Odisha Politics / ବଡ଼ ଇସାରା ଦେଲେ ମୋକିମ୍; 'ନୂଆବର୍ଷରେ ହେବାକୁ ଯାଉଛି ବହୁତ କିଛି'
·3 months ago·2 min read

Key Points
ମୋ ଡିକ୍ସିନାରୀରେ କିଛି ଅସମ୍ଭବ ନାହିଁ । ନୂଆ ବର୍ଷରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତି ମହମ୍ମଦ ମୋକିମ୍ ।
କଟକ: ଏକାଠି ହେବେ ଅସନ୍ତୁଷ୍ଟ । ନୂଆବର୍ଷରେ ଗଢ଼ିବେ ନୂଆ ଦଳ । ସମ୍ପୂର୍ଣ୍ଣ ନା ନ କହିଥିଲେ ବି ଦମ୍ଭୋକ୍ତି ଦେଖାଇ ଏମିତି ଦୃଢ଼ୋକ୍ତି ବାଢ଼ିଛନ୍ତି ମହମ୍ମଦ ମୋକିମ୍ । କହିଛନ୍ତି, "କଂଗ୍ରେସ ଓ ବିଜେଡିର ଅସନ୍ତୁଷ୍ଟଙ୍କୁ ନେଇ ନୂଆବର୍ଷରେ ହେବାକୁ ଯାଉଛି ନୂଆ ସମୀକରଣ ।" ନିକଟରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରିଥିଲା । ଯାହାପରେ ମୋକିମ୍ ବରିଷ୍ଠ ନେତାଙ୍କ ସହ ଲଗାତାର କର୍ମୀଙ୍କୁ ଭେଟି ଆଲୋଚନା କରୁଛନ୍ତି ।
ନୂଆ ଦଳ ଓ ସମୀକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ କହିଛନ୍ତି, "କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ ବହୁତ କିଛି ଶିଖିବାକୁ ହୋଇଥାଏ । ମୁଁ ସେହି କାର୍ଯ୍ୟକ୍ରମ ଜାରି ରଖିଛି । ଗତକାଲି ମଧ୍ୟ ଭୁବନେଶ୍ୱରର ବହୁ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛି । ଯେତେବେଳେ ପକ୍ରିୟା ସରି ଆସିବ, ଲୋକଙ୍କ ମତକୁ ନେଇ ମୁଁ ନିଷ୍ପତି ନେବି ।"
ଏଥିସହ ପଢ଼ନ୍ତୁ: ବାପା ମହମ୍ମଦ ମୋକିମଙ୍କ ରାସ୍ତାରେ ଯାଉଛନ୍ତି କି ଝିଅ ସୋଫିଆ ଫିର୍ଦ୍ଦୋସ ? ପୋଷ୍ଟରରେ ନାହିଁ କଂଗ୍ରେସ
ମୋ ଡିକ୍ସିନାରୀରେ କିଛି ଅସମ୍ଭବ ନାହିଁ । ନୂଆ ବର୍ଷରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତି ମହମ୍ମଦ ମୋକିମ୍ । ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟକୁ ନେଇ ମହମ୍ମଦ ମୋକିମ୍ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, "ବିଜେଡି ଭିତରେ କନ୍ଦଳ ଲାଗି ରହିଛି । ରାଜ୍ୟସଭା ନିର୍ବାଚନରେ ସ୍ପଷ୍ଟ ହେବ । ବିଜେଡିରେ ଅସନ୍ତୋଷ ଚରମରେ ଥିବା ବେଳେ ନେତା ନୂଆ ଦଳ ଗଢୁଛନ୍ତି ନା କେବଳ ବୟାନ ବାଜିରେ ସୀମିତ ତାକୁ ଅପେକ୍ଷା କରିଛି ।"
ସେହିଭଳି କଂଗ୍ରେସରେ ମଧ୍ୟ ସମାନ ସ୍ଥିତି । କଂଗ୍ରେସରେ ବହୁ ଉତ୍ସାହୀ ବ୍ୟକ୍ତିତ୍ୱ ଦିଗହରା ହୋଇ ଅଛନ୍ତି । ବିଜେଡି, କଂଗ୍ରେସର ବହୁନେତା ଯୋଗାଯୋଗରେ ଅଛନ୍ତି । ଯଦି କିଛି ନୁଆ ସମ୍ଭାବନା ହେବ, ସେମାନେ ସେହି ଦଳକୁ ଆସିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମହମ୍ମଦ ମୋକିମ୍ ।
ଏଥିସହ ପଢ଼ନ୍ତୁ: ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାନ ବଦଳାଇ ଦେଲା ଶ୍ରୀମନ୍ଦିର ପ୍ରଶାସନ ! ନୂଆବର୍ଷ କ୍ୟାଲେଣ୍ଡରରେ ସାଂଘାତିକ ତ୍ରୁଟି
କଟକ ସହରରେ ସୋଫିଆ ଓ ତାଙ୍କ ଫଟୋ ଥାଇ କଂଗ୍ରେସ ଚିହ୍ନ ନଥାଇ ନୂଆବର୍ଷ ଶୁଭେଚ୍ଛା ହୋର୍ଡିଂ ଉପରେ ମୋକିମ୍ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, "କିଏ ପୋଷ୍ଟର ଲଗାଇଛି ଜାଣି ନାହିଁ । କୌଣସି ପ୍ରଶଂସକ କିମ୍ବା ଶୁଭେଚ୍ଛା ହୋର୍ଡିଂ ଲଗାଇଥାଇ ପାରନ୍ତି । ଯିଏ ବି ହୋର୍ଡିଂ ଲଗାଇଛି, ତାଙ୍କୁ ଧନ୍ୟବାଦ । ଆମ ଦୁଇଜଣଙ୍କ ସହ ସହରବାସୀଙ୍କ ସମର୍ଥନ ରହିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories