Videos
|
Crime

Crime in India / ମାଆର ପ୍ରେମ ସମ୍ପର୍କକୁ ପୁଅର ବିରୋଧ, ହାତୁଡିରେ ପିଟି ପୁଅକୁ ହତ୍ୟାକଲା ମାଆର ପ୍ରେମିକ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ମାଆର ପ୍ରେମ ସମ୍ପର୍କକୁ ପୁଅର ବିରୋଧ, ହାତୁଡିରେ ପିଟି ପୁଅକୁ ହତ୍ୟାକଲା ମାଆର ପ୍ରେମିକ

Key Points

ମା'ର ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲା ପୁଅ
ହାତୁଡିରେ ପିଟି ପୁଅକୁ ମାରିଦେଲା ମାଆର ପ୍ରେମିକ
ଅଫିସ ସାରି ଘରକୁ ଫେରିବା ବେଳେ ଘଟିଥିଲା ହତ୍ୟାକାଣ୍ଡ
୨୩ ବର୍ଷର ପୁଅକୁ ଚକ୍ରାନ୍ତ କରି ହତ୍ୟା କରିଛି ମା'ର ପ୍ରେମିକ । ଚକ୍ରାନ୍ତ କରି ମା ଏବଂ ମାଆର ପ୍ରେମିକ ମିଶି ପୁଅକୁ ମାରି ଦେଇଛନ୍ତି । ବାପା ଚାଲିଯିବା ପରେ ମାଆର ଅବୈଧ ସମ୍ପର୍କକୁ ବିରୋଧ କରୁଥିଲା ପୁଅ । ଆଉ ଏହାକୁ ନେଇ ଘଟିଛି ଏପରି ହତ୍ୟାକାଣ୍ଡ ।

ଉତ୍ତରପ୍ରଦେଶର କାନପୁରରେ ଏମିତି ଏକ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଦୀପ ଶର୍ମା ନାମକ ଏକ ଯୁବକଙ୍କ ମୃତ ଶରୀର କାନପୁର ଇଟାୱା ହାଇୱେରୁ ଉଦ୍ଧାର କରାଯିବା ପରେ ସାମ୍ନାକୁ ଆସିଛି ମୃତ୍ୟୁ ପଛର ଅସଲ କାହାଣୀ । ପ୍ରଦୀପଙ୍କ ପିତାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ମା ମୟଙ୍କ ଆଲିଆସ୍ ଇଶୁ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ହେଲେ ଏହି ପ୍ରେମ ସମ୍ପର୍କକୁ ବିରୋଧ କ,ରୁଥିଲେ ପୁଅ ପ୍ରଦୀପ । ପ୍ରଦୀପ ସେମାନଙ୍କୁ ଅଲଗା ହେବାକୁ ଚାହୁଁଥିଲେ । ଆଉ ସେମାନେ ଅଲଗା ନହେବାରୁ ତାଙ୍କ ମାଆଙ୍କ ଠାରୁ ଅଲଗା ରହୁଥିଲେ ପ୍ରଦୀପ । ଆଉ ଆନ୍ଧ୍ରପ୍ରଦେଶରେ ତାଙ୍କୁ ଏକ ଚାକିରି ମଧ୍ୟ ମିଳିଥିଲା ।

ହେଲେ ଏପଟେ ପ୍ରଦୀପର ମାଆ, ପ୍ରେମିକ ମୟଙ୍କ ଏବଂ ମୟଙ୍କର ଭାଇ ରିଷି ପ୍ରଦୀପକୁ ମାରିବାର ପ୍ଲାନିଂ ଆରମ୍ଭ କରିଥିଲେ । ସେପଟେ ମୟଙ୍କ ଏବଂ ରିଷି ଉଦ୍ଦେଶ୍ୟମୂଳକ ଭାବରେ ପ୍ରଦୀପଙ୍କ ନାମରେ ଅନେକ ବୀମା ପଲିସି କିଣିଥିଲେ। ଦୀପାବଳି ଛୁଟି ନେଇ ପ୍ରଦୀପ ଘରକୁ ଫେରୁଥିବା ସମୟରେ ରିଷି ଏବଂ ମୟଙ୍କ ତାଙ୍କୁ ନିଜର ୱାଗନର କାରରେ ବସାଇ ନେଇଥିଲେ । ଆଉ କାର ଭିତରେ ପ୍ରଦୀପଙ୍କ ମୁଣ୍ଡକୁ ହାତୁଡିରେ ପିଟିପିଟି ହତ୍ୟା କରିଥିଲେ । ଆଉ ଏକ ସଡକ ଦୁର୍ଘଟଣା ମୃତ୍ୟୁ ବୋଲି ପ୍ରମାଣ କରିବା ପାଇଁ ସେମାନେ କାନପୁର ଇଟାୱା ହାଇୱେରେ ତାଙ୍କର ମର ଶରୀରକୁ ଫୋପାଡି ଚାଲି ଯାଇଥିଲେ ।

ଅଧିକ ପଢନ୍ତୁ : ୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପୋଲିସ ପ୍ରଦୀପଙ୍କ ମୃତଦେହ ଉଦ୍ଧାର କରି ତାଙ୍କ ପରିବାରକୁ ଜଣାଇବା ପରେ ପ୍ରଦୀପଙ୍କ ମାଆ କହିଥିଲେ, ଏଇଟା ହେଉଛି ଦୁର୍ଘଟଣା ଜନିତ ମୃତ୍ୟୁ । ହେଲେ ପ୍ରଦୀପଙ୍କ ଜେଜେବାପା କହିଥିଲେ, ମୟଙ୍କ ଏବଂ ରିଷି ମିଶି ପ୍ରଦୀପଙ୍କୁ ମାରି ଦେଇଛନ୍ତି । ତେବେ ପୋଲିସ ଘଡଟଣାରେ ତଦନ୍ତ କରି, ହତ୍ୟା ବେଳେ ବ୍ୟବହୃତ ହୋଇଥିବା ଗାଡି, ବେଆଇନ ଅସ୍ତ୍ରଶସ୍ତ୍ର, ହାତୁଡି ଆଦି ଜବତ କରିଛି । ଏଥିସହ ଦୁଇ ଭାଇଙ୍କୁ ମଧ୍ୟ ଏନକାଉଣ୍ଟର ପରେ ଗିରଫ କରିଛି ପୋଲିସ । ଉଭୟ ପୋଲିସ ଉପରେ ଗୁଳି ଚାଳନା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଛି । ଯାହାଦ୍ଵାରା ସେମାନେ ଦୁଇଜଣ ବର୍ତ୍ତମାନ ହସ୍ପିଟାଲ ଚିକିତ୍ସିତ ହେଉଥିବା କହିଛି ପୋଲିସ ।


Related Topics

Explore more stories