Crime In Odisha / ପତିଆରା ଦେଖାଇଲେ ହତ୍ୟା ଅଭିଯୁକ୍ତ; ଖଣ୍ଡାରେ କାଟିଲେ ଜନ୍ମଦିନ କେକ୍
·6 months ago·2 min read

Key Points
ଖଣ୍ଡାରେ କେକ୍ କାଟି ଜନ୍ମଦିନ ପାଳନ କରି ହତ୍ୟା ଅଭିଯୁକ୍ତ ସମାଜକୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? କମିଶନରେଟ୍ ପୋଲିସ ପ୍ରତି ଅଭିଯୁକ୍ତଙ୍କ ଭୟ ନାହିଁ କି ?
ଭୁବନେଶ୍ଵର: ହାତରେ ଖଣ୍ଡା, ଚାଲିଛି କେକ୍ କଟା । ଜନ୍ମଦିନ କେକ୍କୁ ଖଣ୍ଡାରେ କାଟୁଛନ୍ତି ହତ୍ୟା ଅଭିଯୁକ୍ତ । ଆଉ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଖୋଦ୍ ରାଜଧାନୀର ବଡ଼ଗଡ଼ ଅଞ୍ଚଳରେ ଖଣ୍ଡାରେ କେକ୍ କାଟିବା ଭିଡିଓ ସୁଟ୍ କରାଯାଇ ସୋସିଆଲ୍ ମିଡିଆରେ ଛଡ଼ା ଯାଇଛି ।
ଖଣ୍ଡାରେ କେକ୍ କାଟି ଜନ୍ମଦିନ ପାଳନ କରି ହତ୍ୟା ଅଭିଯୁକ୍ତ ସମାଜକୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? କମିଶନରେଟ୍ ପୋଲିସ ପ୍ରତି ଅଭିଯୁକ୍ତଙ୍କ ଭୟ ନାହିଁ କି ? ନା ଲୋକଙ୍କୁ ଭୟଭୀତ କରାଇବାକୁ ଏଭଳି ଖଣ୍ଡାରେ କେକ୍ କାଟୁଛନ୍ତି ହତ୍ୟା ଅଭିଯୁକ୍ତ ? ଲୋକଙ୍କ ମନରେ ଏବେ ଏମିତି ଅନେକ ପ୍ରଶ୍ନ ।
ଏଥିସହ ପଢ଼ନ୍ତୁ: ଶବଦାହ ପାଇଁ ସ୍ଵର୍ଗଦ୍ଵାର ଆସିଥିଲେ; ବଚସାରୁ ତଣ୍ଟି କାଟି ମାରି ଦେଲେ
ସାମନ୍ତରାୟପୁର ମିଠା ଦୋକାନୀଙ୍କୁ ବିଚ୍ ରାସ୍ତାରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ବିଶ୍ୱାଳ ନିଜ ଜନ୍ମଦିନରେ ହାତରେ ଖଣ୍ଡା ଧରି କେକ କାଟୁଛନ୍ତି । ଏହି ସମୟରେ ଶ୍ରୀକାନ୍ତଙ୍କ ପାଖରେ ଅମରେଶ ନାୟକ ହତ୍ୟାକାଣ୍ଡ, ରଘୁଆ ବାରିକ ଓ ବରମୁଣ୍ଡା ହତ୍ୟାକାଣ୍ଡ ଅଭିଯୁକ୍ତ ରିକି ମଧ୍ୟ ରହିଥିଲା ।
ଜନ୍ମଦିନ କେକ୍ ଖଣ୍ଡାରେ କାଟିବା ଭିଡିଓ ଭାଇରାଲ୍ ହେଉଛି । ଯାହା କମିଶନରେଟ୍ ପୋଲିସକୁ ଅଭିଯୁକ୍ତଙ୍କ ଖୋଲା ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ହତ୍ୟା ଅଭିଯୁକ୍ତ ଖଣ୍ଡାରେ କେକ୍ କାଟିବା ସମସ୍ତଙ୍କୁ ଭୟଭୀତ କରିଛି ।
ଏଥିସହ ପଢ଼ନ୍ତୁ: ୮ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର; ମୃତ୍ୟୁ ତଥ୍ୟ ଲୁଚାଇ ପିଡିଏସ୍ ସାମଗ୍ରୀ ନେଲେ ହେବ ଦଣ୍ଡବିଧାନ
୫ ବର୍ଷ ତଳେ ସାମନ୍ତରାୟପୁରରେ ଦିନ ଦ୍ଵିପ୍ରହରରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ମିଠା ଦୋକାନୀଙ୍କୁ ହାଣିଥିଲେ । ଭୁବନେଶ୍ଵର ରାଜରାସ୍ତାରେ ହୋଇଥିଲା ଲାଇଭ୍ ମର୍ଡର । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ଦୁଇ ଦୁବୃର୍ତ୍ତ ପ୍ରଭାକର ସାହୁ ଓରଫ ଜମ୍ବୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଯାହା ପରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ସିସିଟିଭିରେ କଏଦ ହୋଇଥିଲା ଲୋମଟାଙ୍କୁରା ହତ୍ୟା ଦୃଶ୍ୟ ।
ସେହିଭଳି ଏକ ଖଣ୍ଡାରେ ଗାଡ଼ି ଉପରେ ଥିବା କେକ୍କୁ କାଟି ଜନ୍ମଦିନ ପାଳନ କରୁଛନ୍ତି । ଯାହାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ଲୋକେ । ଏବେ ଭିଡିଓ ଭାଇରାଲ୍ ହେବା ପରେ କମିଶନରେଟ୍ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଛି । ଖଣ୍ଡାରେ କେକ୍ କାଟୁଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ସ୍ଵତନ୍ତ୍ର ଟିମ୍ ଛାନଭିନ୍ ଆରମ୍ଭ କରିଥିବା ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories