ୍ୟବର୍ତ୍ତୀ ରାତିରେ ନିଜ କାର୍ ଧରି ସେଠାରେ ପହଞ୍ଚିଥିଲେ। ଏହାପରେ ସେ କାର୍କୁ ଷ୍ଟାର୍ଟ କରି ଷ୍ଟିଅରିଂକୁ ଏପରି ଭାବେ ରଖିଥିଲେ ଯେ ଗାଡ଼ିଟି ଡ୍ରାଇଭର ବିନା ଘୂରିବାକୁ ଲାଗିଥିଲା।
ସେପଟେ ମୁକେଶ କାର୍ର ଛାତ ଉପରେ ଚଢ଼ି ବିୟର ପିଉଥିଲେ। କାର୍ର ଚାରିଟି ଯାକ ଦ୍ୱାର ଖୋଲା ଥିବା ବେଳେ ଏହି ପୂରା ଷ୍ଟଣ୍ଟକୁ କ୍ୟାମେରାରେ ରେକର୍ଡ କରାଯାଉଥିଲା। ପରେ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା।
ପଢନ୍ତୁ ଏହି ଖବର: ଅପରାଧୀଙ୍କ ଘରେ ପ୍ରଶାସନର ବୁଲଡୋଜର ଆକ୍ସନ୍, ଏଠାରେ ମାଟିରେ ମିଶିଲା ଅପରାଧୀଙ୍କ ଘର
ମୁକେଶଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୧୮ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ପୂର୍ବରୁ ମଧ୍ୟ କାର୍ ଛାତ ଉପରେ ବସିବା, ଶୋଇବା ଏବଂ ଡ୍ରାଇଭରବିହୀନ କାର୍ ଘୂରିବା ଭଳି ଷ୍ଟଣ୍ଟର ଭିଡିଓ ପୋଷ୍ଟ କରୁଥିବା ଜଣାପଡ଼ିଛି। ତେବେ ଏଥରର ଭିଡିଓ ପୋଲିସର ନଜରକୁ ଆସିବା ପରେ ତାଙ୍କ ଅଡ଼ୁଆ ବଢ଼ିଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୁକ୍ରବାର ସକାଳେ ଭିଡିଓଟି ସାମ୍ନାକୁ ଆସିବା ପରେ କୋତୱାଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ପରେ ଷ୍ଟଣ୍ଟ କରିଥିବା ଯୁବକଙ୍କୁ ମୁକେଶ ତନୱାର ବୋଲି ଚିହ୍ନଟ କରାଯାଇଥିଲା। ପୋଲିସ ତାଙ୍କୁ କାର୍ ସହ ଧରି ଥାନାକୁ ନେଇଥିଲା।
ପରେ ଥାନା ଅଧିକାରୀ ମଞ୍ଜୁ ମାଖେନିଆ ତାଙ୍କୁ ଷ୍ଟଣ୍ଟ କରିଥିବା ସ୍ଥାନକୁ ନେଇ ତଥ୍ୟ ସଂଗ୍ରହ କରିଥିଲେ।
ଏହାପରେ ଥାନାକୁ ଫେରାଇ ଆଣି ମୁକେଶଙ୍କୁ କାନ ଧରି କ୍ଷମା ମାଗିବାକୁ କୁହାଯାଇଥିଲା। ଏଥିସହ ପୋଲିସ ତାଙ୍କ କାର୍କୁ ମଧ୍ୟ ଜବତ କରିଛି। କେବଳ କିଛି ଲାଇକ୍ ଓ ଭ୍ୟୁ ପାଇଁ ହାଇୱେକୁ ଷ୍ଟଣ୍ଟର ମଞ୍ଚ କରିବା କେତେ ବିପଜ୍ଜନକ, ଏହି ଘଟଣା ତାହାର ଏକ ଚେତାବନୀ। ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇଁ ନିଜ ସହ ଅନ୍ୟମାନଙ୍କ ଜୀବନକୁ ବାଜି ଲଗାଇବା ଏବେ ଚିନ୍ତାର ବିଷୟ ପାଲଟିଛି।

Related Topics
Explore more stories