Videos
|
Crime

Family Tragedy / ଭାଗବତ କଥାରେ ସ୍ତ୍ରୀର ନାଚ ପାଇଁ ଉଜୁଡ଼ିଗଲା ପରିବାର

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଭାଗବତ କଥାରେ ସ୍ତ୍ରୀର ନାଚ ପାଇଁ ଉଜୁଡ଼ିଗଲା ପରିବାର
Three Family Members Killed, Accused Dies

Key Points

ଘରୋଇ ବିବାଦ ପାଇଁ ସମ୍ପୂର୍ଣ୍ଣ ପରିବାର ଶେଷ ହୋଇ ଯାଇଛି । ନିଜ ହାତରେ ୨ ଛୁଆ ସହ ସ୍ତ୍ରୀର ଜୀବନ ନେଇ ଯାଇଛି ଜଣେ ବାପା, ଜଣେ ପତି ।
ଭୋପାଳ: ଭାଗବତ କଥାରେ ସ୍ତ୍ରୀର ନାଚ । ରାଗିଗଲା ସ୍ଵାମୀ । ଉଜାଡ଼ିଦେଲା ପରିବାର । ଟାଙ୍ଗିଆରେ ସ୍ତ୍ରୀ ସହ ୨ ଛୁଆଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ଵାମୀ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର କିଶନପୁରରେ । ଯେଉଁଠି ଘରୋଇ ବିବାଦ ପାଇଁ ସମ୍ପୂର୍ଣ୍ଣ ପରିବାର ଶେଷ ହୋଇ ଯାଇଛି । ନିଜ ହାତରେ ୨ ଛୁଆ ସହ ସ୍ତ୍ରୀର ଜୀବନ ନେଇ ଯାଇଛି ଜଣେ ବାପା, ଜଣେ ପତି ।

ଏଥିସହ ପଢ଼ନ୍ତୁ: କେତନଙ୍କୁ ନ୍ୟାୟ ଦେବେ ଉଜ୍ଜ୍ଵଳ; ସେ ଲଢ଼ିଥିବା ୩୭ ମାମଲାରେ ଦୋଷୀଙ୍କୁ ମିଳିଛି ମୃତ୍ୟୁଦଣ୍ଡ 

୩ ଜଣଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଟ୍ରେନ୍‌ ଲାଇନ୍‌ରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଶନିବାର ଏହି ଘଟଣାର ଖୁଲାସା ହେବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତକ ହେଉଛନ୍ତି ରବିତା କୁଶୱାହା ଓ ତାଙ୍କର ଦୁଇ ପୁଅ ଆରବ ଓ ଦେବୁ । ଟ୍ରେନ୍‌ ଲାଇନରୁ ସ୍ଵାମୀ ବଳରାମ କୁଶୱାହାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ୪ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କିଛିଦିନ ତଳେ ଗାଁରେ ଭାଗବତ କଥା ହୋଇଥିଲା । ସେଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପତ୍ନୀ ରବିତା ନାଚିଥିଲେ । ଯାହାକୁ ନେଇ ବଳରାମ ଅସନ୍ତୋଷ ପ୍ରକାଶ କରିଥିଲା, ବିବାଦ ବଢ଼ିଥିଲା ।

ବାପଘର ପଳାଇଥିଲେ ରବିତା

ରବିତାଙ୍କ ବାପା ମଲଖାନଙ୍କ ଅନୁସାରେ, ଭାଗବତ କଥା ପରେ ବଳରାମ ଝିଅକୁ ମାଡ଼ ମାରିଥିଲେ । ଏପରିକି ରବିତାଙ୍କୁ ଘରେ ରଖିବାକୁ ମନା କରିଥିଲେ ବଳରାମ । ଫଳରେ ୧୭ ତାରିଖରେ ରବିତା ବାପଘରକୁ ଚାଲି ଆସିଥିଲେ ।

ଏଥିସହ ପଢ଼ନ୍ତୁ: ଚାକିରିରୁ ବିଦାହେଲେ ଭୀମସେନ,ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ଭୀମସେନଙ୍କ ସମ୍ପୃକ୍ତି ଅଭିଯୋଗ 

କିଛିଦିନ ପରେ ୨୪ ତାରିଖରେ ବଳରାମ ଓ ତାଙ୍କ ପରିବାର ମଲଖାନଙ୍କ ଘରକୁ ଆସି ରବିତାଙ୍କୁ ନେଇ ଯାଇଥିଲେ । ହେଲେ ଶ୍ଵଶୁର ଘରକୁ ଫେରିବା ପରେ ବି ବିବାଦ ତୁଟି ନଥିଲା । ଶୁକ୍ରବାର ରାତିରେ ପୁଣି ଥରେ ଝଗଡ଼ା ହୋଇଥିଲା ।

ଉତ୍‌କ୍ଷିପ୍ତ ବଳରାମ କୁରାଢ଼ିରେ ଦୁଇ ପୁଅ ଓ ସ୍ତ୍ରୀକୁ ପ୍ରହାର ପରେ ପ୍ରହାର କରି ହତ୍ୟା କରିଥିଲା । ସ୍ତ୍ରୀ ଓ ୨ ନାବାଳକ ପୁଅକୁ ହତ୍ୟା ପରେ ନିଜେ ଟ୍ରେନ୍ ଆଗକୁ ଡେଇଁ ବଳରାମ ଜୀବନ ହାରି ଦେଇଛି । ପୋଲିସ ୪ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।