Videos
|
Crime

Bhubaneswar Police Encounter / ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର, ଗୋଡ଼ରେ ବାଜିଲା ଗୁଳି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର, ଗୋଡ଼ରେ ବାଜିଲା ଗୁଳି
Encounter

Key Points

ଭୁବନେଶ୍ବର ଯୁବତୀ ଦୁଷ୍କର୍ମ ଘଟଣାରେ ଏନ୍‌କାଉଣ୍ଟର
ଅଭିଯୁକ୍ତ ଯୁବକକୁ ଏନ୍‌କାଉଣ୍ଟର କଲା ପୋଲିସ
ଖସିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିବାରୁ ପାଲଟା ଗୁଳି

ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ଅଭିଯୁକ୍ତକୁ ଏନ୍‌କାଉଣ୍ଟର । ଅଭିଯୁକ୍ତକୁ ଦୁଇ ରାଉଣ୍ଡ ଗୁଳି କଲା କମିଶନରେଟ୍ ପୋଲିସ । ଏନ୍‌କାଉଣ୍ଟର କରି ଭରତପୁର ଅଞ୍ଚଳରୁ କାବୁକଲା ପୋଲିସ । ଅଭିଯୁକ୍ତ ଜଣକ ଗଞ୍ଜାମ ଅଞ୍ଚଳର ସନ୍ତୋଷ ପଣ୍ଡା ଓରଫ୍ ଶ୍ରୀଧର ବୋଲି ଜଣାପଡ଼ିଛି । ସେ ଜଣେ ଜଣେ ଅଭ୍ୟାସଗତ ଡକାୟତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଧରିବା ପାଇଁ ପୋଲିସ୍‌ ପହଞ୍ଚିବା ପରେ ଅଭିଯୁକ୍ତ ପ୍ରଥମେ ଖସିଯିବାକୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଆଉ ଏହା ପରେ ପୋଲିସ୍ ମଧ୍ୟ ପାଲଟା ଜବାବ ଦେଇଥିଲା । ପୋଲିସ୍‌ର ପାଲଟା ଗୁଳି ମାଡ଼ରେ ଅଭିଯୁକ୍ତ ଯୁବକ ଆହତ ହୋଇଛି । ଅଭିଯୁକ୍ତର ଗୋଡ଼ରେ ବାଜିଛି ଗୁଳି । ଆହତ ହେବା ପରେ ଅଭିଯୁକ୍ତକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ସନ୍ତୋଷ ପଣ୍ଡା ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ବନ୍ଧୁକ ଦେଖାଇ ଭୟଭୀତ କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ମୁଖାପିନ୍ଧି ପାଶବିକ କାଣ୍ଡ ଭିଆଇଥିଲା ଅଭିଯୁକ୍ତ ଯୁବକ । ଆଉ ଏହା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଘଟଣା ପରଠୁ କମିଶନରେଟ୍‌ ପୋଲିସ୍‌ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: