Videos
|
Crime

Man Kills Mother / ନିଜ ମାଆ,ଉଭଣୀ ଓ ଭାଇକୁ ଗଳାଚିପି ମାରିଦେଲା, ଅଭିଯୁକ୍ତ କହିଲା କାହିଁକି କଲା ହତ୍ୟା ?

Banajyotshna Ray
Browse all articles by Banajyotshna Ray
·8 months ago·2 min read
ନିଜ ମାଆ,ଉଭଣୀ ଓ ଭାଇକୁ ଗଳାଚିପି ମାରିଦେଲା, ଅଭିଯୁକ୍ତ କହିଲା କାହିଁକି କଲା ହତ୍ୟା ?
Man Kills Mother

Key Points

ରାଜଧାନୀରେ ଗଡ଼ିଲା ମୁଣ୍ଡ
ଗୋଟିଏ ପରିବାରର ତିନି ମୃତ
ରାଜଧାନୀରେ ଗଡ଼ିଲା ତିନି ମୁଣ୍ଡ। ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଯାଇଛି। ଏଖବର ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ନିଜ ହାତରେ ନିଜ ପରିବାରକୁ ଧ୍ୱସ କରିଦେଲେ ଯୁବକ ଜଣଙ୍କ। ନିଜ ମାଆ, ଭଉଣୀ ଏବଂ ନାବାଳକ ଭାଇକୁ ଗଳାକାଟି ହତ୍ୟା କରିଛି ଅଭିଯୁକ୍ତ। ଏହାପରେ ନିଜେ ଯାଇ ଆତ୍ମସମର୍ପଣ କରିଛି। ତେବେ ଏଭଳି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି। ଏହା ପୋଲିସ କହିଛି ଯେ, ଜଣେ ବ୍ୟକ୍ତି ଦିଲ୍ଲୀରେ ତାଙ୍କ ଘରେ ତାଙ୍କ ମାଆ, ଭଉଣୀ ଏବଂ ନାବାଳକ ଭାଇଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ପୋଲିସ ଷ୍ଟେସନରେ ପ୍ରବେଶ କରି ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ଏହି ଘଟଣାଟି ଘଟିଛି ରାଜଧାନୀ ଦିଲ୍ଲୀରେ। ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରରୁ ସାମ୍ନାକୁ ଆସିଛି ଏ ଘଟଣା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିଲ୍ଲୀର ପୂର୍ବ ଜିଲ୍ଲା ପାଇଁ ଡେପୁଟି କମିଶନରଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯଶବୀର ସିଂହ ନିଜେ ପୋଲିସ ଷ୍ଟେସନକୁ ଯାଇ ଏହି ଜଘନ୍ୟ ଅପରାଧ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।ଅଭିଯୁକ୍ତ ପ୍ରଥମେ ତାଙ୍କ ୧୨ ବର୍ଷୀୟ ଭାଇ, ୨୬ ବର୍ଷୀୟ ଭଉଣୀ ଏବଂ ପ୍ରାୟ ୪୫ ବର୍ଷୀୟ ତାଙ୍କ ମାଆଙ୍କୁ କିଛି ନିଶାଦ୍ରବ୍ୟ ଦେଇଥିଲେ। ସେମାନେ ଅଚେତ ହେବା ପରେ, ସେ ତିନି ଜଣଙ୍କୁ ଏକ ମଫଲର ସାହାଯ୍ୟରେ ଗଳା ଚିପି ହତ୍ୟା କରିଥିଲେ ଏବଂ ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହି ଗଣହତ୍ୟା ପଛର ମୁଖ୍ୟ କାରଣ ହେଉଛି ଗୁରୁତର ଆର୍ଥିକ ଚାପ ଏବଂ ଋଣ।

ଏଥିସହ ପଢ଼ନ୍ତୁ: ଖାମେନିଙ୍କୁ ଖୋଜୁଛି ଆମେରିକା, ଅପହରଣ ପାଇଁ ଟ୍ରମ୍ପ କରୁଛନ୍ତି ପ୍ଲାନ...

ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ବିଭିନ୍ନ ଉତ୍ସରୁ ପ୍ରଚୁର ପରିମାଣର ଋଣ ନେଇଥିଲା, ଯାହାକୁ ସେ ପରିଶୋଧ କରିବାକୁ ଅସମର୍ଥ ଥିଲା। ଏହି ପ୍ରଚଣ୍ଡ ମାନସିକ ଚାପରେ ସେ ତାଙ୍କ ପରିବାରକୁ ହତ୍ୟା କରିଥିଲେ, ସେ ଆହୁରି ମଧ୍ୟ କହିଛନ୍ତି। ଯେତେବେଳେ ପୋଲିସ ଦଳ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ଠିକଣାରେ ପହଞ୍ଚିଲା, ଘର ଭିତରର ଦୃଶ୍ୟ ଭୟଙ୍କର ଥିଲା। ଅଭିଯୁକ୍ତଙ୍କ ମା, ଭାଇ ଏବଂ ଭଉଣୀଙ୍କ ମୃତଦେହ ସେଠାରେ ମିଳିଥିଲା।"ପୁଲିସ କହିଛି ଯେ ପ୍ରଥମ ମହଲାରେ ତିନିଟି ହତ୍ୟା ହୋଇଛି। ପୋଲିସ କହୁଛି ଯେ ପୁଅ ହତ୍ୟା କରିଛି; ସେ ହିଁ ଫୋନ୍ କରି ରିପୋର୍ଟ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟ କାହାକୁ ଏହା ଜଣାନଥିଲା। ସେମାନେ ପ୍ରତିଦିନ ମନ୍ଦିର ଯାଉଥିଲେ, କିନ୍ତୁ ଆଜି କେହି ସେମାନଙ୍କୁ ମନ୍ଦିରକୁ ଯାଉଥିବାର ଦେଖି ନଥିଲେ," ବୋଲି ପଡ଼ୋଶୀ ପ୍ରକାଶ କରିଥିଲେ। ଏହାସହ ପୋଲି ଅଭିଯୁକ୍ତକୁ ଅଟକ ରଖିଛି ଏବଂ ଅଧିକ ତଦନ୍ତ ଜାରି ରଖିଛି। ଦିନକୁ ଦିନ ଛୋଟ ଛୋଟ ପିଲାମାନେ ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହୁଛନ୍ତି, ଏହାସହ ମାନସିକ ସ୍ତରରେ ଭାଙ୍ଗି ପଡ଼ୁଛନ୍ତି। ଯେଉଁଥିପାଇଁ ହତ୍ୟା ପରି କାଣ୍ଡ ଭିଆଉଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:


Related Topics

Explore more stories