Videos
|
Crime

Mafia Crackdown / ଅପରାଧୀଙ୍କ ଅଣ୍ଟା ଭାଙ୍ଗିବାକୁ ପୋଲିସର ନୂଆ ରଣନୀତି, ଟାର୍ଗେଟ୍‌ରେ ମାଫିଆଙ୍କ ଆର୍ଥିକ ସାମ୍ରାଜ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·17 mins ago·2 min read
ଅପରାଧୀଙ୍କ ଅଣ୍ଟା ଭାଙ୍ଗିବାକୁ ପୋଲିସର ନୂଆ ରଣନୀତି, ଟାର୍ଗେଟ୍‌ରେ ମାଫିଆଙ୍କ ଆର୍ଥିକ ସାମ୍ରାଜ୍ୟ
Bhubaneswar Crime

Key Points

ଅପରାଧୀଙ୍କ ଅଣ୍ଟା ଭାଙ୍ଗିବାକୁ ପୋଲିସର ନୂଆ ଫାଣ୍ଡା
ଗିରଫଦାରୀ ସହ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ ଉପରେ କଡ଼ା ନଜର
ସଂଗଠିତ ଅପରାଧ ଏବଂ ନିଶା କାରବାର ବିରୋଧରେ ଜିରୋ ଟଲରେନ୍ସ ନୀତି


ସଂଗଠିତ ଅପରାଧ ଏବେ ଓଡ଼ିଶା ପୋଲିସ ପାଇଁ ମୁଣ୍ଡବିନ୍ଧା । ନିଶା କାରବାର, ସାଇବର କ୍ରାଇମ୍, ବନ୍ଧୁକ ବେପାର ଓ ଜାଲ୍ ନୋଟ୍ କାରବାର ରୋକିବାକୁ ପୋଲିସ ଆପଣାଇଛି ନୂଆ ଟ୍ରିକ୍ । ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପାଇଁ କେବଳ ଗିରଫଦାରୀ ନୁହେଁ, ବରଂ ସେମାନଙ୍କ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନକୁ ରୋକିବାକୁ ଚାଲିଛି ଜୋରଦାର ଉଦ୍ୟମ । ସମ୍ବେଦନଶୀଳ ପ୍ରସଙ୍ଗର ତଦନ୍ତ କରୁଛି ସ୍ପେଶାଲ ଟାସ୍କଫୋର୍ସ (STF) ଏବଂ ଦଣ୍ଡବିଧାନ ହାର ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଛି ନୂଆ ରଣନୀତି ।

କ୍ରାଇମ୍ ଓ କ୍ରିମିନାଲ୍‌ଙ୍କ ଅଣ୍ଟା ଭାଙ୍ଗିବା ପାଇଁ ରାଜ୍ୟ ପୋଲିସ ଆପଣାଇଛି ନୂଆ ରଣନୀତି । ଅପରାଧୀମାନଙ୍କ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ ଉପରେ ଏବେ କଡ଼ା ନଜର ରଖାଯାଇଛି, ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଖୋଦ୍ ପୋଲିସ ମୁଖିଆ । ରାଜ୍ୟରୁ କ୍ରାଇମ କ୍ରିମିନାଲ୍‌ଙ୍କ ସମେତ ବିଭିନ୍ନ ଉପାନ୍ତ ଅଞ୍ଚଳରୁ ବାହାର ରାଜ୍ୟକୁ ଯାଉଥିବା ଗଞ୍ଜେଇ ଚାଲାଣ ଉପରେ ବି ତୀକ୍ଷ୍ଣ ନଜର ରହିଛି । ମାଫିଆଙ୍କୁ ଧରିବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଡିଜିପିଙ୍କ ନିର୍ଦ୍ଦେଶରେ ନିଶା ବିରୋଧୀ ଅଭିଯାନ ସହ ମହିଳା ଓ ଶିଶୁ ବିରୋଧୀ ହିଂସା ମାମଲାରେ ପୂର୍ବ ବର୍ଷ ତୁଳନାରେ ଭଲ ସଫଳତା ମିଳିଛି ।

ସେପଟେ ରାଜ୍ୟରୁ ନିଶା କାରବାରକୁ ମୂଳୋତ୍ପାଟନ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରୁ ଆରମ୍ଭ କରି ମାଫିଆଙ୍କ ଗୋଦାମ ପର୍ଯ୍ୟନ୍ତ ଚଢ଼ାଉକୁ ବ୍ୟାପକ କରାଯାଇଛି । କଫ୍ ସିରଫ୍, ବ୍ରାଉନସୁଗାର, କୋକେନ୍ ଓ ମାରୁଆନା ଭଳି ଦାମୀ ନିଶା ଦ୍ରବ୍ୟ ଜବତ ସହିତ ଆଗକୁ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି ଡିଜିପି । ଏସବୁ ଭିତରେ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଥିବା ସଂଗଠିତ ଅପରାଧକୁ ରୋକିବା ସହ ବନ୍ଧୁକ ବେପାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ସେହିପରି ଲଘୁ ଖଣିଜ ଚୋରି ରୋକିବା ଦିଗରେ ମଧ୍ୟ ସ୍ପେଶାଲ ଏନଫୋର୍ସମେଣ୍ଟ ଜାରି ରଖିଛି ଏସଟିଏଫ୍ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: