Stock Market Fraud / ଚିଟ୍ଫଣ୍ଡଠୁ ବି ଭୟଙ୍କର ଷ୍ଟକ୍ ମାର୍କେଟ୍ ମହାଠକେଇ, ଅଧିକ ସୁଧ ଲୋକ ଦେଖାଇ ଲୁଟି ନେଲେ କୋଟି କୋଟି
·1 hour ago·1 min read

Key Points
ଷ୍ଟକ୍ ମାର୍କେଟ୍ ମହା ଠକେଇ
ଚିଟ୍ଫଣ୍ଡ ଠାରୁ ବି ଭୟଙ୍କର ଠକାମି
ମୋଟା ସୁଧର ଲୋଭ ଦେଖାଇ କୋଟି କୋଟି ଟଙ୍କା ଚଳୁ
ଚିଟ୍ଫଣ୍ଡ ଠାରୁ ବି ଭୟଙ୍କର ଠକାମି
ମୋଟା ସୁଧର ଲୋଭ ଦେଖାଇ କୋଟି କୋଟି ଟଙ୍କା ଚଳୁ
ଷ୍ଟକ୍ ମାର୍କେଟରେ ଟଙ୍କା ନିବେଶ କରନ୍ତୁ, ମିଳିବ ମୋଟା ଅଙ୍କର ସୁଧ । ଏମିତି ଲୋଭନୀୟ ପ୍ରତିଶ୍ରୁତି ଦେଇ ରାଜଧାନୀର ଶତାଧିକ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଚଳୁ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ଜଣେ ଠକଙ୍କ ବିରୋଧରେ । ଅଭିଯୋଗ ଅନୁସାରେ, କାହ୍ନୁ ଚରଣ ଗୌଡ଼ ନାମକ ବ୍ୟକ୍ତି ନିଜକୁ ଷ୍ଟକ୍ ମାର୍କେଟ୍ ନିବେଶ ସହ ଜଡ଼ିତ ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଅଧିକ ସୁଧ ମିଳିବାର ଲୋଭ ଦେଖାଇଥିଲେ।
ଏହି ଲୋଭରେ ପଡ଼ି ଅନେକ ଲୋକ ନିଜର ଜୀବନସାରା ସଞ୍ଚୟ ତାଙ୍କ ହାତରେ ଦେଇଥିଲେ। ନିରୀହ ଲୋକଙ୍କଠାରୁ ଆରମ୍ଭ କରି ବ୍ୟାଙ୍କର, ସଫ୍ଟୱେର୍ ଇଞ୍ଜିନିୟର ଓ ବିଭିନ୍ନ ବେସରକାରୀ କର୍ମଚାରୀ ମଧ୍ୟ ଏହି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଦହିବରା ବ୍ୟବସାୟୀ ଲକ୍ଷ୍ମୀଧର ନାୟକ ଓ ତାଙ୍କ ପତ୍ନୀ ମଧ୍ୟ ଏହି ଠକେଇରୁ ବର୍ତ୍ତିପାରିନାହାନ୍ତି। କାହ୍ନୁ ଚରଣଙ୍କ ସହ ପରିଚୟ ହେବା ପରେ ଅଧିକ ସୁଧ ମିଳିବ ବୋଲି କହି ପ୍ରଥମେ ୫ ଲକ୍ଷ ଟଙ୍କା ନିଆଯାଇଥିଲା। ପରେ ବିଭିନ୍ନ ପର୍ଯ୍ୟାୟରେ ଆହୁରି ଟଙ୍କା ନେଇ ମୋଟ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧରଙ୍କ ପରିବାର।
ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଦାବି କରିବା ପରେ ମଧ୍ୟ ଟଙ୍କା ନମିଳିବାରୁ ଏବେ ପରିବାରଟି ଆର୍ଥିକ ସଙ୍କଟରେ ପଡ଼ିଛି। ସେହିପରି ଅନ୍ୟ ଅଭିଯୋଗକାରୀମାନେ ମଧ୍ୟ ନିଜର ସଞ୍ଚୟ ହରାଇ ଚିନ୍ତାରେ ଅଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶେଷରେ ନ୍ୟାୟ ଓ ଟଙ୍କା ଫେରସ୍ତ ଦାବିରେ ଶତାଧିକ କ୍ଷତିଗ୍ରସ୍ତ EOWର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହେଲେ ଠକେଇର ପ୍ରକୃତ ପରିମାଣ ଏବଂ ଏହି ଘଟଣା ପଛରେ ଆଉ କେଉଁମାନେ ଅଛନ୍ତି, ତାହା ସାମ୍ନାକୁ ଆସିବ ।
Related Topics
Explore more stories