Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Dayal Gangwar Suspended / ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ, ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago
ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ, ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ
Dayal Gangwar

Key Points

ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍‌ପେଣ୍ଡ୍‌
ସସ୍‌ପେଣ୍ଡ୍‌ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦୀୟ ହୋଇଥିଲେ
ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣା । ସସ୍‌ପେଣ୍ଡ ହେଲେ ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗଓ୍ବାର । ସସ୍‌ପେଣ୍ଡ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଦୟାଲ ଗାଙ୍ଗଓ୍ବାର ବିବାଦୀୟ ହୋଇଥିଲେ । ବିବାଦ ପରେ ଗଙ୍ଗୱାରଙ୍କୁ ଗୃହ ବିଭାଗର OSD କରାଯାଇଥିଲା ।

ସୂଚନା ଅନୁସାରେ, ସୌମ୍ୟ ହତ୍ୟାକାଣ୍ଡ ପରେ IPS ଦୟାଲ ଗଙ୍ଗଓ୍ବାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ବାପା, ମାଆ । ମୃତ ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦେଇଥିବା ତାଙ୍କ ବାପା, ମାଆ ଅଭିଯୋଗ କରିଥିଲେ । IPS ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆଇପିଏସ ଅରୁଣ ବୋଥ୍ରା ତଦନ୍ତ କରୁଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored