Laxman Bag / 'ଗୁଳି ମାରିବି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍ରେ ଫିଙ୍ଗିଦେବି'; ବିଧାୟକଙ୍କୁ ଦାଦନ ଦଲାଲଙ୍କ ଧମକ
·3 months ago·2 min read

Key Points
ଟ୍ରେନ୍ରେ ଶ୍ରମିକଙ୍କୁ ଦାଦନ ଚାଲାଣ ବେଳେ ବିଧାୟକଙ୍କୁ ଦେଲେ ଖୋଲା ହତ୍ୟା ଧମକ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଇଛନ୍ତି ଦାଦନ ଦଲାଲ । ତାହା ବି ସର୍ବସମ୍ମୁଖରେ, ରେଲୱେ ଷ୍ଟେସନରେ ଭିଡ଼ ଭିତରେ ।
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାରେ ମାତିଛନ୍ତି ଦାଦନ ଦଲାଲ । ଟ୍ରେନ୍ରେ ଶ୍ରମିକଙ୍କୁ ଦାଦନ ଚାଲାଣ ବେଳେ ବିଧାୟକଙ୍କୁ ଦେଲେ ଖୋଲା ହତ୍ୟା ଧମକ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାଦନ ଦଲାଲ ହତ୍ୟା ଧମକ ଦେଇଛନ୍ତି । ତାହା ବି ସର୍ବସମ୍ମୁଖରେ, ରେଲୱେ ଷ୍ଟେସନରେ ଭିଡ଼ ଭିତରେ ।
ଏନେଇ କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଜିଆରପି ଫାଣ୍ଡି ଜରିଆରେ ଟିଟିଲାଗଡ଼ ରେଲୱେ ଥାନାକୁ ଏତଲା ଦେଇଛନ୍ତି । ବିଧାୟକଙ୍କ ଏତଲା ଅନୁସାରେ, ଡିସେମ୍ବର ୩ ତାରିଖ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ସେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଯାଇଥିଲେ ।
ଏଥିସହ ପଢ଼ନ୍ତୁ: 'ଓଡ଼ିଶାକୁ ଦରକାର ନାହିଁ ଦେଶ ବିରୋଧୀ ତତ୍ତ୍ଵଙ୍କ ଉପଦେଶ'; ମହୁଆଙ୍କୁ ବିଜେପିର କଡ଼ା କାଉଣ୍ଟର
ସେହି ସମୟରେ ୨ ନମ୍ବର ପ୍ଲାଟଫର୍ମରେ କୋର୍ବା ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ୍ ଆସିଥିଲା । ଆଉ ବିଧାୟକ ଷ୍ଟେସନରେ ବସିଥିବା ସ୍ଥାନୀୟ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ମହିଳା, ପୁରୁଷ ଓ ଶିଶୁଙ୍କୁ ଦେଖି ଦାଦନ ଚାଲାଣ ସନ୍ଦେହରେ ପ୍ରଶ୍ନ କରିଥିଲେ ।
ଆଉ ଷ୍ଟେସନରେ ବସିଥିବା ଶ୍ରମିକଙ୍କ ମଧ୍ୟରୁ କିଏ କହିଥିଲା ହାଇଦ୍ରାବାଦ ଯାଉଛୁ... ତ ଆଉ କିଏ ବିଜୟୱାଡ଼ା । ଯାହାକୁ ନେଇ ଦାଦନ ଚାଲାଣ ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା । ସଙ୍ଗେ ସଙ୍ଗେ ବିଧାୟକ ଦାଦନ ରୋକିବାକୁ ହୋଇଥିବା ଟାସ୍କଫୋର୍ସ ସହ ଆରପିଏଫ୍, ଜିଆରପି ସହ ସ୍ଥାନୀୟ ପୋଲିସକୁ ଖବର ଦେବାକୁ କହିଥିଲେ ।
ଏଥିସହ ପଢ଼ନ୍ତୁ: ବିରୂପା ନଦୀକୁ ଖସି ପଡ଼ିଥିବା କାର୍ ଉଦ୍ଧାର; ମିଳୁନି ନିଖୋଜ ଉଦିତ୍ଙ୍କ ପତ୍ତା
ଆଉ ଏତିକି ବେଳେ ଦୌଡ଼ି ଆସିଥିଲେ ଶ୍ରମିକଙ୍କୁ ଦାଦନ ଚାଲାଣ କରୁଥିବା ଦଲାଲ । ମହମ୍ମଦ ଇମ୍ରାନ ଖାନ (ବଣ୍ଟି), ପି. ହାରୁନ ଖାନ ଏବଂ ବଣ୍ଟି ବେହେରାଙ୍କ ସହ ୫ରୁ ଅଧିକ ଦାଦନ ଦଲାଲ ମାଡ଼ି ଆସିବା ସହ ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିଲେ । ଅସଭ୍ୟ ଭାଷାରେ ଗାଳି ଦେଇ ଧମକ ଦେଇଥିଲା ମହମ୍ମଦ ଇମ୍ରାନ ଖାନ ଓରଫ ବଣ୍ଟି ।
ବଣ୍ଟି କହିଥିଲା, "ମୋ ଶ୍ରମିକଙ୍କୁ ଅଟକାଇବାକୁ ତୁ କିଏ ? ଶୀଘ୍ର ଷ୍ଟେସନ ଛାଡ଼ି ପଳା... ନହେଲେ ଗୁଳି କରି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍ରେ ଫିଙ୍ଗିଦେବି ।" ଏଭଳି ଧମକ ସହ ବିଧାୟକଙ୍କୁ ଅପଶବ୍ଦ ପ୍ରୟୋଗ କରିଥିଲା ବଣ୍ଟି । ଯାହା ପରେ ପ୍ରାଣରକ୍ଷା କରି ବିଧାୟକ ସୁରକ୍ଷାକର୍ମୀଙ୍କ ସହ କଣ୍ଟାବାଞ୍ଜି ଜିଆରପିକୁ ଯାଇ ଏତଲା ଦେଇଥିଲେ । ବିଧାୟକ ଲକ୍ଷ୍ମଣ ବାଗଙ୍କ ଏତଲା ଆଧାରରେ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏଁ କାହାରିକୁ ଧରିବାରେ ସକ୍ଷମ ହୋଇ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories