Encounter / ସମ୍ବଲପୁରରେ ପୁଣି ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର, ୪୮ ଘଣ୍ଟାରେ ୨ଟି ଏନକାଉଣ୍ଟର
·12 hours ago·2 min read

Key Points
ସମ୍ବଲପୁରରେ ପୁଣି ଦୁର୍ଦ୍ଦାନ୍ତ ଅପରାଧି ବଣ୍ଟି ସୁନାକୁ ଏନକାଉଣ୍ଟର
ଗତ ୪୮ ଘଣ୍ଟାରେ ସମ୍ବଲପୁରରେ ୨ଟି ଏନକାଉଣ୍ଟର
ପୋଲିସ ଉପରକୁ ଗୁଳିଚାଳନା କରିଥିଲା ବଣ୍ଟି
ପାଲଟା ଜବାବରେ ଏନ୍କାଉଣ୍ଟର କଲା ପୋଲିସ୍
ଗତ ୪୮ ଘଣ୍ଟାରେ ସମ୍ବଲପୁରରେ ୨ଟି ଏନକାଉଣ୍ଟର
ପୋଲିସ ଉପରକୁ ଗୁଳିଚାଳନା କରିଥିଲା ବଣ୍ଟି
ପାଲଟା ଜବାବରେ ଏନ୍କାଉଣ୍ଟର କଲା ପୋଲିସ୍
ସମ୍ବଲପୁର,୨୦/୦୫: ସମ୍ବଲପୁରରେ ପୁଣି ଦୁର୍ଦ୍ଦାନ୍ତ ଅପରାଧି ବଣ୍ଟି ସୁନାକୁ ପୋଲିସର ଏନକାଉଣ୍ଟର। ପୋଲିସ ବଣ୍ଟିକୁ ଧରିବା ପାଇଁ ପିଛା କରିଥିବା ସମୟରେ ବଣ୍ଟି ସୁନା ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୋଲିସ ବଣ୍ଟି ସୁନାକୁ ଏନକାଉଣ୍ଟର କରିଥିଲା। ଫଳରେ ତା'ର ବାମ ଗୋଡରେ ଗୁଳି ବାଜିଥିଲା । ବଣ୍ଟିକୁ ପ୍ରଥମେ ଚାରମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବଣ୍ଟି ବିଶେଷ କରି ଗଞ୍ଜେଇ ଚୋରାଚାଲାଣକାରୀ ଭାବେ ଜଣାଶୁଣା ଥିଲା । ବଣ୍ଟି ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରୁଥିଲା ଏବଂ ଗଞ୍ଜେଇ ଯେତେବେଳେ ଯାଉଥିଲା ତାକୁ ଏସ୍କଟ ଦେଉଥିଲା । ଏହି କାରଣରୁ ପୋଲିସ ତା‘ଉପରେ ନଜର ରଖିଥିଲା ।
ସମ୍ବଲପୁର ଏସ୍ପି ମୁକେଶ ଭାମୁଙ୍କ କହିବା ମୁତାବକ ଗତ ୧୫ ତାରିଖ ସମ୍ବଲପୁରର ଅଂଇଁଠାପାଲି ଥାନା ଅଞ୍ଚଳରେ ଅବୈଧ ବନ୍ଧୁକ କାରବାର ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ବଣ୍ଟିର ସଂପର୍କ ଥିବା ତଦନ୍ତରୁ ଜଣାପଡ଼ିଥିଲା। ବଣ୍ଟିକୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବାବେଳେ ଆଜି ବୌଦ୍ଧ-ସୋନପୁର ରାସ୍ତାରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ମୋଚିବାହାଲ ଜଙ୍ଗଲ ରାସ୍ତା ନିକଟରେ ନାକାବନ୍ଦୀ କରିଥିଲା ପୁଲିସା ସନ୍ଧ୍ୟାରେ ଏକ ଟାଟା ଟିଆଗୋ କାର୍କୁ ପୁଲିସ ସନ୍ଦେହରେ ଅଟକାଇବା ବେଳେ ବଣ୍ଟି ଖସି ପଳାଇବାକୁ ଉଦ୍ୟମ କରିଥିଲା । କାର୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ବଣ୍ଟି ଗାଡ଼ିରୁ ବାହାରି ପୁଲିସ ଉପରକୁ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯିବାରୁ ବଣ୍ଟି ଆହତ ହୋଇଥିବା ଏସ୍ପି ପ୍ରକାଶ କରିଛନ୍ତି।
ପଢନ୍ତୁ ଏହି ଖବର: ଗାଡ଼ି ଚେକିଂ ବେଳେ ଖସି ପଳାଉଥିଲା, ପୋଲିସ ଉପରକୁ କଲା ଫାୟାରିଂ, ଜବାବରେ ପୋଲିସର ଏନକାଉଣ୍ଟର
ବଣ୍ଟିର ଗାଡ଼ିରୁ ଗୋଟିଏ ପର୍ସ, ଏଟିଏମ୍ କାର୍ଡ, ନଗଦ ଟଙ୍କା ଓ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି। ଚାରମାଲ ଥାନାରେ ଏନ୍ଡିପିଏସ୍ ଆଇନରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ଶ୍ରୀ ଭାମୁ କହିଛନ୍ତି।
ସୂଚନା ଅନୁସାରେ, ଗତ ୧୭ ତାରିଖରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲାବେଳେ ଖସି ଯିବାକୁ ଉଦ୍ୟମ କରୁଥିବା ଅପରାଧି ମନିଷ ସାହୁକୁ ପୋଲିସ୍ ଏନକାଉଣ୍ଟର କରିଥିଲା । ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମନୀଷ ନାଁରେ ପୂର୍ବରୁ ଏକାଧିକ ଥାନାରେ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories