Naxals Surrender / ବିକାଶରେ ଯୋଡ଼ିହେବେ ମାଓବାଦୀ; ୧୫ ସୁଦ୍ଧା ଅସ୍ତ୍ର ଛାଡ଼ିବାକୁ ମାଡ଼ ଡିଭିଜନର ଘୋଷଣା

Key Points
ମୁଣ୍ଡ ନୂଆଁଇଲା ମାଓ ସଂଗଠନ । ସିପିଆଇ (ମାଓବାଦୀ) ମାଡ଼ ଡିଭିଜନାଲ୍ କମିଟି ଅସ୍ତ୍ରବିରତି ଲାଗି ଘୋଷଣା କରିଛି । ଆସନ୍ତା ୧୫ ତାରିଖ ସୁଦ୍ଧା ମାଡ଼ ଡିଭିଜନରେ ସକ୍ରିୟ ମାଓବାଦୀ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଘୋଷଣା କରିଛନ୍ତି ।
ମାଲକାନଗିରି: କେନ୍ଦ୍ର ସରକାରଙ୍କ ମାଓ ବିରୋଧୀ ଅଭିଯାନକୁ ସଫଳତା । ମୁଣ୍ଡ ନୂଆଁଇଲା ମାଓ ସଂଗଠନ । ସିପିଆଇ (ମାଓବାଦୀ) ମାଡ଼ ଡିଭିଜନାଲ୍ କମିଟି ଅସ୍ତ୍ରବିରତି ଲାଗି ଘୋଷଣା କରିଛି । ଆସନ୍ତା ୧୫ ତାରିଖ ସୁଦ୍ଧା ମାଡ଼ ଡିଭିଜନରେ ସକ୍ରିୟ ମାଓବାଦୀ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଘୋଷଣା କରିଛନ୍ତି ।
ଏନେଇ ମାଡ଼ ଡିଭିଜନର ମୁଖ୍ୟ ରଣୀତା ପ୍ରେସ ବାର୍ତ୍ତା ଜାରି କରିଛନ୍ତି । ପ୍ରେସ ବାର୍ତ୍ତାରେ ରଣୀତା କହିଛନ୍ତି, "ଆମେ କେନ୍ଦ୍ରୀୟ କମିଟି ପ୍ରବକ୍ତାର ଅସ୍ତ୍ରବିରତି ଡାକରାକୁ ସମର୍ଥନ ଜଣାଉଛୁ । ବର୍ତ୍ତମାନ ପରିସ୍ଥିତିରେ ସଂଘର୍ଷ ଜାରି ରଖିବା ବ୍ୟର୍ଥ ଅଟେ । ଜନତା ବିକାଶ ଚାହୁଁଛନ୍ତି ଏବଂ ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବୁ ।"
ଏଥିସହ ପଢ଼ନ୍ତୁ: ଅମିତ ଶାହଙ୍କ କଡା ଆଭିମୁଖ୍ୟ ପରେ ମାଓବାଦୀଙ୍କ ମଧ୍ୟରେ ଛନକା
📱 Get Argus News App
✨
ପ୍ରେସ ବିଜ୍ଞପ୍ତିରେ ରଣୀତା କହିଛି, "ମାଓ ସଂଗଠନ ନିଜ ମୂଳ ଉଦ୍ଦେଶ୍ୟରୁ ଅନେକ ଦୂରରେ ରହିଛି , ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର ହିଂସା ଯୋଗୁଁ ସାଧାରଣ ଜନତାଙ୍କ ମନରେ ମାଓ ସଂଗଠନ ପ୍ରତି ଆଉ ଭରସା, ବିଶ୍ଵାସ ନାହିଁ ।"
ଆସନ୍ତା ୧୫ ତାରିଖ ମଧ୍ୟରେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବେ ମାଓବାଦୀଙ୍କ ମାଡ଼ ଡିଭିଜନର ସମସ୍ତ ସଦସ୍ୟ । ରଣୀତା କହିଛନ୍ତି, "ଆମର ସମସ୍ତ ସଦସ୍ୟ ଜନତାଙ୍କ ଗହଣରେ ସମାଜର ଭଲ ପାଇଁ ଦାୟିତ୍ଵ ନେଇ କାମ କରିବୁ । ଆଗକୁ ଆମେ କୌଣସି ପ୍ରକାର ବେଆଇନ୍ ଗତିବିଧିରେ ସାମିଲ୍ ହେବୁ ନାହିଁ ।"
ଏଥିସହ ପଢ଼ନ୍ତୁ: ମାଓ ବିରୋଧୀ ଅପରେସନ୍କୁ ସଫଳତା; ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୨ ହାର୍ଡକୋର ମାଓବାଦୀ ନିହତ
ଅସ୍ତ୍ରବିରତି ପାଇଁ ମାଡ଼ ଡିଭିଜନାଲ୍ କମିଟି ସହମତ ହୋଇଥିବା ବେଳେ ବର୍ତ୍ତମାନ ପୋଲିସର ସର୍ଚ୍ଚ ଅପରେସନ୍କୁ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି । ୧୫ ତାରିଖ ସୁଦ୍ଧା ମାଡ଼ ଡିଭିଜନର ସମସ୍ତ ସଦସ୍ୟ ଅସ୍ତ୍ର ଛାଡ଼ିବେ ବୋଲି କହିଛନ୍ତି ରଣୀତା ।
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରାଯିବା ନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆଉ ତା' ପରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଉଭୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ସୁରକ୍ଷା ବାହିନୀର ମିଳିତ ଅପରେସନ ଜାରି ରଖିଥିବା ବେଳେ ଭୁଶୁଡ଼ିବାରେ ଲାଗିଛି ମାଓ ଗଡ଼ । ବିଗତ ୨୦ ମାସ ମଧ୍ୟରେ ୪୦୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ଓ ୧୫୦୦ ଜଣଙ୍କୁ ଗିରଫ କରାଯାଇଛି ।
Related Topics
Explore more stories