Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Dowry Death Maharashtra / ଯୌତୁକ ସାମଗ୍ରୀ ଫେରସ୍ତ ମାଗିବାରୁ ହତ୍ୟା, ସ୍ବାମୀ ଓ ନଣନ୍ଦ ଗିରଫ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଯୌତୁକ ସାମଗ୍ରୀ ଫେରସ୍ତ ମାଗିବାରୁ ହତ୍ୟା, ସ୍ବାମୀ ଓ ନଣନ୍ଦ ଗିରଫ
Maharastra Murder

Key Points

ବାଥରୁମ ଦୁର୍ଘଟଣା କାହାଣୀ ମିଛ । ପୋଷ୍ଟମର୍ଟମ ଖୋଲିଲା ହତ୍ୟାର ସତ୍ୟ । ଯୌତୁକ ସାମଗ୍ରୀ ଫେରସ୍ତ ମାଗିବାରୁ ହତ୍ୟା । ସ୍ବାମୀ ଓ ନଣନ୍ଦ ଗିରଫ।
ମହାରାଷ୍ଟ୍ରର ପାଳଘର ଜିଲ୍ଲାରେ ଦେହେଜ ସମ୍ବନ୍ଧୀୟ ବିବାଦକୁ କେନ୍ଦ୍ର କରି ଜଣେ ୩୫ ବର୍ଷୀୟା ମହିଳାଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପୁଲିସ ଏହି ମାମଲାରେ ମୃତକଙ୍କ ସ୍ୱାମୀ ମହେଶ ସୋନୀ (୩୮) ଓ ନନଦ ଦୀପାଲି ସୋନୀଙ୍କୁ ଗିରଫ କରିଛି।

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଯୌତୁକ ସମ୍ବନ୍ଧୀୟ ବିବାଦକୁ କେନ୍ଦ୍ର କରି ଜଣେ ୩୫ ବର୍ଷୀୟା ମହିଳାଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପାଲଘର ପୋଲିସ୍‌ ମୃତକଙ୍କ ସ୍ବାମୀ ୩୮ ବର୍ଷୀୟ ମହେଶ ସୋନି ଓ ନଣନ୍ଦ ଦୀପାଲି ସୋନୀଙ୍କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ, କଳ୍ପନା ୨୦୧୫ ମସିହାରେ ମହେଶ ସୋନିଙ୍କୁ ବିବାହ କରିଥିଲେ । କଳ୍ପନା ଏବଂ ମହେଶଙ୍କର ଏକ ୭ ବର୍ଷର ଝିଅ ଅଛି । ତେବେ ଗତ ଡିସେମ୍ବର ୨୭ ତାରିଖରେ କଳ୍ପନାଙ୍କର ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ସହିତ ଝଗଡ଼ା ହୋଇଥିଲା । ଏହି ସମୟରେ ତାଙ୍କ ସ୍ୱାମୀ ମହେଶ ଏବଂ ନଣନ୍ଦ ଦୀପାଲି ସୋନି କଳ୍ପନାଙ୍କ ମୁଣ୍ଡକୁ ଏକ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। କଳ୍ପନା ଗୁରୁତର ଆହତ ହୋଇଥିଲେ। ପଡ଼ୋଶୀମାନେ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଅନୁଯାୟୀ, ତାଙ୍କ ଶ୍ୱଶୁର ଘର ଲୋକ ଦାବି କରିଛନ୍ତି ଯେ କଳ୍ପନା ବାଥରୁମରେ ଖସି ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ କରିଛି ଯେ ତାଙ୍କର ମୃତ୍ୟୁ ଶାରୀରିକ ହିଂସା ଏବଂ ଆକ୍ରମଣ ଯୋଗୁଁ ହୋଇଛି ।

ପୋଲିସ କହିଛି ଯେ ସ୍ୱାମୀ ଏବଂ ନଣନ୍ଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଉଭୟଙ୍କୁ ଗିରଫ କରାଯାଇଛି । କୋର୍ଟ ସେମାନଙ୍କୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dowry Dispute Turns Fatal in Palghar, Husband and Sister-in-Law Arrested | Argus News