Crime In Odisha / ନ୍ୟାୟ ପାଇଁ ବାରଣ୍ଡାରେ ଶୋଇ ଲଢ଼ୁଥିଲେ ଦିବ୍ୟାଙ୍ଗ ମହିଳା, ଘରେ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ !
·8 months ago·2 min read

Key Points
ଆଖିରେ ଧାର ଧାର ଲୁହ, ଛାତିରେ ମେଞ୍ଚାଏ କୋହ । ଯିଏ କଥା ଦେଇ ହାତ ଧରିଥିଲା, ସେ ହାତ ଛାଡ଼ିଦେଲା । ଆଉ ସ୍ଵାମୀକୁ ଫେରି ପାଇବା ପାଇଁ ଦିବ୍ୟାଙ୍ଗ ମହିଳା ଜଣଙ୍କ ଦୀର୍ଘ ୨୦ ଦିନ ହେଲା ଧାରଣାରେ ବସିଥିଲେ, ନ୍ୟାୟ ମାଗୁଥିଲେ । ହେଲେ ସେତକ ବି କରିବାକୁ ଦେଲେନି ।
ପରଜଙ୍ଗ (ଢେଙ୍କାନାଳ): ତୁ ମରିଯା... କହି ପୂର୍ବରୁ ପଳାଇଥିଲେ । ଏବେ ଘରେ ନିଆଁ ଲଗାଇ ଦେଲେ । ଆଖିରେ ଧାର ଧାର ଲୁହ, ଛାତିରେ ମେଞ୍ଚାଏ କୋହ । ଯିଏ କଥା ଦେଇ ହାତ ଧରିଥିଲା, ସେ ହାତ ଛାଡ଼ିଦେଲା । ଆଉ ସ୍ଵାମୀକୁ ଫେରି ପାଇବା ପାଇଁ ଦିବ୍ୟାଙ୍ଗ ମହିଳା ଜଣଙ୍କ ଦୀର୍ଘ ୨୦ ଦିନ ହେଲା ଧାରଣାରେ ବସିଥିଲେ, ନ୍ୟାୟ ମାଗୁଥିଲେ । ହେଲେ ସେତକ ବି କରିବାକୁ ଦେଲେନି । ଶେଷରେ ମଙ୍ଗଳବାର ଭୋର୍ ସମୟରେ ଦିବ୍ୟାଙ୍ଗ ମହିଳା ଜଣଙ୍କ ଶୋଇଥିବା ବେଳେ ନିଆଁ ଲଗାଇ ଦେଇଛନ୍ତି ।
ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗା ଥାନା ବସନ୍ତପଡ଼ା ଗାଁରେ । ସୂଚନା ଅନୁସାରେ, ଦିବ୍ୟାଙ୍ଗ ଲକ୍ଷ୍ମୀପ୍ରିୟା ବେହେରା, ସୁବ୍ରତ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ହେଲେ ଲକ୍ଷ୍ମୀପ୍ରିୟା ଭିନ୍ନ ଜାତିର ହୋଇଥିବାରୁ ଗ୍ରହଣ କରିନଥିଲେ ସୁବ୍ରତଙ୍କ ପରିବାର । ଲକ୍ଷ୍ମୀପ୍ରିୟାଙ୍କୁ ବୁଝାସୁଝା କରି ପରିବାର ଲୋକ ସୁବ୍ରତଙ୍କ ଠାରୁ ଅଲଗା କରିବା ସହ ଉଭୟଙ୍କୁ ୫ ଦିନ ପରେ ବିବାହ କରାଇବେ ବୋଲି କହିଥିଲେ ।
ଏଥିସହ ପଢ଼ନ୍ତୁ: ଦୀପାବଳି ରାତିରେ ହତ୍ୟାକାଣ୍ଡ; ନିଶାମୁକ୍ତି କେନ୍ଦ୍ରରେ ତଣ୍ଟି ଚିପିଦେଲେ ଅନ୍ତେବାସୀ
କିନ୍ତୁ ପରିବାର ଲୋକେ ପରବର୍ତ୍ତୀ ସମୟରେ ଆଉ ଲକ୍ଷ୍ମୀପ୍ରିୟାଙ୍କୁ ଗ୍ରହଣ କରି ନଥିଲେ । ଯାହାକୁ ନେଇ ଦିବ୍ୟାଙ୍ଗ ଲକ୍ଷ୍ମୀପ୍ରିୟା ଅକ୍ଟୋବର ୨ ତାରିଖରୁ ଧାରଣା ଦେଇ ନ୍ୟାୟ ମାଗୁଥିଲେ । ଆଉ ମଙ୍ଗଳବାର ଭୋର୍ ସମୟରେ ଲକ୍ଷ୍ମୀପ୍ରିୟାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରାଯାଇଛି । ଦିବ୍ୟାଙ୍ଗ ଲକ୍ଷ୍ମୀପ୍ରିୟା ଶୋଇଥିବା ବେଳେ ଶାଶୁଘର ଲୋକେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି ।
ଭୋର୍ ସମୟରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଲକ୍ଷ୍ମୀପ୍ରିୟା ଘରେ ଶୋଇଥିଲେ । ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଦମକଳକୁ ଡାକିଥିଲେ । ଲକ୍ଷ୍ମୀପ୍ରିୟାଙ୍କୁ ଘର ଭିତରୁ ଟାଣି ଆଣି ଗାଁର ଜଣେ ଯୁବକ ତାଙ୍କ ଜୀବନ ବଞ୍ଚାଇ ଦେଇଥିବା ବେଳେ ସେ ଆହତ ହୋଇଛନ୍ତି । ପ୍ରଥମେ ପ୍ରେମ, ମନ୍ଦିରର ବିବାହ ଓ ପ୍ରତାରଣା ପରେ ଲକ୍ଷ୍ମୀପ୍ରିୟାଙ୍କ ଧାରଣା ଆଉ ଏବେ ଘରେ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ ହୋଇଛି । ଏସବୁକୁ ପୋଲିସ ଗୁରୁତ୍ଵର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ୨ଜଣଙ୍କର ମୃତ୍ୟୁ
ପୂର୍ବରୁ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରତାରଣା ନେଇ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଢେଙ୍କାନାଳ ସଖୀ କେନ୍ଦ୍ରରେ ରଖିଥିଲା । ମାତ୍ରେ ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମେଡିକାଲ୍ରୁ ଡିସଚାର୍ଜ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ ଲକ୍ଷ୍ମୀପ୍ରିୟା । ଆଉ ଏବେ ତାଙ୍କ ଘରେ ନିଆଁ ଲଗାଇ ତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ହୋଇଛି । ଏ ଘଟଣାକୁ ନେଇ ପରଜଙ୍ଗରୁ ଢେଙ୍କାନାଳ ସବୁଠି ଚର୍ଚ୍ଚା ଜୋର୍ ଧରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories