ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା

ଅର୍ଗସ ବ୍ୟୁରୋ: ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଗୁଣିଗାରେଡିରୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ତଣ୍ଡାପାଲ୍ଲୀ ଗ୍ରାମର ଲକ୍ଷ୍ମା କବାସୀ (୫୫)। ସୂଚନା ଅନୁଯାୟୀ, ତଣ୍ଡପାଲୀ ଗ୍ରାମର ଲକ୍ଷ୍ମା ଗୁଣିଗାରେଡି କରୁଥିବା ସନ୍ଦେହ କରି କିଛି ଦୁର୍ବୃତ୍ତ ତାଙ୍କର ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇଥିବା ଜଣାପଡ଼ିଛି। ମୃତଦେହକୁ ନେଇ ମାଲକାନଗିରି ଜିଲ୍ଲା ସାବେରୀ ନଦୀରେ ଫୋଫାଡି ଦେଇଥିଲେ ବୋଲି ପୋଲିସ। ଗତକାଲି ରାତିରେ ଲକ୍ଷ୍ମା ଘରକୁ ଫେରି ନ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନ ଥିଲେ।
ଆଜି ସାବେରୀ ନଦୀରେ ଗୋଟିଏ ଶବ ଭାସୁଥିବା ଦେଖି ମାଲକାନଗିରି ଆଦର୍ଶ ଥାନାକୁ ଖବର ଦେଇଥିଲେ। ମାଲକାନଗିରି ଏସଡିପିଓ ସଚିନ ପଟେଲ, ଥାନା ଅଧିକାରୀ ରିଗାନ କିଣ୍ଡୋ, ଏସଆଇ ପ୍ରଭାତ ଗୌଡ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ପାଣିରୁ ଲକ୍ଷ୍ମାଙ୍କ ମୃତ ଦେହକୁ ଜବତ କରିଥିବା ବେଳେ ଶବକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ଓ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଜଣାପଡିଛି। ପରିବାରବର୍ଗଙ୍କ ଅଭିଯୋଗକ୍ରମେ ପୋଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।
ଅଧିକ ପଢ଼ନ୍ତୁ ଅପରାଧ ଖବର