Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Murder Accused Birthday Video / ହାତରେ ଖଣ୍ଡା ଧରି ହତ୍ୟା ଅଭିଯୁକ୍ତଙ୍କ ବାର୍ଥ ଡେ' ସେଲିବ୍ରେସନ, କେକ୍ କାଟିବାର ଭିଡିଓ ଭାଇରାଲ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·1 min read
ହାତରେ ଖଣ୍ଡା ଧରି ହତ୍ୟା ଅଭିଯୁକ୍ତଙ୍କ ବାର୍ଥ ଡେ' ସେଲିବ୍ରେସନ, କେକ୍ କାଟିବାର ଭିଡିଓ ଭାଇରାଲ
Birthday Video

Key Points

ଖଣ୍ଡାରେ କାଟିଲେ ଜନ୍ମ ଦିନ କେକ୍
ଖଣ୍ଡା ଧରି ଜନ୍ମଦିନ ପାଳିଲା ହତ୍ୟା ଅଭିଯୁକ୍ତ
ରାଜଧାନୀରେ ଅଭିଯୁକ୍ତଙ୍କ ଆଚରଣକୁ ନେଇ ଚର୍ଚ୍ଚା
ହାତରେ ଖଣ୍ଡା ଧରି ହତ୍ୟା ଅଭିଯୁକ୍ତଙ୍କ ବାର୍ଥ ଡେ' ସେଲିବ୍ରେସନ । ରାଜଧାନୀରେ ଅଭିଯୁକ୍ତଙ୍କ ଆଚରଣକୁ ନେଇ ଚର୍ଚ୍ଚା । ୩ ହତ୍ୟା ଅଭିଯୁକ୍ତ କେକ୍ କାଟିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ସ୍ୱତନ୍ତ୍ର ଟିମ୍‌ ଗଠନ କରି କମିସନରେଟ୍‌ ପୋଲିସର ତଦନ୍ତ ଆରମ୍ଭ । ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ପୋଲିସ ବିଛାଇଛି ଜାଲ ।

କାର ଉପରେ ଥୁଆ ହୋଇଛି କେକ୍ । ଆଉ ଏକ ବଡ଼ ଖଣ୍ଡାରେ ୩ ହତ୍ୟା ଅଭିଯୁକ୍ତ କାଟୁଛନ୍ତି କେକ୍ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସାମନ୍ତରାୟପୁର ମିଠା ଦୋକାନୀକୁ ବିଚ୍‌ ରାସ୍ତାରେ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀକିତ ବିଶ୍ୱାଳ ନିଜ ଜନ୍ମଦିନରେ ହାତରେ ଖଣ୍ଡା ଧରି କେକ୍‌ କାଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପାଖରେ ଅଛନ୍ତି ଅମରେଶ ନାୟକ ହତ୍ୟା କାଣ୍ଡର ମୁଖ୍ୟ ରଘୁଆ ବାରିକ ଓ ବରମୁଣ୍ଡା ହତ୍ୟାକାଣ୍ଡର ଅଭିଯୁକ୍ତ ରିକି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି କମିସନରେଟ୍‌ ପୋଲିସ । ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍‌ । ଖୁବଶୀଘ୍ର ଭାଇରାଲ ଭିଡିଓରେ ଥିବା ସମସ୍ତଙ୍କ ପାଖରେ ପୋଲିସ ପହଂଚିବାକୁ ବିଛାଇଛି ଜାଲ । ଏପରି ଘଟଣାକୁ ଗୁରୁତ୍ବର ସହ ନେଇଛି କମିସନରେଟ ପୋଲିସ ।

ଅପରାଧୀମାନେ ଜେଲରୁ ବାହାରିବା ପରେ ସେମାନଙ୍କ କାର୍ଯ୍ୟକଳାପ ଉପରେ କମିସନରେଟ୍‌ ପୋଲିସ ନଜର ରଖିବାକୁ ଦାବି କରିଛନ୍ତି ରାଜଧାନୀ ବାସିନ୍ଦା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sword in Hand, Murder Accused Celebrates Birthday: Cake-Cutting Video Goes Viral. | Argus News