|
logo
Live
Argus News App
GET APP

Argus News - ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି

Crime

Dog Attack / ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି

Key Points

ଦିଲ୍ଲୀର ପ୍ରେମ ନଗରରେ ରବିବାର ଅପରାହ୍ଣ ୩ଟାରେ ଏକ କୁକୁର କାମୁଡ଼ାରେ କାନ ହରାଇଛି ୬ ବର୍ଷର ଛୁଆ, ଚାଲି ଯାଇଛି ଶ୍ରବଣ ଶକ୍ତି । ଆଉ ଏହି ମାମଲାରେ କୁକୁର ମାଲିକକୁ ସୋମବାର ପୋଲିସ ଗିରଫ କରି ନେଇଛି ।
ନୂଆଦିଲ୍ଲୀ: ରବିବାର ଅପରାହ୍ଣ, ଛୁଟିଥିବାରୁ ଘର ଆଗରେ ଖେଳି ବୁଲୁଥିଲା ୬ ବର୍ଷର ଛୁଆ । ଆଉ ସେହି ସମୟରେ ହଠାତ୍ ମାଡ଼ ଆସିଲା ଏକ କୁକୁର (Pitbull) । କ୍ଷଣକରେ ଛୁଆଟିକୁ ଆକ୍ରମଣ କରି ଲହୁଲୁହାଣ କରିଦେଲା । ଛୁଆକୁ କୁକୁର ଏତେ ଜୋର୍‌ରେ କାମୁଡ଼ିଲା ଯେ ଦୁଇ ଜଣଙ୍କୁ ଛଡ଼ାଇବାକୁ ପଡ଼ିଲା ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପ୍ରେମ ନଗରରେ ରବିବାର ଅପରାହ୍ଣ ୩ଟାରେ ଏକ କୁକୁର କାମୁଡ଼ାରେ କାନ ହରାଇଛି ୬ ବର୍ଷର ଛୁଆ, ଚାଲି ଯାଇଛି ଶ୍ରବଣ ଶକ୍ତି । ଆଉ ଏହି ମାମଲାରେ କୁକୁର ମାଲିକକୁ ସୋମବାର ପୋଲିସ ଗିରଫ କରି ନେଇଛି ।

ଏଥିସହ ପଢ଼ନ୍ତୁ: ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'

ଛୋଟ ଛୁଆକୁ କୁକୁର କାମୁଡ଼ିବା ନେଇ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ମହାନଗର ନିଗମ (MCD) । ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କୁହାଯାଇଛି- "କୁକୁରଟି ଛୁଆଟିର ଡାହାଣ ପାର୍ଶ୍ଵ କାନକୁ କାମୁଡ଼ି ଦେଇଛି । ଘଟଣା ପରେ କୁକୁରଟିକୁ ସବୁଦିନ ପାଇଁ ପଶୁ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରକୁ ନିଆଯାଇଛି ।"

ଉତ୍ତରପଶ୍ଚିମ ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ ଥିବା ବିନୟ ଏନକ୍ଲେଭରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି । ଛୁଆଟି ଘର ଆଗରେ ଖେଳୁଥିବା ବେଳେ ପଡ଼ୋଶୀଙ୍କ କୁକୁର ଦୌଡ଼ି ଆସି ଆକ୍ରମଣ କରିଥିଲା । କୁକୁରଟି ପଡ଼ୋଶୀ ରାଜେଶ ପାଲଙ୍କର । ରାଜେସ ଜଣେ ଟେଲର୍ ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ପୋଖରୀରେ କାର୍‌, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ?

ଏନେଇ ପ୍ରେନ ନଗର ଥାନା ପୋଲିସକୁ ସନ୍ଧ୍ୟା ୫ଟା ୩୮ରେ ଫୋନ୍‌ ଯୋଗେ ଅଭିଯୋଗ କରାଯାଇଛି । କୁକୁର ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କୁକୁର ଠାରୁ ଛୁଆକୁ ଛଡ଼ାଇବାକୁ ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତି ଉଦ୍ୟମ କରୁଛିନ୍ତି । ଆଉ କୁକୁର ଛାଡ଼ିବା ମାତ୍ରେ ଛୁଆକୁ ରୋହିଣୀର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ପରେ ସଫଦରଜଙ୍ଗ ସ୍ଥାନାନ୍ତର କରାଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ପ୍ରାୟ ଦେଢ଼ ବର୍ଷ ହେଲା ରାଜେଶ ପାଲଙ୍କ ପୁଅ ସଚିନ କୁକୁରଟିକୁ ରଖିଥିଲେ । ଏବେ ପୋଲିସ କୁକୁର ମାଲିକକୁ ହତ୍ୟା ଅଭିଯୋଗରେ ଗିରଫ କରିଛି । ସଚିନ ବିରୋଧରେ ଆଇପିସି ଦାରା ୩୦୭ରେ ମାମଲା ରୁଜୁ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dog Attack: ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି | Argus News