Transgender Murder / ପିପିଲି ଉତ୍ତରା ଛକ ନିକଟରେ କିନ୍ନର ହତ୍ୟାକାଣ୍ଡ କୁ 8 ଦିନ ପୁରିଲା,ପୋଲିସ ହାତରେ ଲାଗିଲା ବଡ଼ ସୁରାଗ
·5 months ago·2 min read

Key Points
ପିପିଲି କିନ୍ନର ହତ୍ୟାକାଣ୍ଡକୁ 8 ଦିନ ପୁରିଲା
ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି
ପ୍ରମାଣ ଖୋଜୁଛି ପୋଲିସ
ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି
ପ୍ରମାଣ ଖୋଜୁଛି ପୋଲିସ
ପିପିଲି ଉତ୍ତରା ଛକ ନିକଟରେ କିନ୍ନର ହତ୍ୟାକାଣ୍ଡ କୁ 8 ଦିନ ପୁରିଲା ହେଲେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତା, ଦେହ ବ୍ୟବସାୟ କିମ୍ବା ଅନ୍ୟ କିଛି କାରଣ ନେଇ ଘଟିଛି ତା ଉପରୁ ପରଦା ହଟି ପାରିନି! ରାଜଧାନୀ ଉପକଣ୍ଠ 316 ନମ୍ବର ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ପାର୍ଶ୍ୱରେ ସନ୍ଧ୍ୟା ସମୟରେ ଏଭଳି ହତ୍ୟାକାଣ୍ଡ ଘଟିଗଲା ଯାହାର ତଦନ୍ତ ଏତେ ବିଳମ୍ବ ଘଟୁଛି! ତେବେ କିଏ ହତ୍ୟାକାରୀ ଓ କାହିଁକି ହତ୍ୟା କରିଛି ପୋଲିସ ବିଭିନ୍ନ ଦିଗକୁ ନେଇ ଛାନ୍ନଭିନ୍ନ କରୁଛି, ପୂର୍ବରୁ ପ୍ରାୟ 5 କିମି ଦୂରରୁ ମୃତ କିନ୍ନରଙ୍କ ବ୍ୟାଗ ପୋଲିସ ଜବତ କରିଥିଲା ବେଳେ ଜାତୀୟ ରାଜପଥ ଓ ଏହାର ଆଖପାଖ ଅଞ୍ଚଳର ସବୁ CCTV କୁ ତଦନ୍ତ କରିଛି । କିଛି ଡିଜିଟାଲ ଓ ମେଟାଲ ପ୍ରମାଣ ମିଳିଛି, ଯଦିଓ କିଛି ପ୍ରମାଣ ପୋଲିସ ହାତରେ ଲାଗିଛି। ତଦନ୍ତ ବାଟବଣା ହେବା ଆଶଙ୍କା ରେ ଗଣମାଧ୍ୟମ କୁ ଏ ବିଷୟରେ କହିହେବ ନାହିଁ ବୋଲି ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି।
ଗତ ରବିବାର ବିଳମ୍ବିତ ରାତି । ଭୁବନେଶ୍ୱର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ଛକ ନିକଟ ସିଫା ନିକଟରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା କଡରେ ଛିଡ଼ା ହୋଇଥିବା କିନ୍ନର ସୋନାଲିଙ୍କୁ ଅନ୍ଧାର ରାତିରେ ଗୋଡ଼ାଇ ଗୋଡ଼ାଇ ଛୁରୀ ଭୁଷି ହତ୍ୟା କରିଛନ୍ତି ଦୁବୁର୍ତ୍ତ । କିନ୍ନରଙ୍କ ସହ କୌଣସି କଥାକୁ ନେଇ ବଚସା ହେବା ପରେ ହଠାତ୍ ଦୁର୍ବୃତ୍ତ ଛୁରିରେ ଆକ୍ରମଣ କରିଥିଲେ ।
ଦେଖନ୍ତୁ ଏହି ଖବର: କିଏ ସମ୍ଭାଳିବ କଟକ କଂଗ୍ରେସ ଗଡ଼ ? କଟକ ପାଇଁ ପିସିସି ସଭାପତିଙ୍କୁ ଘାରିଛି ଚିନ୍ତା
ସୋନାଲି ଜୀବନ ବିକଳରେ ଦୌଡ଼ିବାରୁ ଦୁର୍ବୃତ୍ତଜଣକ ଗୋଡ଼େଇ ଗୋଡ଼େଇ ପଛରୁ ଛୁରି ଭୁସି ଚାଲିଥିଲା । ଦୁଇ ଜଣ କିନ୍ନର ଘଟଣା ସ୍ଥଳରେ ପହଁଚିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଲି ଗଦାରେ ଛଟପଟ ହେଉଥିଲେ ସୋନାଲି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଛି ।
ମୃତ କିନ୍ନର ହେଲେ ଅଞ୍ଜଳି ଓରଫ ସୋନାଲି । ଘର ସାଲେପୁର ଅଞ୍ଚଳରେ, ତାଙ୍କ ପ୍ରକୃତ ନାମ ବିନେଶ ରାଉତ । ବୟସ ୨୫ ବର୍ଷ । ବର୍ଷକ ତଳେ ପରିବାର ଲୋକ ଜାଣିପାରିଲେ ଯେ ସେ ତୃତୀୟଲିଙ୍ଗି । ତାପରେ ସେ ଭୁବନେଶ୍ୱରରେ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୋଗ ଗୁରୁ ଭାବେ କାମ କରୁଥିଲେ । ଦୁଇଦିନ ହେବ ରାସ୍ତାକଡରେ ସେ ଛିଡା ହେଉଥିଲେ । ତେବେ ଏଭଳି ଜଣେ କିନ୍ନରଙ୍କୁ କିଏ କାହିଁକି ହତ୍ୟାକଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories