Ketan Agarwal murder / କେତନଙ୍କୁ ନ୍ୟାୟ ଦେବେ ଉଜ୍ଜ୍ଵଳ; ସେ ଲଢ଼ିଥିବା ୩୭ ମାମଲାରେ ଦୋଷୀଙ୍କୁ ମିଳିଛି ମୃତ୍ୟୁଦଣ୍ଡ
·1 hour ago·2 min read

Key Points
ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ମହାରାଷ୍ଟ୍ର ସରକାର ସ୍ଵତନ୍ତ୍ର ସରକାରୀ ଓକିଲ ଭାବେ ଉଜ୍ଜଳ ନିକମଙ୍କୁ ନିଯୁକ୍ତ କରିଛନ୍ତି । କେତନଙ୍କ ପରିବାର ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ।
ମୁମ୍ବାଇ: କେତନ ଅଗ୍ରୱାଲ ହତ୍ୟା ମାମଲାରେ ନୂଆ ମୋଡ଼ । ମାମଲା ଲଢ଼ିବେ ୨୬/୧୧ ଆତଙ୍କବାଦୀ ଆକ୍ରମଣର କସାବ କେସ୍ ଓ ଅନ୍ୟ ହାଇ-ପ୍ରୋଫାଇଲ୍ କେସ୍ ଲଢ଼ିଥିବା ବରିଷ୍ଠ ସରକାରୀ ଓକିଲ ଓ ରାଜ୍ୟସଭା ସାଂସଦ ଉଜ୍ଜ୍ଵଳ ନିକମ । ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ମହାରାଷ୍ଟ୍ର ସରକାର ସ୍ଵତନ୍ତ୍ର ସରକାରୀ ଓକିଲ ଭାବେ ଉଜ୍ଜଳ ନିକମଙ୍କୁ ନିଯୁକ୍ତ କରିଛନ୍ତି ।
କେତନଙ୍କ ପରିବାର ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ । ଯାହାକୁ ନେଇ ଉଜ୍ଜ୍ଵଳ କହିଛନ୍ତି, "ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇଛି ।"
ଏଥିସହ ପଢ଼ନ୍ତୁ: ଅଭିଯୁକ୍ତ ସିଆଙ୍କ ବାପାଙ୍କ ବୟାନ: 'ଯଦି ଆମେ ଭୁଲ କରିଛୁ ଆମକୁ ଫାଶୀ ଦିଅ, ସିଆକୁ ପାହାଡରୁ ଠେଲି ଦିଅ...
ସରକାରୀ ଓକିଲ ଉଜ୍ଜ୍ଵଳ ନିକମ କହିଛନ୍ତି, "ଏହି ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶର ମୁଣ୍ଡ ନୂଆଁଇ ଦେଇଛି । ମହାରାଷ୍ଟ୍ରରେ ଆଇନ୍ ବ୍ୟବସ୍ଥାର ରାଜ୍ ରହିବା ଦରକାର । ଏହି ଭାବନା ସହିତ ମୁଖ୍ୟମନ୍ତ୍ରୀଙ୍କୁ କହିଛି, ମୁଁ ଏହି ମାମଲାକୁ ନିଶ୍ଚିତ ଭାବେ ଦେଖିବି ।"
ଫାଷ୍ଟଟ୍ରାକ୍ କୋର୍ଟରେ ମାମଲା
ଏହା ପୂର୍ବରୁ ଶୁକ୍ରବାର କେତନ ଅଗ୍ରୱାଲଙ୍କ ପିତା ପୁଣେରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ସହ ଆଲୋଚନା କରି ନ୍ୟାୟ ମାଗିଥିଲେ । ପୀଡ଼ିତ ପରିବାରର ଦାବିକୁ ସରକାର ଗୁରୁତର ସହ ନେଇ ମାମଲାର ଶୁଣାଣ ଫାଷ୍ଟଟ୍ରାକ୍ କୋର୍ଟରେ କରିବାକୁ ଅନୁମତି ଦେଇଛନ୍ତି । ଯେଭଳି ଦୋଷୀଙ୍କୁ ଶୀଘ୍ର ଦଣ୍ଡ ମିଳିବ ।
ଉଜ୍ଜ୍ଵଳ ନିକମ କିଏ ?
ଉଜ୍ଜ୍ଵଳଙ୍କ ପୂରା ନାଁ ହେଉଛି- ଉଜ୍ଜ୍ଵଳ ଦେବରାବ ନିକମ । ରାଜ୍ୟସଭା ସାଂସଦ ଥିବା ଉଜ୍ଜ୍ଵଳ ମହାରାଷ୍ଟ୍ର ସରକାର ଓ ଭାରତ ସରକାରଙ୍କ ପକ୍ଷରୁ ଅନେକ ସମ୍ବେଦନଶୀଳ ଓ ବଡ଼ ଅପରାଧିକ ମାମଲାରେ ସ୍ଵତନ୍ତ୍ର ସରକାରୀ ଓକିଲ ଭାବେ ଲଢ଼ିଛନ୍ତି ।
ତାଙ୍କ ପିକା ଦେବରାବଜୀ ନିକମ ଜଣେ ବିଚାରପତି ଥିଲେ । ଉଜ୍ଜ୍ଵଳଙ୍କ ଭାଇ ଅନିକେତ ନିକମ ମଧ୍ୟ ଜଣେ ଓକିଲ ଅଟନ୍ତି । ଓକିଲାତି ପେସାରେ ଉଜ୍ଜ୍ଵଳ ଲଢ଼ିଥିବା ୬୨୮ ମାମଲାରେ ଆଜୀବନ ଜେଲ୍ ଓ ୩୭ଟି ମୃତ୍ୟୁଦଣ୍ଡ ପାଇଛନ୍ତି ଦୋଷୀ ।
କସାବକୁ ମିଳିଥିଲା ଫାଶୀ
୨୬/୧୧ ମୁମ୍ବାଇ ଆତଙ୍କବାଦୀ ମାମଲା ଲଢ଼ିଥିଲେ ଉଜ୍ଜ୍ଵଳ । ଯେଉଁଥିରେ ପାକିସ୍ତାନ ଆତଙ୍କାଦୀ ଅଜମଲ କସାବକୁ ଫାଶୀ ମିଳିବାରେ ତାଙ୍କର ଆଇନ୍ଗତ ଦସ୍ତାବିଜ୍ ମୁଖ୍ୟ ଭୂମିକା ନିଭାଇଥିଲା । ଏହାଛଡ଼ା ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲା ଉଜ୍ଜ୍ଵଳ ଲଢ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: ବରେଲିରେ ଚାଞ୍ଚଲ୍ୟ...ଡକାୟତି ବେଳେ ମହିଳାଙ୍କ ସହ ଅଶାଳୀନ ବ୍ୟବହାର, ଗନପଏଣ୍ଟରେ ଥିଲେ ସ୍ୱାମୀ
ଟି-ସିରିଜ୍ ମାଲିକ ଗୁଲଶନ କୁମାର ହତ୍ୟାକାଣ୍ଡ, ବିଜେପି ନେତା ପ୍ରମୋଦ ମହାଜନଙ୍କ ହତ୍ୟା, ମୁମ୍ବାଇରେ ଗଣଦୁଷ୍କର୍ମ ଆଦି ମାମଲା ଲଢ଼ି ଦୋଷୀଙ୍କୁ କଠୋର ଦଣ୍ଡ ଦେଇଛନ୍ତି ।
ଆଇନ୍ କ୍ଷେତ୍ରରେ ଉପଲବ୍ଧି ପାଇଁ ଭାରତ ସରକାର ଉଜ୍ଜ୍ଵଳ ନିକମଙ୍କୁ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଉଜ୍ଜ୍ଵଳଙ୍କୁ Z+ ସୁରକ୍ଷା ପ୍ରଦାନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories