Videos
|
Odisha

Bulldozer Action / ଅପରାଧୀଙ୍କ ଘରେ ପ୍ରଶାସନର ବୁଲଡୋଜର ଆକ୍ସନ୍, ଏଠାରେ ମାଟିରେ ମିଶିଲା ଅପରାଧୀଙ୍କ ଘର

Bikash Mohanty
Browse all articles by Bikash Mohanty
·1 hour ago·2 min read
ଅପରାଧୀଙ୍କ ଘରେ ପ୍ରଶାସନର ବୁଲଡୋଜର ଆକ୍ସନ୍, ଏଠାରେ ମାଟିରେ ମିଶିଲା ଅପରାଧୀଙ୍କ ଘର
Bulldozer

Key Points

ଉମରକୋଟରେ ବୁଲଡୋଜର ଆକ୍ସନ୍‌
ଅପରାଧୀଙ୍କ ଘର ଭାଙ୍ଗିଲା ପ୍ରଶାସନ
ମାଟିରେ ମିଶିଲା ଅପରାଧୀଙ୍କ ଘର
ଘଟଣାସ୍ଥଳରେ ପରିବାର ପକ୍ଷରୁ ବିରୋଧ
ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ
ଉମରକୋଟ: ଅପରାଧିକ କାର୍ଯ୍ୟକଳାପକୁ ନେଇ ପ୍ରଶାସନର କଡ଼ା ଆକ୍ସନ। ଛୁରାମାଡ଼ ଓ ଗୋଷ୍ଠୀ ସଂଘର୍ଷ ଘଟଣା ପରେ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର। ଦେଖୁ ଦେଖୁ ମାଟିରେ ମିଶିଗଲା ଘର। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର କେନାଲସାହିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପୋଲିସ ଓ ପ୍ରଶାସନର ଏହି ମିଳିତ କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଗତ ଅକ୍ଟୋବର ୧୦ ତାରିଖରେ ଉମରକୋଟରେ ଗୋଟିଏ ଦିନରେ ଦୁଇଟି ହିଂସାତ୍ମକ ଘଟଣା ଘଟିଥିଲା। ସକାଳେ ଅର୍ଣ୍ଣପୂର୍ଣ୍ଣା ହୋଟେଲ ନିକଟରେ ଅଭିଷେକ ପଣ୍ଡା ନାମକ ଜଣେ ଯୁବକଙ୍କୁ ପ୍ରାୟ ୩୦ ଜଣ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ସେହିଦିନ ସକାଳ ପ୍ରାୟ ୧୧ଟାରେ ଡିଏନ୍‌କେ ଅଞ୍ଚଳର ତ୍ରିନାଥ ମନ୍ଦିର ନିକଟରେ ଆଉ ଏକ ଆକ୍ରମଣ ଘଟିଥିଲା। ଦୀପ କମଳ ମହାପାତ୍ରଙ୍କୁ ଛୁରି ଓ ପଥରରେ ଆକ୍ରମଣ କରାଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିଲା।

ପଢନ୍ତୁ ଏହି ଖବର: ଅବିବାହିତ ମାଆଙ୍କର ବି ସନ୍ତାନ ଉପରେ ପ୍ରଥମ ହକ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଏହି ଦୁଇଟି ଘଟଣାକୁ ନେଇ ଉମରକୋଟ ଥାନାରେ ୩୯୩ ଓ ୩୯୪ ନମ୍ବରରେ ଦୁଇଟି ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଅଭିଯୁକ୍ତ ସୀମାଞ୍ଚଳ ବାଘଙ୍କ କେନାଲସାହି ସ୍ଥିତ ଘର ଭାଙ୍ଗିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ବୁଲଡୋଜର ଚଳାଯାଇଛି। ନବରଙ୍ଗପୁର ଏସ୍‌ପିଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ଘଟଣାସ୍ଥଳରେ ପରିବାର ପକ୍ଷରୁ ବିରୋଧ କରାଯାଇଥିବା ଜଣାପଡ଼ିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ଭାବ୍ୟ ଉତ୍ତେଜନା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ସେଠାରେ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଞ୍ଚଳରେ  ଚାପା ଉତ୍ଉତେଜନା ଲାଗି ରହିଛି।