Videos
|
Crime

Ragging / Ragging Horror ; ନାବାଳକ ଛାତ୍ରଙ୍କୁ ଭୟଙ୍କର ରାଗିଂ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
Ragging Horror ; ନାବାଳକ ଛାତ୍ରଙ୍କୁ ଭୟଙ୍କର ରାଗିଂ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Key Points

ତାମିଲାନଡୁ ମଦୁରାଇ ଜିଲ୍ଲାର ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ର (ITI)ରେ ଜଣେ ୧୫ ବର୍ଷର ନାବାଳକଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ କରାଯାଇଛି । ଏହି କଲେଜ ହଷ୍ଟେଲରେ ଶେଷ ବର୍ଷର କିଛି ଛାତ୍ର ତାଙ୍କୁ ରାଗିଂ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତଙ୍କ ପରିବାର ।

ପୁଣି ରାଗିଂ, ପୁଣି ନିର୍ଯାତନା । ଛାତ୍ରଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କଲେ , ପୁଣି ତାଙ୍କୁ ଚପଲରେ ପିଟିବାକୁ ଲାଗିଲେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ତାମିଲନାଡୁ ମଦୁରାଇ ଜିଲ୍ଲାର ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ର (ITI)ରେ ଜଣେ ୧୫ ବର୍ଷର ନାବାଳକଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ କରାଯାଇଛି । ଏହି କଲେଜ ହଷ୍ଟେଲରେ ଶେଷ ବର୍ଷର କିଛି ଛାତ୍ର ତାଙ୍କୁ ରାଗିଂ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତଙ୍କ ପରିବାର ।

ଭିଡିଓରେ ଦେଖିବାକୁ ମିଳିଛି କିଛି ଛାତ୍ର ଗ୍ୟାଙ୍ଗ ସେହି ନାବାଳକକୁ ପ୍ରଥମେ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ। ଆଉ ପୋଷାକ ଖୋଲିବା ପରେ ସେମାନେ ପ୍ରଥମେ ତାକୁ ପରିହାସ କରିଥିଲେ, ଆଉ ଚପଲ ଖୋଲି ତାର ଯୌନାଙ୍ଗରେ ପିଟିବାକୁ ଲାଗିଥିଲେ ।


ଅଧିକ ପଢନ୍ତୁ : MKCG ମେଡିକାଲ କଲେଜରେ ପୁଣି ରାଗିଂକୁ ନେଇ ଅଭିଯୋଗ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୀଡିତର ବାପା ପୋଲିସରେ ସେହି ଶେଷ ବର୍ଷର ପିଲା ତଥା କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ତଥା ଭିଡିଓ ଆଧାରରେ ପୋଲିସ ସେହି ଗ୍ୟାଙ୍ଗର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଏଥିସହ ହଷ୍ଟେଲ ୱାର୍ଡେନଙ୍କୁ ସସ୍‌ପେଣ୍ଡ କରିଛି ।

ସେହିପରି ୨୦୨୫ ଫେବୃଆରୀରେ କେରଳର କୋଟ୍ଟାୟମର ସରକାରୀ ନର୍ସିଂ କଲେଜର ପାଞ୍ଚ ଜଣ ଛାତ୍ରଙ୍କୁ ସେମାନଙ୍କ ଜୁନିୟର ଛାତ୍ରମାନଙ୍କୁ ନିର୍ମମ ଭାବରେ ରାଗିଂ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।

Related Topics

Explore more stories