Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Police SI Exam Scam / ପିଲା ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି

Sushanta Sahoo
Browse all articles by Sushanta Sahoo
·8 months ago·2 min read
ପିଲା ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି

Key Points

ପ୍ରତି ପିଲା ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି । ତିନିଟି ବସରେ ଆଶାୟୀମାନଙ୍କୁ ନିଆଯାଉଥିଲା ବିଜୟନଗରମ୍ । ପ୍ରାୟ ୨୮ କୋଟି ଟଙ୍କା ବିନିମୟରେ ପ୍ରଶ୍ନପତ୍ର ଲିକ୍ ପାଇଁ ହୋଇଥିଲା ଡିଲ୍ ।

ଭୁବନେଶ୍ଵର: ପୋଲିସ ଏସଆଇ କେଳେଙ୍କାରୀରେ ମାମଲା ରୁଜୁ କରିଛି ସିବିଆଇ । ପ୍ରତି ପିଲା ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି । ତିନିଟି ବସରେ ଆଶାୟୀମାନଙ୍କୁ ନିଆଯାଉଥିଲା ବିଜୟନଗରମ୍ । ପ୍ରାୟ ୨୮ କୋଟି ଟଙ୍କା ବିନିମୟରେ ପ୍ରଶ୍ନପତ୍ର ଲିକ୍ ପାଇଁ ହୋଇଥିଲା ଡିଲ୍ । କ୍ରାଇମବ୍ରାଞ୍ଚଠାରୁ ଥ୍ୟ ସଂଗ୍ରହ କଲା ସିବିଆଇ ।

ପୋଲିସ ଏସଆଇ କେଳେଙ୍କାରୀ ଘଟଣାରେ ଭୁବନେଶ୍ଵର ସିବିଆଇ ଶାଖା ପକ୍ଷରୁ ରୁଜୁ ହୋଇଛି ମାମଲା । ଜଣେ ଡିଏସପିଙ୍କ ନେତୃତ୍ବରେ ଗଠିତ ଟିମ୍ ଏହାର କରିବ ତଦନ୍ତ । ପ୍ରତି ପିଲା ସହ ୨୫ ଳକ୍ଷ ଟଙ୍କାରେ ଡିଲ୍ କରିଥିଲା ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି । ଆଶାୟୀମାନଙ୍କୁ ଯୋଗାଯୋଗ ପରେ ସେମାନଙ୍କୁ ଭୁବନେଶ୍ଵରରେ ଏକାଠି କରି ୩ଟି ବସରେ ବିଜୟନଗରମ୍ ନିଆଯାଉଥିଲା । ଏଥିପାଇଁ ତୁଳସୀ ଟ୍ରାଭେଲସ୍ ଠାରୁ ତିନିଟି ବସ୍ ନେଇଥିଲେ । ପିଲାମାନଙ୍କୁ ନେବା ପାଇଁ ବସ୍ ଯୋଗାଡ଼ କରିଥିଲା ଶଙ୍କର ପୃଷ୍ଟି ।

ଏଥିସହ ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ରାଜଧାନୀର ହୋଟେଲକୁ ଡାକୁଛନ୍ତି ଦଲାଲ, ଦେହ ବ୍ୟବସାୟରେ କରାଉଛନ୍ତି ଲିପ୍ତ

ଆଶାୟୀମାନଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦେବାକୁ ସେମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ସିବିଆଇ ପକ୍ଷରୁ ଏତଲାରେ ଉଲ୍ଲେଖ ରହିଛି । ଅର୍ଥାତ ପ୍ରାୟ ୨୮ କୋଟି ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି କରିଦେବାକୁ ଡିଲ୍ ହୋଇଥିଲା । ସେପଟେ ପୂର୍ବରୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଇଓଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଛି ସିବିଆଇ । ବୁଧବାର ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାର ଟେକର ସାଗର ଗୌଡ଼କୁ ଗିରଫ କରାଯାଇଛି । ଦୀଘା ମଡ୍ୟୁଲ ସମ୍ଭାଳୁଥିଲା ସାଗର ।

ଆର୍ଥିକ ନେଣଦେଣ ନେଇ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବର୍ତ୍ତମାନ ସୁଦ୍ଧା ଏହି ସ୍କାମରେ ୧୨୬ ଜଣଙ୍କୁ ଗିରଫ କରାଯାଇଛି । ଏସଆଇ କେଳେଙ୍କାରୀ ଡିଲ୍‌ର ତଦନ୍ତ ଏବେ ସିବିଆଇ ହାତକୁ ନେବା ବଡ଼ବଡ଼ିଆଙ୍କ ପ୍ରତି ଅଡୁଆ ବଢ଼ାଇପାରେ ବୋଲି ଅନୁମାନ କରାଯାଉଛି ।

ଏଥିସହ ପଢ଼ନ୍ତୁ: ଗଣତି ପାଇଁ କ'ଣ ରହିଛି ବ୍ୟବସ୍ଥା, କେଉଁ ସମୟରେ ଏଣ୍ଟ୍ରି କରିବେ ଏଜେଣ୍ଟ ? ଜାଣନ୍ତୁ...

ସେପଟେ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ଶଙ୍କର ପୃଷ୍ଟିଙ୍କ ସମେତ ୭ ଜଣ ଜାମିନ ପାଇଁ ଆବେଦନ କରିଛନ୍ତି । ନିକଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଶଙ୍କର ସମେତ ଅନ୍ୟ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ପୁଣିଥରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇଥିଲା ।
ରିମାଣ୍ଡରେ ଥିବା ବେଳେ ଶଙ୍କରକୁ ପଚରାଉଚରା ବେଳେ ସେ ସତ କହୁ ନଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରିଥିଲା । ସେଥିପାଇଁ ପଲିଗ୍ରାଫ୍ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ରହ୍ମପୁର ସ୍ଥିତ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ କ୍ରାଇମବ୍ରାଞ୍ଚର ତଦନ୍ତ ଅଧିକାରୀ ଉପସ୍ଥିତ ନହେବାରୁ ତାହାର ଶୁଣାଣି ହୋଇ ପାରିନଥିଲା ।


ପୋଲିସ ଏସଆଇ ନିଯୁକ୍ତିକୁ ନେଇ ହାଇକୋର୍ଟରେ ମାମଲା ହୋଇଛି । ଖାଲି ପଦରେ ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ମାମଲା ହୋଇଛି । ମାମଲା ଦାଏର କରିଛନ୍ତି ଆଇନଜୀବୀ ଶିବଶଙ୍କର ମହାନ୍ତି । ହାଇଲେବଲ କମିଟି ତତ୍ତ୍ଵାବଧାନରେ ନିଯୁକ୍ତି ପ୍ରକ୍ରିୟା ଚାଲୁ କରିବାକୁ ଆବେଦନ କରାଯାଇଛି । ସାଧାରଣ ପ୍ରଶାସନ, ଗୃହ ବିଭାଗ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ଆବେଦନ ହୋଇଛି । ସାଧାରଣ ପ୍ରଶାସନ ବିଭାଗର ଏସଓପିକୁ କଡ଼ାକଡ଼ି ପାଳନ ପାଇଁ ଆବେଦନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Police SI Exam Scam: ₹25 Lakh Deal per Candidate, CBI Files Case | Argus News | Argus News