Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - SI କେଳେଙ୍କାରୀକୁ ନେଇ ବଡ଼ ଖୁଲାସା, ୨୦୨୫ ମାର୍ଚ୍ଚ ପରୀକ୍ଷା ପୂର୍ବରୁ ହୋଇଥିଲା ପ୍ରଶ୍ନପତ୍ର ଲିକ୍

Crime

Odisha SI Exam Scam / SI କେଳେଙ୍କାରୀକୁ ନେଇ ବଡ଼ ଖୁଲାସା, ୨୦୨୫ ମାର୍ଚ୍ଚ ପରୀକ୍ଷା ପୂର୍ବରୁ ହୋଇଥିଲା ପ୍ରଶ୍ନପତ୍ର ଲିକ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
SI କେଳେଙ୍କାରୀକୁ ନେଇ ବଡ଼ ଖୁଲାସା, ୨୦୨୫ ମାର୍ଚ୍ଚ ପରୀକ୍ଷା ପୂର୍ବରୁ ହୋଇଥିଲା ପ୍ରଶ୍ନପତ୍ର ଲିକ୍
Police SI Scam

Key Points

ଏସଆଇ କେଳେଙ୍କାରୀକୁ ନେଇ ବଡ଼ ଖୁଲାସା
2025 ମାର୍ଚ୍ଚ ପରୀକ୍ଷା ପୂର୍ବରୁ ହୋଇଥିଲା ପ୍ରଶ୍ନପତ୍ର ଲିକ୍
ପରୀକ୍ଷା ବାତିଲ୍ ହେଲା କିନ୍ତୁ ତଦନ୍ତ ହେଲାନାହିଁ, କି କେହି ଧରାପଡିଲେନି
ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆସିଛି ସବୁଠାରୁ ବଡ଼ ଖୁଲାସା । ହାଇକୋର୍ଟଙ୍କ ଅର୍ଡର କପି ଏବଂ ସିବିଆଇର ତଦନ୍ତ ରିପୋର୍ଟରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚମକାଇ ଦେଇଛି । ୨୦୨୫ ଅକ୍ଟୋବର ପୂର୍ବରୁ, ଅର୍ଥାତ୍ ମାର୍ଚ୍ଚ ମାସରେ ହିଁ ପ୍ରଶ୍ନପତ୍ର ଲିକ୍‌ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଥିଲା । ଆଶାୟୀ ପିଲାଙ୍କୁ ଭୁବନେଶ୍ୱରରୁ ଦିଘା, ଆଉ ଦିଘାରୁ ସୁନ୍ଦରବନର ରସୋର୍ଟକୁ ନିଆଯାଇଥିଲା । ଓପିଆରବି ଅଧରାତିରେ ପରୀକ୍ଷା ତ ବାତିଲ୍ କରିଦେଲା, ହେଲେ ସେତେବେଳେ ଏହାର ତଦନ୍ତ କାହିଁକି କରାଗଲାନି ? କାହା ସ୍ୱାର୍ଥରେ ସେତେବେଳେ ମାମଲାକୁ ଚପାଇ ଦିଆଗଲା, ଯାହା ପାଇଁ ଅକ୍ଟୋବରରେ ପୁଣିଥରେ ଏତେ ବଡ଼ କେଳେଙ୍କାରୀ ଘଟିଲା ?

ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ସିବିଆଇ ପକ୍ଷରୁ ଦାଖଲ ତଥ୍ୟରୁ ବଡ଼ ଖୁଲାସା ହୋଇଛି । ୨୦୨୫ ମାର୍ଚ୍ଚ ୫ ଓ ୬ରେ ହେବାକୁ ଥିଲା ଏସଆଇ ପରୀକ୍ଷା । ସିବିଆଇ ତଦନ୍ତରୁ ଜଣାପଡିଛି, ସେତେବେଳେ ୧୩୦ରୁ ୧୫୦ ଆଶାୟୀ ପିଲାଙ୍କୁ ଭୁବନେଶ୍ବରର ଚନ୍ଦ୍ରିକା ରିସୋର୍ଟରେ ରଖାଯାଇଥିଲା । ସେଠାରୁ ସେମାନଙ୍କୁ ଦିଘା ନିଆଯାଇଥିଲା । ପରେ ଦିଘାରୁ ପଶ୍ଚିମବଙ୍ଗ ସୁନ୍ଦରବନର ରୟାଲ୍ ବେଙ୍ଗଲ ରିସୋର୍ଟ ଏବଂ ସୁରଞ୍ଜନା ରିସୋର୍ଟରେ ରଖାଯାଇଥିଲା । ସେଠାରେ ପିଲାଙ୍କୁ ପ୍ରଶ୍ନ ପତ୍ର ଦିଆଯାଇଥାନ୍ତା । ତେବେ ଏ ସଂପର୍କରେ ଜାଣିବା ପରେ ଓପିଆରବି ଅଧରାତିରେ ପରୀକ୍ଷା ବାତିଲ କରିଦେଲା । ହେଲେ ପ୍ରଶ୍ନ,
ପ୍ରଶ୍ନପତ୍ର ଲିକ୍ ନେଇ କାହିଁକି ହେଲା ନାହିଁ ତଦନ୍ତ ? ପିଲାଙ୍କୁ କିଏ ନେଇଥିଲା ? କାହିଁକି ନେଇଥିଲା ? କାହିଁକି ହେଲାନାହିଁ ଯାଞ୍ଚ ? ପିଲାଙ୍କ ବଭିଷ୍ୟତ ସହ ସାଂଘାତିକ ଖେଳ ଷଡଯନ୍ତ୍ର ପଛରେ କିଏ ? ମାର୍ଚ୍ଚରେ ତଦନ୍ତ ନ କରି ଅକ୍ଟୋବର କେଳେଙ୍କାରୀ ପାଇଁ ହୋଇଥିଲା କି ଡିଲ୍ ?

ଏସଆଇ ପରୀକ୍ଷା କରାଇବା ପାଇଁ ଓପିଆରବି ଦାୟିତ୍ବ ଦେଇଥିଲା ଆଇଟିଆଇ ଲିମିଟେଡକୁ । ଆଇଟିଆଇ ସବଲେଟ୍ କଣ୍ଟ୍ରାକ୍ଟ ଦେଇଦେଲା ସୁରେଶ ନାୟକଙ୍କ ସିଲିକନ୍ ଟେକଲ୍ୟାବ୍ ପ୍ରାଇଭେଟ ଲିମିଟେଡକୁ । ଆଉ ସିଲିକନ୍ କାମ ଦେଇଦେଲା ଶଙ୍କର ପୃଷ୍ଟିର ପଞ୍ଚସଫ୍ଟ ଲିମିଟେଡକୁ । ଶଙ୍କର ଓ ସୁରେଶ ମିଶି କରିଥିଲେ କେଳେଙ୍କାରୀ । ଓପିଆରବି ଅଧିକାରୀଙ୍କ ସହ କୋଲକାତା ପ୍ରଶ୍ନପତ୍ର ଆଣିବାକୁ ଯାଇଥିଲେ ସୁରେଶ । ଚାଲାକି କରି ପ୍ରିଣ୍ଟିଂ ପ୍ରେସରେ ପ୍ରଶ୍ନପତ୍ର ସେଟ୍ ବଦଳାଇଦେଲେ । ତା'ପରେ ୨୫ ଲକ୍ଷରେ ପିଲାଙ୍କ ସହ କରିଥିଲେ ଡିଲ୍ । ନିଜକୁ ନିର୍ଦ୍ଦୋଷ ଓ ଗରିବ କହୁଥିବା ଗିରଫ ଅଭିଯୁକ୍ତ ବେଲ୍ ପାଇଁ ଲଗାଇଥିଲେ ୧୭ ଓକିଲଙ୍କୁ । ସେପଟେ ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ବେଲ୍ ପ୍ରଦାନ ନ କରିବା ନେଇ କୋର୍ଟଙ୍କ ଆଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।

ସେପଟେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତ ଫେବୃଆରୀ ୧୧ ତାରିଖରୁ ଅନ୍ତରୀଣ ଜାମିନରେ ଥିବା ମୁନା ମହାନ୍ତିକୁ ଆସନ୍ତା ୨୧ ଦିନ ମଧ୍ୟରେ ଆତ୍ମସମପର୍ଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha SI Exam Scam 2025: CBI Reveals March Question Paper Leak Plot | Argus News