|
logo
Live
Argus News App
GET APP

Argus News - ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ

Crime

Crime In Odisha / ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ
Jagatsinghpur Family Dispute Turns Fatal

Key Points

ପୁତୁରା ବୋହୂର ଗୋଟିଏ ଧକ୍କାରେ ପିଉସୀ ଶାଶୁ ବେହୋସ୍ ହୋଇ ପଡ଼ିଥିବା ବେଳେ ମେଡିକାଲ୍‌ରେ ବୁଜିଛନ୍ତି ଆଖି ।
ଜଗତସିଂହପୁର: ଶାଶୁବୋହୂ କଳି, ନିତିଦିନିଆ ଜୀବନର ଘଟଣା । କିନ୍ତୁ ଏହି ନିତିଦିନିଆ ପାରିବାରିକ କଳହ ନେଇ ଯାଇଛି ପିଉସୀ ଶାଶୁଙ୍କ ଜୀବନ । ପୁତୁରା ବୋହୂର ଗୋଟିଏ ଧକ୍କାରେ ପିଉସୀ ଶାଶୁ ବେହୋସ୍ ହୋଇ ପଡ଼ିଥିବା ବେଳେ ମେଡିକାଲ୍‌ରେ ବୁଜିଛନ୍ତି ଆଖି ।

ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଓଡ଼ିଶୋ ଗାଁରେ । ସୂଚନା ଅନୁସାରେ, ଓଡ଼ିଶୋ ଗାଁରେ ସ୍ଵର୍ଣ୍ଣଲତା ସ୍ଵାଇଁ ଓ ବୋହୂ ଐଶ୍ଵରିଆଙ୍କ ପାଟିତୁଣ୍ଡ ହୋଇଥିଲା । ଶାଶୂବୋହୂ କଳହ ଲାଗିଥିଲେ । ଗାଳି ଗୁଳଜ କରିବା ସହ କଟୁରି ଧରି ହାଣିବାକୁ ଗୋଡ଼ାଇଥିଲେ । ଯାହାକୁ ନେଇ ଘର ଲୋକ ଭୟଭୀତ ହୋଇ ପଡ଼ିଥିଲେ ।

ଏଥିସହ ପଢ଼ନ୍ତୁ: ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

ଘର ଲୋକେ ପାଖରେ ରହୁଥିବା ପିଉସୀ ଶାଶୁ ସବିତା ବିଶ୍ଵାଳଙ୍କୁ କଲ୍ କରି ଡାକିଥିଲେ । ଖବର ପାଇ ପିଉସୀ ସବିତା ବିଶ୍ଵାଳ ଓ ତାଙ୍କ ପୁଅ ବିଭୁପ୍ରସାଦ ପହଞ୍ଚିଥିଲେ । ଐଶ୍ଵରିଆଙ୍କ ବଡ଼ ଜାଆ ଅହଲ୍ୟାଙ୍କ ଅନୁସାରେ, ଦିଅର ବିଭୁପ୍ରସାଦଙ୍କୁ ଐଶ୍ଵରିଆ କାଠ ଫାଳିଆରେ ମାଡ଼ ମାରିଥିଲେ ।

ପୁଅକୁ ମାଡ଼ ମାରିବା ଦେଖି ପ୍ରତିବାଦ କରିଥିଲେ ସବିତା । ଆଉ ଐଶ୍ଵରିଆ ସବିତାଙ୍କୁ ମଧ୍ୟ ଧକ୍କା ଦେଇଥିଲେ । ଆଉ ଧକ୍କା ଖାଇ ସେଇଠି ବେହୋସ୍ ହୋଇ ପଡ଼ିଥିଲେ ସବିତା । ତୁରନ୍ତ ଘର ଲୋକ ୫୫ ବର୍ଷୀୟ ସବିତାଙ୍କୁ ମେଡିକାଲ୍ ନେଇ ଯାଇଥିଲେ । ଡାକ୍ତର ସବିତାଙ୍କୁ ମେଡିକାଲ୍‌ରେ ମୃତ ଘୋଷଣା କରିଛନ୍ତି ।

ଶାଶୁବୋହୂଙ୍କ କଳହ ତୁଟାଇବାକୁ ପିଉସୀ ଶାଶୁ ଯାଇଥିବା ବେଳେ ତାଙ୍କ ଜୀବନ ଚାଲି ଯାଇଛି । ଏନେଇ ଘର ଲୋକ ଜଗତସିଂହପୁର ସଦର ଥାନାରେ ଲିଖିତ ଏଥଲା ଦେଇଛନ୍ତି । ସେପଟେ ଏହି ଘଟଣା ପରେ ଐଶ୍ଵରିଆ ଶାଶୁଘର ଛାଡ଼ି ବାପଘରକୁ ପଳାଇଥିବା ଜଣାପଡ଼ିଛି । ତୁରନ୍ତ ପୋଲିସ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସବିତାଙ୍କ ଘର ଲୋକ ଦାବି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଝିଅ ସହ ମିଶି ମାଆ ମାରିଦେଲା ସମୁଦୁଣୀକୁ !

ସେପଟେ ଅନୁଗୁଳ ସଦର ଥାନା ଖଲାରି ଅଞ୍ଚଲରୁ ଶାଶୁକୁ ବୋହୂ ହତ୍ୟା କରିଥିବା ଅଭିଯୋଗ ଆସିଛି । ମାଆ ସହ ମିଶି ଶାଶୁ କୁନି ନାୟକଙ୍କୁ ବୋହୂ ସରିତା ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ କାହ୍ନୁ ନାୟକ । କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ।

ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ। ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିଲା। ପୋଲିସ ବୋହୂ ଏବଂ ତାଙ୍କ ମା'ଙ୍କୁ ଅଟକ ରଖି ପଚରା ଉଚରା କରୁଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime In Odisha: ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ | Argus News