Videos
|
Crime

Police Encounter / ବ୍ରହ୍ମପୁରରେ ଯୁବକଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣା: ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁକୁ ଏନକାଉଣ୍ଟର

Rashmita Mishra
Browse all articles by Rashmita Mishra
·2 months ago·2 min read
ବ୍ରହ୍ମପୁରରେ ଯୁବକଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣା: ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁକୁ ଏନକାଉଣ୍ଟର
Police Encounter

Key Points

ବ୍ରହ୍ମପୁର ଗିରିରୋଡରେ ଯୁବକଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣା
ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ଏନକାଉଣ୍ଟର
ଟାମଣା ଘାଟି ନିକଟରେ ପୋଲିସ ମୁଫତେସକୁ କରିଛି ଏନକାଉଣ୍ଟର
ପୋଲିସ ଏନକାଉଣ୍ଟରରେ ମୁଫତେସ ଦେହରେ ବାଜିଛି ଚାରି ରାଉଣ୍ଡ ଗୁଳି

ବ୍ରହ୍ମପୁର ଗିରିରୋଡରେ ଯୁବକଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣା । ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର । ବୁଧବାର ବିଳମ୍ବିତ ରାତିରେ ଟାମଣା ଘାଟି ନିକଟରେ ପୋଲିସ ମୁଫତେସକୁ କରିଛି ଏନକାଉଣ୍ଟର ।

ପୋଲିସ ଏନକାଉଣ୍ଟରରେ ମୁଫତେସ ଶରୀରରେ ମୋଟ ଚାରି ରାଉଣ୍ଡ ଗୁଳି ବାଜିଛି । ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୮ଟାରେ ଗିରିରୋଡ ଉପରେ ଉମେଶ ନାମକ ଜଣେ ଯୁବକଙ୍କୁ ତଳେ ପକାଇ ବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲା ମୁଫତେସ । ଏହି ଆକ୍ରମଣ ପରେ ସେ ଫେରାର ହୋଇଯାଇଥିଲା ।

ପୋଲିସ ଏହି ମାମଲାର ତଦନ୍ତ କରି ଗତ ବୁଧବାର ଅନ୍ୟ ଦୁଇ ସହଯୋଗୀ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ମୁଫତେସ ଜଣେ ପେସାଦାର ଅପରାଧୀ ଏବଂ ତା’ ନାମରେ ୯ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି ।

ହତ୍ୟା ଉଦ୍ୟମ, ଡ଼କାୟତି, ଦାଦାବଟି ଆଦାୟ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ଅନେକ ମାମଲା ବୈଦ୍ୟନାଥପୁର ଥାନା, ଗୋପାଳପୁର ଥାନା ଏବଂ ଗୋଷାଣୀ ନୂଆଗାଁ ଥାନାରେ ରହିଛି । ଗତକାଲି ରାତିରେ ସେ ଟାମଣା ଘାଟି ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଗୋଡ଼ାଇଥିଲା । ପରେ ସେଠାରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ:  ସମ୍ବଲପୁରରେ ପୁଣି ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର, ୪୮ ଘଣ୍ଟାରେ ୨ଟି ଏନକାଉଣ୍ଟର

ସୂଚନା ଥାଉ କି ସୋମବାର ବ୍ରହ୍ମପୁର ସହରର ବ୍ୟସ୍ତବହୁଳ ଗିରି ରୋଡ୍ ଛକ ନିକଟରେ। ରାତି ପ୍ରାୟ ୯ଟା। ଲୋକଙ୍କ ଯିବା-ଆସିବା ଚାଲିଥିବା ସମୟରେ ହଠାତ୍ ଦୁଇ ଯୁବକ ମିଶି ଉମେଶ ରଥ ନାମକ ଜଣେ ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ। ରାସ୍ତା ମଝିରେ ତାଙ୍କୁ ତଳେ ପକାଇ ଗୋଇଠା, ବିଧା ଏବଂ ନିର୍ମମ ମାଡ଼ ମାରୁଥିଲେ। ଏମିତି ଲାଗୁଥିଲା, ଯେମିତି ଆକ୍ରମଣକାରୀଙ୍କ ମନରୁ ମଣିଷପଣିଆ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି ।

ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହେଉଛି, ଘଟଣାସ୍ଥଳରେ ଥିବା ଜଣେ ଯୁବତୀଙ୍କ ସାହସ। ଉମେଶଙ୍କ ସହ ଥିବା ମହିଳା ବନ୍ଧୁ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଜୋରଦାର ଚେଷ୍ଟା କରୁଥିଲେ । ଚିତ୍କାର କରି ବଞ୍ଚାଇବାକୁ ଅନୁରୋଧ କରୁଥିଲେ। କିନ୍ତୁ ରକ୍ତମୁଖା ଦୁର୍ବୃତ୍ତମାନେ କାହାର କଥା ଶୁଣିବା ମୁଡ୍‌ରେ ନଥିଲେ । ଏହି ଭୟଙ୍କର ଦୃଶ୍ୟକୁ କେହି ମୋବାଇଲରେ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Police Encounter | Berhampur Assault Case: Main Accused Muftes Sahu Injured in Encounter | Argus News