|
logo
Live
Argus News App
GET APP

Argus News - ଚ୍ୟାମ୍ବରରେ ହାତାହାତି ହେଲେ ପୋଲିସ ବାବୁ; ଚାର୍ଜସିଟ୍‌କୁ ନେଇ IIC ମାରିଲେ ଚାପୁଡ଼ା

Crime

IIC Slapping ASI / ଚ୍ୟାମ୍ବରରେ ହାତାହାତି ହେଲେ ପୋଲିସ ବାବୁ; ଚାର୍ଜସିଟ୍‌କୁ ନେଇ IIC ମାରିଲେ ଚାପୁଡ଼ା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଚ୍ୟାମ୍ବରରେ ହାତାହାତି ହେଲେ ପୋଲିସ ବାବୁ; ଚାର୍ଜସିଟ୍‌କୁ ନେଇ IIC ମାରିଲେ ଚାପୁଡ଼ା
Jajpur Police Scuffle Over Charge-Sheet Recorded on CCTV

Key Points

ଏଠି ପୋଲିସ ନିଜେ ହିଁ ଥାନା ଭିତରେ ବିଶୃଙ୍ଖଳ । ଥାନା ଭିତରେ IIC ଏବଂ ASI ହାତାହାତି ହେବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି ।
ବିଞ୍ଝାରପୁର (ଯାଜପୁର): ଚାର୍ଜସିଟ୍‌ ଲେଖାକୁ ନେଇ ରାଗିଲେ ଥାନା ବାବୁ । ଥାନାର ଚ୍ୟାମ୍ବର ଭିତରେ ସାଥୀ ପୋଲିସ ଉପରକୁ ଉଠାଇଲେ ହାତ । ଗାଁରେ ଝଗଡ଼ା ହେଲେ କିମ୍ବା ବଜାରରେ ବିଶୃଙ୍ଖଳା ଘଟିଲେ ପୋଲିସର ଖୋଜା ପଡ଼େ । ହେଲେ ଏଠି ପୋଲିସ ନିଜେ ହିଁ ଥାନା ଭିତରେ ବିଶୃଙ୍ଖଳ । ଥାନା ଭିତରେ IIC ଏବଂ ASI ହାତାହାତି ହେବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧିକାରୀ ଓ ଜଣେ ASI ହାତାହାତି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସୂଚନା ଅନୁସାରେ, ଡିସେମ୍ବ ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ASI ପ୍ରକାଶ କୁମାର ସିଂହ ହାତାହାତି ହୋଇଛନ୍ତି । ଚେୟାର୍‌ରୁ ଉଠି ଥାନା ଅଧିକାରୀ ଏଏସ୍‌ଆଇଙ୍କୁ ଚାପୁଡ଼ା ମାରୁଛନ୍ତି ।

ଏଥିସହ ପଢ଼ନ୍ତୁ: 'ଗୁଳି ମାରିବି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍‌ରେ ଫିଙ୍ଗିଦେବି'; ବିଧାୟକଙ୍କୁ ଦାଦନ ଦଲାଲଙ୍କ ଧମକ

ଖବର ଅନୁସାରେ, ସେହି ଥାନା ଅନ୍ତର୍ଗତ ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଲାଗି ରହିଥିଲା । ସେହି ଘଟଣାର ଚାର୍ଜସିଟ୍ ଲେଖିଥିଲେ ଏଏସ୍ଆଇ ପ୍ରକାଶ ସିଂହ । ହେଲେ ଥାନା ଅଧିକାରୀ ଦେବାଶିଷଙ୍କୁ, ଏଏସ୍ଆଇ ପ୍ରକାଶଙ୍କ ଲେଖା ପସନ୍ଦ ଆସି ନଥିଲା । ଯାହାକୁ ନେଇ ରୋବାବ୍ ଦେଖାଇଥିଲେ ଦେବାଶିଷ ।

ସିସିଟିଭି ଭିଡିଓରେ ଦେଖା ଯାଉଛି, ଆଇଆଇସି ରାଗି କରି କହୁଥିବା ବେଳେ ଏଏସ୍ଆଇ ବି ଉତ୍ତର ରଖୁଛନ୍ତି । ଆଇଆଇସିଙ୍କ ସାମ୍ନାରେ ଅନ୍ୟ ୨ ଜଣ ବସିଥିବା ବେଳେ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଚାର୍ଜସିଟ୍ ଲେଖାକୁ ନେଇ ରାଗିଥିବା ଆଇଆଇସି ଚେୟାର୍‌ରୁ ଉଠି ଏଏସ୍ଆଇଙ୍କୁ ଚାପୁଡ଼ା ମାରୁଛନ୍ତି ।

ଏଥିସହ ପଢ଼ନ୍ତୁ: ସ୍କୁଲ୍ କ୍ୟାମ୍ପସ୍‌ରେ ଗଣ ଗୁଳିକାଣ୍ଡ ପାଇଁ ଯୋଜନା କରିଥିଲା ପାକିସ୍ତାନୀ ଯୁବକ

ଥାନାରେ ଆଇଆଇସି ଓ ଏଏସ୍ଆଇ ହାତାହାତି ହେବା ପରେ SDPO ପ୍ରଶାନ୍ତ ମାଝୀ ଆସିଥିଲେ । ଥାନାର ସିସିଟିଭି ଯାଞ୍ଚ କରି ଗଣମାଧ୍ୟମକୁ ଏଡ଼ାଇ ଯାଇଥିଲେ । ଏବେ ସେହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସ୍‌ପି ୟସ୍ ପ୍ରତା ଶ୍ରୀମାଲ । ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ASI ପ୍ରକାଶ କୁମାର ସିଂହ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ପି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IIC Slapping ASI: ଚ୍ୟାମ୍ବରରେ ହାତାହାତି ହେଲେ ପୋଲିସ ବାବୁ; ଚାର୍ଜସିଟ୍‌କୁ ନେଇ IIC ମାରିଲେ ଚାପୁଡ଼ା | Argus News