|
logo
Live
Argus News App
GET APP

Argus News - ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ

Crime

Three Killed / ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ

Key Points

ସନ୍ଧ୍ୟାରେ ରକ୍ତାକ୍ତ ସଂଘର୍ଷରେ ପ୍ରାଣ ହରାଇଲେ ୩ ଜଣ । ବୟସ୍କ ବ୍ୟବସାୟୀଙ୍କୁ ଗୁଳିମାଡ଼ରୁ ଆରମ୍ଭ ହୋଇଥିବା ସଂଘର୍ଷରେ ୨ ଆତତାୟୀ ବି ଆଖି ବୁଜିଛନ୍ତି ।
ପାଟନା: ବୃଦ୍ଧ ବ୍ୟବସାୟୀଙ୍କ ସହ ୨ ଆତତାୟୀଙ୍କୁ ହତ୍ୟା । ସନ୍ଧ୍ୟାରେ ରକ୍ତାକ୍ତ ସଂଘର୍ଷରେ ପ୍ରାଣ ହରାଇଲେ ୩ ଜଣ । ବୟସ୍କ ବ୍ୟବସାୟୀଙ୍କୁ ଗୁଳିମାଡ଼ରୁ ଆରମ୍ଭ ହୋଇଥିବା ସଂଘର୍ଷରେ ୨ ଆତତାୟୀ ବି ଆଖି ବୁଜିଛନ୍ତି । ସୋମବାର ସନ୍ଧ୍ୟାର ବିହାର ରାଜଧାନୀ ପାଟନାର ଗୋପାଳପୁର ଥାନା ଅଞ୍ଚଳରେ ଗଡ଼ିଛି ୩ ମୁଣ୍ଡ ।

ସୂଚନା ଅନୁସାରେ, ଜମି ବିବାଦକୁ ନେଇ ବୟସ୍କ ବ୍ୟବସାୟୀଙ୍କୁ ଗୁଳି କରିଥିଲେ ବାଇକ୍‌ରେ ଆସିଥିବା ଦୁଇ ଦୁର୍ବୃତ୍ତ । ଗୁଳି ଖାଇ ବୟସ୍କ ସେଇଠି ପ୍ରାଣ ହରାଇଥିଲେ । ଦୁର୍ବୃତ୍ତ ବାଇକ୍‌ରେ ଖସିବାକୁ ଉଦ୍ୟମ କରିବା ବେଳେ ଘେରି ଯାଇଥିଲେ ସ୍ଥାନୀୟ ଲୋକ ।

ଆଉ ଦୁର୍ବୃତ୍ତଙ୍କ ଉପରେ ଆରମ୍ଭ କରିଥିଲେ ଆଖିବୁଜା ଆକ୍ରମଣ । ଲୋକଙ୍କ ଆକ୍ରମଣରେ ୨ ଆକ୍ରମଣକାରୀ ମଧ୍ୟ ସେଇଠି ଆଖି ବୁଜିଥିଲେ । ଏଭଳି ସଂଘର୍ଷ ଗୋପାଳପୁର ଥାନା ଡୋମନାଚକ ଅଞ୍ଚଳରେ ଘଟିଛି ।

ଏଥିସହ ପଢ଼ନ୍ତୁ: ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି

ସୂଚନା ଅନୁସାରେ, ହତ୍ୟାର ଶିକାର ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅଶ୍ରାଫି ରାଏ । ସେ ତାଙ୍କ ଘର ବାହାରେ ବସିଥିବା ବେଳେ ହଠାତ୍ ୨ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିଲେ । ଅଶ୍ରାଫିଙ୍କ ଦେହରେ ଏକାଧିକ ଗୁଳି ବାଜିଥିବା ବେଳେ ଖସି ପଳାଉଥିଲେ ଦୁର୍ବୃତ୍ତ ।

କିନ୍ତୁ ଗାଁ ଲୋକେ ଦୁର୍ବୃତ୍ତ ଦ୍ଵୟଙ୍କୁ ଧରିବା ସହ ପ୍ରବଳ ମାଡ଼ ମାରିଥିଲେ । ସେପଟେ ଅଶ୍ରାଫିଙ୍କୁ ମେଡିକାଲ୍ ନିଆ ଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଏହି ଗୁଳିମାଡ଼ ପଛରେ ପ୍ରାୟ ୨୦ କୋଟି ଟଙ୍କାର ଜମି କାରବାର ଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ହାତରେ ଗୁଳିମାଡ଼ର ସିସିଟିଭି ଫୁଟେଜ୍ ସହ ଆକ୍ରମଣର ଦୃଶ୍ୟ ଲାଗିଛି । ସବୁ ଦିଗକୁ ନେଇ ପୋଲିସ ଛାନଭିନ୍ କରୁଥିବା କହିଛନ୍ତି ଏସ୍‌ପି । ଏବେ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ସ୍ଥାନୀୟ ଲୋକ କହିଛନ୍ତି, "ଗୁଳି ଶବ୍ଦ ଶୁଣି ଦୌଡ଼ି ଆସିବା ବେଳେ ଦୁର୍ବୃତ୍ତ ଖସି ପଳାଉଥିଲେ । ପିଛା କରି ସେମାନଙ୍କୁ ଧରିବାକୁ ଚେଷ୍ଟା ବେଳେ ଆମ ଉପରକୁ ବି ଗୁଳିମାଡ଼ ହୋଇଥିଲା । ଏହାପରେ ଲୋକେ ଉଭୟଙ୍କ ଧରି ଢେଲା, ପଥର ମାଡ଼ କରିଥିଲେ ।"

ଏଥିସହ ପଢ଼ନ୍ତୁ: ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି

ପୋଲିସ କହିଛି, "ବ୍ୟବସାୟୀଙ୍କ ଘର ଠାରୁ ୨୦ ମିଟର ଦୂରରୁ ଅଲଗା ଅଲଗା ଭାବେ ଦୁଇ ଦୁର୍ବୃତ୍ତଙ୍କ ମୃତଦେହ ମିଳିଛି । ଯାହା ଦର୍ଶାଉଛି ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ ଧରିବା ପରେ ଅଲଗା କରି ମାଡ଼ ମାରିଥିଲେ । ଦୁଇ ଦୁର୍ବୃତ୍ତଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି ।"

ସୋମବାର ସନ୍ଧ୍ୟାରେ ୩ ଜଣଙ୍କୁ ହତ୍ୟା ପରେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଗାଁ ଲୋକଙ୍କୁ ପଚରାଉଚରା କରୁଛି । ଦୁର୍ବୃତ୍ତଙ୍କୁ ହତ୍ୟା କରାଯାଇଥିବା ସ୍ଥାନ ଠାରୁ ୧୦ ଫୁଟ୍ ପର୍ଯ୍ୟନ୍ତ ପଥର ଓ ଅନ୍ୟ ସାମଗ୍ରୀ ପଡ଼ିଛି । ପୋଲିସ ୮ରୁ ୧୦ଟି କ୍ୟାଟ୍ରେଜ୍ ପାଇଛି । ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ପୋଲିସ ତଦନ୍ତ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Three Killed: ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ | Argus News