|
logo
Live
Argus News App
GET APP

Argus News - କାଲି ମିଳିଥିଲା ୭୫ ଲକ୍ଷ, ଆଜି ହେଲେ ଗିରଫ; ମାସିକ ୨ ହଜାର ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି

Crime

Vigilance Raid / କାଲି ମିଳିଥିଲା ୭୫ ଲକ୍ଷ, ଆଜି ହେଲେ ଗିରଫ; ମାସିକ ୨ ହଜାର ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି

Sushanta Sahoo
Browse all articles by Sushanta Sahoo
·3 months ago·2 min read
କାଲି ମିଳିଥିଲା ୭୫ ଲକ୍ଷ, ଆଜି ହେଲେ ଗିରଫ; ମାସିକ ୨ ହଜାର ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି
From ₹2,000 Salary to Crorepati: Tahasildar Arrested

Key Points

ମଙ୍ଗଳବାର ବାରଙ୍ଗ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ସ୍ଥାନରେ ରେଡ୍ ପରେ ବୁଧବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭୁବନେଶ୍ଵର: ବନ୍ଧାହେଲେ ବାରଙ୍ଗର ଅତିରିକ୍ତ ତହସିଲଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ମଙ୍ଗଳବାର ବାରଙ୍ଗ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ସ୍ଥାନରେ ରେଡ୍ ପରେ ବୁଧବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତକାଲି ରେଡ୍ ବେଳେ ମିଳିଥିଲା ପୁଳା ପୁଳା, ବିଡ଼ା ବିଡ଼ା ଟଙ୍କା । ବ୍ୟାଙ୍କ୍ ଲକର୍‌ରେ ରଖିବା ଭଳି ଘରେ ସାଇତି ରଖିଥିଲେ ଅତିରିକ୍ତ ତହସିଲଦାର୍ । ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ଖାଲି ୫୦୦ ଟଙ୍କିଆ ବଣ୍ଡଲ୍ । ଏତେ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ୍ ହୋଇ ଯାଇଛି ।

ଏଥିସହ ପଢ଼ନ୍ତୁ: ମାସିକ ୨ ହଜାର ଟଙ୍କା ଦରମାରୁ କୋଟିପତି; ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୫ ଲକ୍ଷ

ମଙ୍ଗଳବାର ଭୋର୍‌ରୁ ବାରଙ୍ଗ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଅତିରିକ୍ତ ତହସିଲଦାର ଜିତେନ୍ଦ୍ରଙ୍କ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ଭୁବନେଶ୍ଵର ବଡ଼ଗଡ଼ ଓ ବ୍ରିଟ୍ କଲୋନୀ ଘରୁ ମିଳିଛି ନଗଦ ୭୫ ଲକ୍ଷ ଟଙ୍କା ।

ସୂଚନା ଅନୁସାରେ, ଜିତେନ୍ଦ୍ର ଏତେ ପରିମାଣର ଟଙ୍କାକୁ ବ୍ରିଟ୍ କଲୋନୀ ସ୍ଥିତ ଶାଶୁ ମାଆଙ୍କ ଘରେ ଲୁଚାଇ ରଖିଥିଲେ । ଶାଶୁ ଶଯ୍ୟାଶାୟୀ ଥିବା ବେଳେ ସେଇଠି ରୁହନ୍ତି ଜିତେନ୍ଦ୍ର । ଏବେ ରେଡ୍ ବେଳେ ଏତେ ପରିମାଣର ଟଙ୍କା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଜିଲାନ୍ସ ଟଙ୍କା ଗଣିବା ମେସିନ୍ ଲଗାଇ ଟଙ୍କା ଗଣତି ଜାରି ରଖିଛି ।

ଭିଜିଲାନ୍ସ ଚଢ଼ାଉରେ ବଡ଼ଗଡ଼ରେ ଘର, ବଡ଼ଗଡ଼ ବ୍ରିଟ୍ କଲୋନୀରେ ତିନି ମହଲା କୋଠା, ଉତ୍ତରାରେ ୨ ବିଏଚ୍‌କେ ଫ୍ଲାଟ, ଖୋର୍ଦ୍ଧା ସାନପଲ୍ଲାରେ ଦୁଇ ମହଲା କୋଠା, ଭୁବନେଶ୍ଵରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଉଚ୍ଚମୂଲ୍ୟର ପ୍ଲଟ୍ ମିଳିଛି । ଅତିରିକ୍ତ ତହସିଲଦାରଙ୍କ ଘରୁ ୧୦୦ ଗ୍ରାମର ସୁନା ଗହଣା ମିଳିଛି ।

ଏଥିସହ ପଢ଼ନ୍ତୁ: ବଡ଼ ଇସାରା ଦେଲେ ମୋକିମ୍; 'ନୂଆବର୍ଷରେ ହେବାକୁ ଯାଉଛି ବହୁତ କିଛି'

ଏସ୍‌ବିଆଇ ବ୍ୟାଙ୍କରେ ବାବୁଙ୍କ ଏକ ଲକର୍ ରହିଥିବା ଜଣାପଡ଼ିଛି । ବ୍ଯାଙ୍କ, ଡାକଘର ଏବଂ ଅନ୍ୟ ସ୍ଥାନରେ କେତେ ଟଙ୍କା ଜମା କରାଯାଇଛି ସେ ନେଇ ବି ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ରେଡ୍ ବେଳେ ଗୋଟିଏ କାର୍ ସହ ଭିଜିଲାନ୍ସ ୪ଟି ବାଇକ୍ ଠାବ କରିଛି ।

ଭିଜିଲାନ୍ସ ସୂଚନା ଅନୁସାରେ, ଜିତେନ୍ଦ୍ର ପଣ୍ଡା ପୁନର୍ବାସ ଯୋଜନୀରେ ୧୯୯୫ ମସିହା ନଭେମ୍ବର ୧୧ରେ ବରିଷ୍ଠ ଲାବୋରେଟୋରୀ ସହାୟକ ଭାବେ ପଶୁ ସମ୍ପଦ ବିଭାଗରେ ନିଯୁକ୍ତି ପାଇଥିଲେ । ସେତେବେଳେ ଜିତେନ୍ଦ୍ରଙ୍କ ଦରମା ୨ ହଜାର ଟଙ୍କା ଥିଲା । ଏବେ ୩୦ ବର୍ଷର ଚାକିରି କାଳରେ ଜିତେନ୍ଦ୍ର କୋଟିପତି ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vigilance Raid: କାଲି ମିଳିଥିଲା ୭୫ ଲକ୍ଷ, ଆଜି ହେଲେ ଗିରଫ; ମାସିକ ୨ ହଜାର ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି | Argus News