Mysterious Death / ୭୫ ବର୍ଷରେ କରିଥିଲେ ବିବାହ, ହେଲେ ପ୍ରଥମ ରାତି ପରେ ଚାଲିଗଲା ଜୀବନ

Key Points
୭୫ରେ ବର୍ଷରେ ବିବାହ କରିଥିଲେ
ହେଲେ ବିବାହ ପରଦିନ ହଠାତ ଚାଲିଗଲା ଜୀବନ
ଅନ୍ତିମ ସଂସ୍କାରକୁ ଅଟକାଇଦେଲେ ପରିବାର ଲୋକେ
୭୫ ବର୍ଷରେ ମଧ୍ୟ ବିବାହ କରିବାକୁ ସ୍ଥିର କରିଥିଲେ ବୃଦ୍ଧ । ଆଉ ଜଣେ ୩୫ ବର୍ଷୀୟ ମହିଳାକୁ ବିବାହ କରିଥିଲେ । ହେଲେ ବିବାହର ପ୍ରଥମ ରାତି ପରେ ଅଚାନକ ଚାଲିଗଲେ ବୃଦ୍ଧଜଣକ। ଯାହାକୁ ନେଇ ପୁରା ଗାଁରେ ଚର୍ଚ୍ଚା ଲାଗିରହିଛି ।
ଏପରି ଘଟଣା ଉତ୍ତରପ୍ରଦେଶର ବାଦଶାହପୁର ଥାନା କୁଛମୁଛ ଗାଁରେ ଦେଖିବାକୁ ମିଳିଛି । ସେହି ଗାଁର ଜଣେ ୭୫ ବର୍ଷର ବୃଦ୍ଧ ସଙ୍ଗ୍ରୁ ରାମଙ୍କର ପତ୍ନୀ ବର୍ଷେ ତଳେ ଚାଲି ଯାଇଥିଲେ । ଆଉ ତାଙ୍କର କୌଣସି ସନ୍ତାନ ସନ୍ତତି ମଧ୍ୟ ନଥିଲା । ଏହାପରେ ପୁରା ଏକାକି ହୋଇଯାଇଥିଲେ ସଙ୍ଗ୍ରୁରାମ । ଆଉ ତାଙ୍କର ଭାଇ ଏବଂ ଭଣଜା ଦିଲ୍ଲୀରେ ରହୁଥିଲେ । ତେବେ ସଙ୍ଗ୍ରୁ ରାମ କିଛି ଦିନ ହେବ ଦ୍ଵିତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଅଧିକ ପଢନ୍ତୁ : ୫୦ କୋଟିର ବୀମା ଟଙ୍କା ପାଇବାକୁ ମା' ବାପାଙ୍କୁ ହତ୍ୟା କଲା ପୁଅ
ହେଲେ ଗାଁ ଲୋକେ ତାଙ୍କୁ ବାରମ୍ବାର ଏସବୁ ପାଇଁ ମନା କରିଥିଲେ । ହେଲେ କାହାରି କଥା ଶୁଣିନଥିଲେ ସାଙ୍ଗ୍ରୁ । ସୋମବାର ଦିନ ସେ ଜଲାଲପୁର ଥାନା ଅନ୍ତର୍ଗତ ଜଣେ ୩୫ ବର୍ଷୀୟ ମହିଳା ମନଭାବତିଙ୍କୁ କରିଥିଲେ କୋର୍ଟ ମ୍ୟାରେଜ । ଏହା ମନଭାବତୀଙ୍କର ମଧ୍ୟ ଦ୍ଵିତୀୟ ବିବାହ ଥିଲା । ଆଉ ତାଙ୍କର ୨ଟି ଝିଅ ମଧ୍ୟ ଥିଲା । ଯାହାକୁ ନେଇ ସଙ୍ଗ୍ରୁ ରାମ କହିଥିଲେ, "ତୁମେ କେବଳ ଘରର ଦାୟିତ୍ଵ ନିଅ, ପିଲା ଦୁଇ ଜଣଙ୍କ ଦାୟିତ୍ଵ ମୁଁ ନେବି । "
ତେବେ ମନଭାବତୀ କହିଛନ୍ତି, ବିବାହ ହେବାପରେ ସେଦିନ ରାତିରେ ସେମାନେ ଅନେକ ସମୟ ଯାଏଁ କଥା ହୋଇଥିଲେ । ଆଉ ତା ପରଦିନ ସକାଳେ ତାଙ୍କର ହଠାତ ଦେହ ଖରାପ ହୋଇଥିଲା । ଆଉ ହସ୍ପିଟାଲ ନେବାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଏହି ଘଟଣା ପରେ ପରେ ଗାଁରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଦିଲ୍ଲୀରେ ରହୁଥିବା ତାଙ୍କର ଭଣଜା ଏହା ଶୁଣିବା ପରେ ଘଟଣାକୁ ସନ୍ଦେହଜନକ କହିବା ପରେ ତାଙ୍କର ନପହଞ୍ଚିବା ଯାଏଁ ଶବ ସଂସ୍କାର କରାଯିବନି ବୋଲି ଗାଁ ଲୋକଙ୍କୁ ଜଣାଇଥିଲେ। ତେବେ ଘଟଣାକୁ ନେଇ ଗାଁରେ ଅନେକ ପ୍ରକାରର ଚର୍ଚ୍ଚା ଲାଗି ରହିଛି । ପୋଲିସ ଯଦି ଘଟଣାକୁ ଗୁରୁତର ସହ ନେଇ ଛାନଭିନ କରି ତଦନ୍ତ କରେ, ତେବେ ହିଁ ଘଟଣାର ସମ୍ପୁର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ ।
📱 Get Argus News App
✨Related Topics
Explore more stories