Videos
|
Crime

Pahalgam Attack / ପହଲଗାଓଁ ଆକ୍ରମଣ; NIA ଦାଖଲ କଲା ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌, ହାଫିଜ୍ ମାଷ୍ଟରମାଇଣ୍ଡ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·3 min read
ପହଲଗାଓଁ ଆକ୍ରମଣ; NIA ଦାଖଲ କଲା ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌, ହାଫିଜ୍ ମାଷ୍ଟରମାଇଣ୍ଡ
Pahalgam Attack

Key Points

୨୦୨୫ ଏପ୍ରିଲ ୨୨ ତାରିଖ, ପହଲଗାଓଁ ଆକ୍ରମଣ
ବୈସାନର ଘାଟିରୁ ଆସି ଗଛ ତଳେ ବସି ଖାଇଲେ
ତା'ପରେ ଧର୍ମ ପଚାରି ଚଲାଇଥିଲେ AK-୪୭
ଘଟଣାର ମାଷ୍ଟରମାଇଣ୍ଡ ଥିଲା ହାଫିଜ ସଇଦ
ଆଜି NIA ଦାଖଲ କଲା ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌
ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କୀ ଆକ୍ରମଣ ଘଟଣାର ପର୍ଦ୍ଦାଫାଶ । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସୋମବାର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଏବଂ ଲସ୍କର-ଏ-ତୋଇବା (LeT) ମୁଖ୍ୟ ହାଫିଜ୍ ସଇଦ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି । ଗତବର୍ଷ ଏପ୍ରିଲ ୨୨ରେ ହୋଇଥିବା ଏହି ଭୟଙ୍କର ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା କୁଖ୍ୟାତ ଆତଙ୍କୀ ହାଫିଜ୍ ସଇଦ । ଏହି ଘଟମାରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ସମେତ ୨୬ ଜଣ ନିର୍ଦ୍ଦୋଷଙ୍କ ଜୀବନ ଯାଇଥିଲା।

NIA ଅନୁଯାୟୀ, ଲସ୍କର-ଏ-ତୋଇବା (LeT)ର ମୁଖ୍ୟ ହାଫିଜ୍ ସଇଦ ହେଉଛି ମୁଖ୍ୟ ଅଭିଯୁକ୍ତ । NIA ହାଫିଜ୍ ସଇଦକୁ ଭାରତୀୟ ଦଣ୍ଡ ସଂହିତା (IPC), ୨୦୨୩ ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA), ୧୯୬୭ର ଅନେକ ଧାରା ଅଧୀନରେ ଅଭିଯୁକ୍ତ କରିଛି । ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ଏବଂ ସୀମା ପାର ରକ୍ତାକ୍ତ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିବା ଭଳି ଅଭିଯୋଗ ରହିଛି ।

  • ଚାର୍ଜସିଟରେ ବଡ଼ ପ୍ରମାଣ
ଏହି ଚାର୍ଜସିଟ୍ ମୂଳତଃ ପୂର୍ବରୁ ଦାଖଲ ହୋଇଥିବା ୧୫୯୭ ପୃଷ୍ଠାର ମୁଖ୍ୟ ଚାର୍ଜସିଟ୍‌ର ଏକ ଅଂଶ । ଏଥିରେ ପାକିସ୍ତାନର ଷଡ଼ଯନ୍ତ୍ର, ଆକ୍ରମଣରେ ହାଫିଜ୍ ସଇଦର ପ୍ରତ୍ୟକ୍ଷ ଭୂମିକା ଏବଂ NIAର ବୈଜ୍ଞାନିକ ତଦନ୍ତ ଏବଂ କ୍ଷେତ୍ର ଅନୁସନ୍ଧାନ ମାଧ୍ୟମରେ ସଂଗୃହୀତ ଯଥେଷ୍ଟ ପ୍ରମାଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। NIA ଅନୁସାରେ ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଏହାର ପୂର୍ବ ତଦନ୍ତକୁ ଆହୁରି ମଜବୁତ କରୁଛି।

ଗତ ବର୍ଷ ଡିସେମ୍ବରରେ, ଏଜେନ୍ସି ପାକିସ୍ତାନ ହ୍ୟାଣ୍ଡଲର ସାଜିଦ ଜାଟ୍ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଚାର୍ଜସିଟରେ ଜୁଲାଇ ୨୦୨୫ରେ ଅପରେସନ ମହାଦେବ ସମୟରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କ ନାମ ମଧ୍ୟ ରହିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜଫ୍ରେମ୍ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୨୦୨୫ ଏପ୍ରିଲ ୨୨ ତାରିଖ
ଜମ୍ମୁକାଶ୍ମୀର ପହଲଗାଓଁ ଆତଙ୍କୀ ଆକ୍ରମଣ । ଦୋହଲିଯାଇଥିଲା ପୂରା ଭାରତ । ଆତଙ୍କୀଙ୍କ ଗୁଳିରେ ଯାଇଥିଲା ୨୬ ନିରୀହ ଜୀବନ । ଧର୍ମ ପଚାରି ହୋଇଥିଲା ଆଖିବୁଜା ଗୁଳିମାଡ଼ । କେହି କିଛି ବୁଝିବା ଆଗରୁ ଆତ୍ମୀୟଙ୍କ ଆଗରେ ଜଣକ ପରେ ଜଣେ ଟଳିଥିଲେ । ସ୍ତ୍ରୀ ଆଗରେ ଚାଲିଯାଇଥିଲା ସ୍ଵାମୀର ଜୀବନ । ବୈସାନର ଘାଟି ଭିତରୁ ଆସିଥିଲେ । ପ୍ରଥମେ ଗଛ ତଳେ ବସି ମଧ୍ୟାହ୍ନ ଭୋଜନ କରିଥିଲେ, ଆଉ ତା'ପରେ ରକ୍ତରେ ଖେଳିଥିଲେ ହୋଲି ।

ପଢନ୍ତୁ ଏହି ଖବର: ଜେଲରେ ଭୟଙ୍କର ଦଙ୍ଗା, ରାତି ସାରା ଲଢିଲେ...ଶେଷରେ ୨୩ ଜଣ ମୃତ

  • ସ୍ଥାନୀୟ ଲୋକଙ୍କ ଘରେ ରହିଥିଲେ ଆତଙ୍କବାଦୀ
ଆକ୍ରମଣର ଦିନକ ପୂର୍ବରୁ ୩ଜଣ ଆତଙ୍କୀ ବୈସାରନ ଘାଟି ନିକଟ ଜଣେ ସ୍ଥାନୀୟଙ୍କ ଘରେ ପହଞ୍ଚିଥିଲେ । ଉକ୍ତ ସ୍ଥାନୀୟ ବାସିନ୍ଦା ପରବୈଜ୍ ଅହମ୍ମଦ କହିଛନ୍ତି ଯେ, ଏପ୍ରିଲ ୨୧ ସନ୍ଧ୍ୟା ୫ଟାରେ ସେ ନିଜ ପତ୍ନୀ ଓ ପୁଅ ସହ ବସିଥିଲେ । ଠିକ୍ ଏହି ସମୟରେ ଆତଙ୍କୀମାନେ ଆସି ତାଙ୍କୁ ପାଣି ପିଇବାକୁ ମାଗିଥିଲେ । ସେମାନେ ବହୁତ ଦୂରରୁ ଆସିଥିବା କହିଥିଲେ । ସେମାନଙ୍କ ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଥିଲା । ପରବୈଜ ତାଙ୍କୁ ପାଣି ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ସେମାନେ ତାଙ୍କ ଘରେ ରହିଥିଲେ । ତାଙ୍କର ଅସ୍ତ୍ରଶସ୍ତ୍ର ଲୁଚାଇବାକୁ ପରବୈଜଙ୍କୁ କହିଥିଲେ । ପରବୈଜଙ୍କ ପତ୍ନୀ ତାଙ୍କ ପାଇଁ ପ୍ରଥମେ ଚା' ପ୍ରସ୍ତୁତ କରିଥିଲେ ଏବଂ ପରେ ରାତ୍ରି ଭୋଜନ ମଧ୍ୟ ପ୍ରସ୍ତୁତ କରିଥିଲେ । ୩ ଆତଙ୍କୀ ପ୍ରଥମେ ରାତ୍ରି ଭୋଜନ କରିବା ପରେ କିଛି ରୁଟି ନେଇ ରାତି ପ୍ରାୟ ୧୦ଟାରେ ତାଙ୍କ ଘରୁ ପଳାଇଥିଲେ । ତେବେ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବାରୁ ପରେ ପରବୈଜଙ୍କ ପରିବାରକୁ ଗିରଫ କରାଯାଇଥିଲା ।