Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ଧାନ ପାଇଁ ଦେଇଥିଲେ ଟଙ୍କା; ମାଗିବାରୁ ମାରିଦେଲେ ଗୁଳି, ଆଖି ହୋଇଗଲା ନଷ୍ଟ

Sushanta Sahoo
Browse all articles by Sushanta Sahoo
·5 months ago·1 min read
ଧାନ ପାଇଁ ଦେଇଥିଲେ ଟଙ୍କା; ମାଗିବାରୁ ମାରିଦେଲେ ଗୁଳି, ଆଖି ହୋଇଗଲା ନଷ୍ଟ
Shot for Asking Back Paddy Money

Key Points

ଧାର ଟଙ୍କା ମାଗିବାରୁ ଏଭଳି ଗୁଳିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ତାନା ବାରୁଆଁ ପଞ୍ଚାୟତ କଅଁସରଗୋଡ଼ା ଟିକଣଲୋଣି ଗାଁରେ ।
ଭୁବନ (ଢେଙ୍କାନାଳ): ଧାନ ଟଙ୍କା ପାଇଁ ଗୁଳିମାଡ଼ । ନଷ୍ଟ ହୋଇଗଲା ଯୁବକଙ୍କ ଆଖି । ଧାର ଟଙ୍କା ମାଗିବାରୁ ଏଭଳି ଗୁଳିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ତାନା ବାରୁଆଁ ପଞ୍ଚାୟତ କଅଁସରଗୋଡ଼ା ଟିକଣଲୋଣି ଗାଁରେ ।

ସୂଚନା ଅନୁସାରେ, ପାଖ ଗାଁର ନାଣ୍ଡୁ ଦେହୁରୀ ଧାନ ପାଇଁ ୩ ହଜାର ଟଙ୍କା ନେଇଥିଲେ । ହେଲେ ଟଙ୍କା ନେଇ ଆଉ ପଞ୍ଚାନନ ରାଉତଙ୍କୁ ଧାନ ଦେଇ ନଥିଲେ ନାଣ୍ଡୁ । ଗୁରୁବାର ସନ୍ଧ୍ୟାରେ ପଞ୍ଚାନନ ଯାଇ ନାଣ୍ଡୁଙ୍କୁ ଧାନ ଦେବା ପାଇଁ କିମ୍ବା ଟଙ୍କା ଫେରାଇବାକୁ କହିଥିଲେ ।

ଏଥିସହ ପଢ଼ନ୍ତୁ: ୮ ହଜାର ଶସ୍ତା ହେଲା ସୁନା; ଜାଣନ୍ତୁ କେତେ ରହିଛି ଆଜିର ଦର ?

ହେଲେ ନାଣ୍ଡୁ ଧାନ ଦେଇ ନଥିଲେ । ନେଇଥିବା ୩ ହଜାର ଟଙ୍କା ମଧ୍ୟ ଫେରାଇ ନଥିଲେ । ଯାହାକୁ ନେଇ ପଞ୍ଚାନନ ଓ ନାଣ୍ଡୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ନାଣ୍ଡୁ, ପଞ୍ଚାନନଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି ।

ଗୁଳି ବାଜି ପଞ୍ଚାନନଙ୍କ ଡାହାଣ ଆଖି ନଷ୍ଟ ହୋଇଥିବା କୁହାଯାଉଛି । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ପଞ୍ଚାନନନଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଧାନ ପାଇଁ ଧାର ଟଙ୍କାକୁ ନେଇ ଗୁଳିମାଡ଼ ହୋଇଥିବାରୁ ଥାନାରେ ଏତଲା ହୋଇଛି ।

ଏଥିସହ ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ; କେଉଁଠୁ ଆସିଲା, ପୋଲିସର ତନାଘନା

ଗୁରୁତର ପଞ୍ଚାନନଙ୍କ ଭାଉଜ ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ନାଣ୍ଡୁ ଦେହୁରୀ ଧରାପଡ଼ିଛି କି ନାହିଁ ପୋଲିସ କିଛି ସ୍ପଷ୍ଟ କରି ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Man Shot Over Paddy Money in Odisha; Eye Damaged | Argus News | Argus News