Crime In Odisha / ଶବଦାହ ପାଇଁ ସ୍ଵର୍ଗଦ୍ଵାର ଆସିଥିଲେ; ବଚସାରୁ ତଣ୍ଟି କାଟି ମାରି ଦେଲେ
·2 months ago·2 min read

Key Points
ସ୍ଵର୍ଗଦ୍ଵାର ସମ୍ମୁଖରେ ବଚସାରୁ ହତ୍ୟାକାଣ୍ଡ । ସାମାନ୍ୟ କଳହରୁ ଛୁରି ଭୁସି ମାରିଦେଲେ । ବିଳମ୍ବିତ ରାତିରେ ପୁରୀ ସ୍ଵର୍ଗଦ୍ଵାର ବାହାରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ ।
ପୁରୀ: ଶବ ସହ ଆସିଥିଲେ, ଶବ ହୋଇ ଫେରିଲେ । ସ୍ଵର୍ଗଦ୍ଵାର ସମ୍ମୁଖରେ ବଚସାରୁ ହତ୍ୟାକାଣ୍ଡ । ସାମାନ୍ୟ କଳହରୁ ଛୁରି ଭୁସି ମାରିଦେଲେ । ବିଳମ୍ବିତ ରାତିରେ ପୁରୀ ସ୍ଵର୍ଗଦ୍ଵାର ବାହାରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ ।
ବିଳମ୍ବିତ ରାତିରେ ଛୁରିରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁର ରଞ୍ଜନ କୁମାର ଦାସ । ସୂଚନା ଅନୁସାରେ, ସେ ମୃତ ସମ୍ପର୍କୀୟଙ୍କ ଶେଷକୃତ୍ୟ ଲାଗି ସ୍ଵର୍ଗଦ୍ଵାର ଆସିଥିଲେ ।
ଏଥିସହ ପଢ଼ନ୍ତୁ: ଗାଡ଼ି ଭିତରେ ଯାତ୍ରୀଙ୍କୁ ଅଟକ ରଖିଲେ 'ଆମ ବସ୍' ଡ୍ରାଇଭର; ଗେଟ୍ ଖୋଲିଲେନି କି ଝରକା ଦେଇ ଛାଡ଼ିଲେନି
ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସରିବା ପରେ ବାହାରକୁ ବାହାରିବା ବେଳ ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ସାମାନ୍ୟ କଥାକୁ ନେଇ ବଚସା ପରେ ଯୁବକ ଜଣଙ୍କ ଛୁରିରେ ଆକ୍ରମଣ କରିଥିଲେ ।
ରଞ୍ଜନଙ୍କ ବେକକୁ ଛୁରିରେ ବାରମ୍ବାର ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ରଞ୍ଜନ ଦାସ । ରଞ୍ଜନଙ୍କ ସହ ଥିବା ଅନ୍ୟ ଜଣେ ମାନସ ରଞ୍ଜନ ନାୟକ ଗୁରୁତର ଆହତ ହୋଇଛନ୍ତି । ମାନସଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି ।
ସ୍ଵର୍ଗଦ୍ଵାର ସମ୍ମୁଖରେ ହୋଇଥିବା ହତ୍ୟାକାଣ୍ଡରେ ସମୁଦ୍ରକୂଳ ଥାନା ପୋଲିସ ଜଣଙ୍କୁ ଅଟକ ରଖିଛି । ଏନେଇ ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, "ସମ୍ପର୍କୀୟଙ୍କ ଶବଦାହ ପାଇଁ ଯୁବକ ଆସିଥିଲେ । ଶବଦାହ ପରେ ଚୈତନ୍ୟ ଛକ ନିକଟରେ ଅନ୍ୟ ଜଣଙ୍କ ସହ ବଚସା ହୋଇଥିଲା ।"
ଏଥିସହ ପଢ଼ନ୍ତୁ: କୋକେନ୍ ଟ୍ରକ୍ ସହ ଧରାପଡ଼ିଲେ ୨ ଭାରତୀୟ; ନେଇ ଯାଇଥାନ୍ତେ ଲକ୍ଷେ ଆମେରିକୀୟଙ୍କ ଜୀବନ
ବଚସା ପରେ ଦୁର୍ବୃତ୍ତ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ରଞ୍ଜନଙ୍କ ବେକ କାଟି ହତ୍ୟା କରିଛନ୍ତି । ଅଭିଯୁକ୍ତକୁ ସମୁଦ୍ରକୂଳ ଥାନା ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଏସପି ସୂଚନା ଦେଇଛନ୍ତି ।
ତେବେ ସ୍ଵର୍ଗଦ୍ଵାରରେ ଶବଦାହ କରିବାକୁ ଆସି କାହିଁକି ହେଲା ବଚସା ? ଯେଉଁଠି ଜୀବନର ଅନ୍ତ, ମୃତ୍ୟୁ ପରେ ଯେଉଁଠିକୁ ସମସ୍ତଙ୍କୁ ଯିବାକୁ ପଡ଼ିବ ସେଇଠି କାହିଁକି ଗର୍ବ ଓ ଅହଙ୍କାର ? ସ୍ଵର୍ଗଦ୍ଵାର ସମସ୍ତଙ୍କ ଶେଷ ଠିକଣା ହୋଇଥିବା ବେଳେ କାହିଁକି ମଣିଷ କଥା କଥାରେ ଆକ୍ରମଣ କରିବାକୁ ଆଗଭର ହେଉଛି ? ଧାର୍ମିକ ସହର ପୁରୀରେ ପୋଲିସର ପାଟ୍ରୋଲିଂ ଆହୁରି କଡ଼ାକଡ଼ି ହେବାର ଆବଶ୍ୟକତା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories