Police Si Exam Scam / SI ପରୀକ୍ଷା କେଳେଙ୍କାରୀ; ବିହାରର ନୀତିଶ କୁମାରଙ୍କ ପରେ ଗୁଜରାଟରୁ ନିତୁଙ୍କୁ ବାନ୍ଧିଲା CBI
·7 months ago·2 min read

Key Points
ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ପାଇଛି ବଡ଼ ପ୍ରମାଣ । ବିହାରରୁ ଗିରଫ ନୀତିଶ ପରୀକ୍ଷା କେଳେଙ୍କାରୀରେ ଗୁଜରାଟର ଦମ୍ପତି ସାମିଲ୍ ଥିବା ସୂଚନା ଦେବା ପରେ ନିତୁଙ୍କୁ ଧରିଛି ସିବିଆଇ ।
ଭୁବନେଶ୍ଵର: ଘାଣ୍ଟୁଛି ସିବିଆଇ, ଖୋଲୁଛି ଗୁମର । ନୀତିଶ କୁମାର ଦେଲେ ନିତୁଙ୍କ ଠିକଣା । ବିହାର ପରେ ଗୁଜରାଟରେ ପଶିଲା ସିବିଆଇ । ପଦାକୁ ଆସିଲା ୪୨୦ ଦମ୍ପତିଙ୍କ କାରନାମା । ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ପାଇଛି ବଡ଼ ପ୍ରମାଣ । ବିହାରରୁ ଗିରଫ ନୀତିଶ ପରୀକ୍ଷା କେଳେଙ୍କାରୀରେ ଗୁଜରାଟର ଦମ୍ପତି ସାମିଲ୍ ଥିବା ସୂଚନା ଦେବା ପରେ ନିତୁଙ୍କୁ ଧରିଛି ସିବିଆଇ । ସ୍ଵାମୀ ଫେରାର୍ ହୋଇ ଯାଇଛନ୍ତି ।
ଅଧିକ ତଥ୍ୟ ପାଇଁ ଖୁବଶୀଘ୍ର ସିବିଆଇ ନିତୁଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିବ । ଅଭିଯୋଗ ଅନୁସାରେ, ସ୍ଵାମୀ, ସ୍ତ୍ରୀ ମିଶି ଗୁଜୁରାଟରେ କମ୍ପାନୀ ଖୋଲି କରୁଥିଲେ ଚାକିରି କେଳେଙ୍କାରୀ । ବିହାରରୁ ଗିରଫ ନୀତିଶ କୁମାରଙ୍କୁ ଜେରା କରିବା ପରେ ଗୁଜରାଟର ନିତୁ ଆରୋରା ଓ ତାଙ୍କ ସ୍ୱାମୀଙ୍କ ବିଷୟରେ ତଥ୍ୟ ପାଇଥିଲା CBI । ସେହି ତଥ୍ୟ ଆଧାରରେ ଗୁଜରାଟର ବରୋଦା ଅଞ୍ଚଳରୁ ସିବିଆଇ ନିତୁ ଆରୋରାଙ୍କୁ ଗିରଫ କରିଛି । ଫେରାର୍ ହୋଇ ଯାଇଛନ୍ତି ନିତୁଙ୍କ ସ୍ଵାମୀ ।
ଏଥିସହ ପଢ଼ନ୍ତୁ: ପିଲା ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି
ନିତୁ ଆରୋରାଙ୍କ ସ୍ୱାମୀଙ୍କ ନାଁରେ ରହିଛି ଉକ୍ତ କମ୍ପାନୀ । ସେଥିରେ ଅନେକ ଲୋକ ଚାକିରି କରିଥିବା ତଥ୍ୟ ପାଇଛି ସିବିଆଇ । ଓଡ଼ିଶାରେ ପୋଲିସ SI ଚାକିରି କେଳେଙ୍କାରୀରେ ନିତୁ ଆରୋରା ଓ ତାଙ୍କ ସ୍ୱାମୀଙ୍କର କ'ଣ ଥିଲା ଭୂମିକା ? ଗିରଫ ଦଲାଲ ମାନଙ୍କ ସହ କଣ ରହିଛି ସମ୍ପର୍କ ? ପୋଲିସ SI ଚାକିରf କେଳେଙ୍କାରୀ ଭଳି ଆଉ କେଉଁ କେଉଁ ଚାକିରି କେଳେଙ୍କାରୀରେ ଦମ୍ପତିଙ୍କ ସମ୍ପୃକ୍ତି ରହିଛି CBI ସେ ସବୁର ଖୋଳତାଡ଼ କରୁଛି ।
ସେପଟେ ଶଙ୍କର ପୃଷ୍ଟିର ମୁଖ୍ୟ ସହଯୋଗୀ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ଝାଳ ବୁହା ଜେରା କରିବା ପରେ OPRBର ଭୂମିକା ସନ୍ଦେହ ଘେରକୁ ଆସିଛି । OPRBର ଜଣେ ବରିଷ୍ଠ ଅଧିକାରୀଙ୍କ ବିଷୟରେ ତଥ୍ୟ ପାଇଛି CBI । ଖୁବଶୀଘ୍ର CBI ପକ୍ଷରୁ ତାଙ୍କୁ ସମନ କରାଯାଇ ପରେ । OPRBର ଉକ୍ତ ବରିଷ୍ଠ ଅଧିକାରୀଙ୍କ ପୋଲିସ SI ଚାକିରି କେଳେଙ୍କାରୀ ସହ କଣ ରହିଛି ଲିଙ୍କ୍ ? ଜେରା ବେଳେ ମୁନା ମହାନ୍ତି CBI ଆଗରେ କାହିଁକି ନେଲେ ନାଁ ?
ଏଥିସହ ପଢ଼ନ୍ତୁ: ନୀତିନ ନବୀନ କିଏ ? କେମିତି ଜିତିଲେ କେନ୍ଦ୍ରୀୟ ନେତୃତ୍ଵଙ୍କ ବିଶ୍ଵାସ ?
ବିଭିନ୍ନ ପର୍ଯ୍ୟାରେ ଗିରଫ ଦଲାଲ ମାନଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି CBIର ସ୍ୱତନ୍ତ୍ର ଟିମ । ଖୁବଶୀଘ୍ର ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କୁ ରିମାଣ୍ଡ ଆଣି ଜେରା କରିବ CBI । ଏହାପରେ ପୋଲିସ SI କେଳେଙ୍କାରୀ ଘଟଣା ଉପରୁ ପରଦା ହଟିବ ବୋଲି CBI ଆଶା ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories