Pitabash Panda Murder Case / ପୀତବାସ ପଣ୍ଡାଙ୍କ ପାଇଁ ଲଢିବେ ୨୦୯ ଆଇନଜୀବୀ
·8 months ago·2 min read

Key Points
ପୀତବାସ ପଣ୍ଡାଙ୍କ ପାଇଁ ଲଢିବେ ୨୦୯ ଆଇନଜୀବୀ
୨୦୯ ଆଇନଜୀବୀଙ୍କ ଓକିଲାତିନାମା ଦାଖଲ
ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀଙ୍କ ପାଇଁ ୪୪ ଆଇନଜୀବୀଙ୍କ ଓକିଲାତିନାମା
୨୦୯ ଆଇନଜୀବୀଙ୍କ ଓକିଲାତିନାମା ଦାଖଲ
ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀଙ୍କ ପାଇଁ ୪୪ ଆଇନଜୀବୀଙ୍କ ଓକିଲାତିନାମା
ବହୁଚର୍ଚ୍ଚିତ ବ୍ରହ୍ମପୁରର ପୀତବାସ ପଣ୍ଡା ହତ୍ୟା ମାମଲା । ପୀତବାସ ପଣ୍ଡାଙ୍କ ପାଇଁ ଲଢିବେ ୨୦୯ ଆଇନଜୀବୀ । ପୀତବାସ ପଣ୍ଡା ହତ୍ୟା ଘଟଣାରେ ତାଙ୍କ ତରଫରୁ ୨୦୯ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି । ବ୍ରହ୍ମପୁର SDJM କୋର୍ଟଙ୍କ ନିକଟରେ ଓକିଲାତିନାମା ଦାଖଲ କରିଛନ୍ତି । ପୂର୍ବରୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ୪୪ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି ।
ସେପଟେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ଏକ ମାସ ପୂରିଛି । ଆଉ ଏସବୁ ମଧ୍ୟରେ ବୁଧବାର ଗୁଳିକାଣ୍ଡ ସ୍ଥଳରେ ପୋଲିସ୍ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ତାହା ପୋଲିସକୁ ଦେଖାଇଛନ୍ତି ।
କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କୁ ନମସ୍କାର କରିଥିଲେ ଉଭୟ କିଏ ବୋଲି ପୀତବାସ ପ୍ରଶ୍ନ କରିବା ମାତ୍ରେ ଗୁଳି କରିଥିଲେ କୁରୁପତି । ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ ।
ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ଦେଇ ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ଥୋଇ ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ପଳାଇଥିଲେ ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ଏବେ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି କର୍ପୋରେଟର ମଳୟ ବିଷୋୟୀ ପ୍ରମୁଖ ଅଛନ୍ତି ।
ସେପଟେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ଏକ ମାସ ପୂରିଛି । ଆଉ ଏସବୁ ମଧ୍ୟରେ ବୁଧବାର ଗୁଳିକାଣ୍ଡ ସ୍ଥଳରେ ପୋଲିସ୍ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ତାହା ପୋଲିସକୁ ଦେଖାଇଛନ୍ତି ।
କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା
ବୁଧବାର କ୍ରାଇମ ସିନ୍ ରିକ୍ରିଏସନ୍ ବେଳେ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଗୋଟି ଗୋଟି କରି ସବୁକିଛି ପୋଲିସକୁ ଦେଖାଇଛନ୍ତି । ଦୁହେଁ ବାଇକ୍ରେ କେଉଁ ରାସ୍ତା ଦେଇ ଆସିଥିଲେ, କେଉଁଠି ପୀତବାସଙ୍କୁ ଅଟକାଇଲେ, ଆଉ କିଭଳି ଗୁଳି କଲେ ସବୁ କିଛି ଦେଖାଇଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପୋଲିସ କ୍ରାଇମ୍ ସିନ୍ ରିକ୍ରିସନ୍ କରିଥିଲା ।କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କୁ ନମସ୍କାର କରିଥିଲେ ଉଭୟ କିଏ ବୋଲି ପୀତବାସ ପ୍ରଶ୍ନ କରିବା ମାତ୍ରେ ଗୁଳି କରିଥିଲେ କୁରୁପତି । ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ ।
ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ଦେଇ ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ଥୋଇ ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ପଳାଇଥିଲେ ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ଏବେ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି କର୍ପୋରେଟର ମଳୟ ବିଷୋୟୀ ପ୍ରମୁଖ ଅଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories