Pitabas Panda Murder Case / ଡେମୋ ଦେଖାଇବା ବେଳେ ଦୌଡ଼ିଲା ପୀତବାସଙ୍କୁ ଗୁଳି କରିଥିବା କୁରୁପତି ଭୂୟାଁ !

Key Points
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ମାସେ । ଗୁଳିକାଣ୍ଡ ସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ପୋଲିସକୁ ଦେଖାଇଛନ୍ତି ।
କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
ଏଥିସହ ପଢ଼ନ୍ତୁ: ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍ପି
ବୁଧବାର କ୍ରାଇମ ସିନ୍ ରିକ୍ରିଏସନ୍ ବେଳେ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଗୋଟି ଗୋଟି କରି ସବୁକିଛି ପୋଲିସକୁ ଦେଖାଇଛନ୍ତି । ଦୁହେଁ ବାଇକ୍ରେ କେଉଁ ରାସ୍ତା ଦେଇ ଆସିଥିଲେ, କେଉଁଠି ପୀତବାସଙ୍କୁ ଅଟକାଇଲେ, ଆଉ କିଭଳି ଗୁଳି କଲେ ସବୁ କିଛି ଦେଖାଇଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପୋଲିସ କ୍ରାଇମ୍ ସିନ୍ ରିକ୍ରିସନ୍ କରିଛି ।
କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କୁ ନମସ୍କାର କରିଥିଲେ ଉଭୟ କିଏ ବୋଲି ପୀତବାସ ପ୍ରଶ୍ନ କରିବା ମାତ୍ରେ ଗୁଳି କରିଥିଲେ କୁରୁପତି । ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ ।
ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ଦେଇ ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ଥୋଇ ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ପଳାଇଥିଲେ ।
ଏଥିସହ ପଢ଼ନ୍ତୁ: ଗୁମର ଖୋଲିଲା ପୋଲିସ; ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା, ଦୁଇଥର ହୋଇଥିଲା ପ୍ଲାନ୍
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ଏବେ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି କର୍ପୋରେଟର ମଳୟ ବିଷୋୟୀ ପ୍ରମୁଖ ଅଛନ୍ତି ।
ଏବେ ପୋଲିସ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କ ସହ ୬ ଜଣଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି । ରିମାଣ୍ଡ ବେଳେ ପୋଲିସକୁ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ । ସେପଟେ ପୀତବାସଙ୍କୁ ହତ୍ୟା ଘଟଣାରେ ବୈଦ୍ୟନାଥପୁର ଥାନାରେ ଜଣେ ଆଇନଜୀବୀଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।
📱 Get Argus News App
✨Related Topics
Explore more stories