Security Guard Controversy / ଗାଁରେ ଉତ୍ତେଜନା: ଜଗୁଆଳିଙ୍କୁ ସଂଘବଦ୍ଧ ଭାବେ ହ*ତ୍ୟା, ପୋଲିସର ତଦନ୍ତ ଜାରି
·1 hour ago·2 min read

Key Points
ଘରୋଇ କମ୍ପାନୀର ଜଗୁଆଳିଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ
ସର୍ଗୀଗଡ଼ ଗ୍ରାମରେ ଉତ୍ତେଜନା
ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି
ସର୍ଗୀଗଡ଼ ଗ୍ରାମରେ ଉତ୍ତେଜନା
ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଆସିଛି ଏକ ବଡ଼ ଓ ଅଭାବନୀୟ ଖବର। ସର୍ଗୀଗଡ଼ରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଜଗୁଆଳିଙ୍କୁ ନିର୍ମମଭାବେ ହ*ତ୍ୟା କରି ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଯେଉଁ ଖବର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଗତକାଲି ରାତିରେ ମୃ*ତ ଜଗୁଆଳି ଜଣକ କମ୍ପାନୀର ସାମଗ୍ରୀ ଜଗି ରହିଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। କୁହାଯାଉଛି ଯେ, ପୂର୍ବରୁ ଅଶାନ୍ତି ଲାଗି ରହିଥିଲା।''
ସୂଚନାଯୋଗ୍ୟ ଯେ, ସର୍ଗୀଗଡ଼ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ହିଁ ଅଶାନ୍ତି ଓ ବିବାଦ ଲାଗିରହିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ ମଧ୍ୟରେ ହିଁ ଖଣି କାର୍ଯ୍ୟ ଜାରି ରହିଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଆଖିରେ ଧୂଳି ଦେଇ ଦୁର୍ବୃତ୍ତମାନେ କମ୍ପାନୀ ସାମଗ୍ରୀ ଜଗିଥିବା ଜଗୁଆଳିଙ୍କୁ ଅତି ବିଭତ୍ସ ଭାବେ ହ*ତ୍ୟା କରି ଫିଙ୍ଗି ଦେଇଛନ୍ତି।ହ*ତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁ ଦୁର୍ବୃତ୍ତମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।''
ଖବରପାଇ କୋଇଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃ*ତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଘଟଣା ପଛରେ ପୂର୍ବ ଶତ୍ରୁତା ରହିଛି ନା ଖଣି ବିବାଦକୁ ନେଇ ଏହି କାଣ୍ଡ ଘଟିଛି, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ଛାନଭିନ୍ ଚଳାଇଛି।''
ଏଥିସହ ପଢ଼ନ୍ତୁ: ସୁନା ଖୋଳୁ ଖୋଳୁ ଚାଲିଗଲା ୭୨ ଶ୍ରମିକଙ୍କ ଜୀବନ; ଇଜିପ୍ଟ ବାୟୁସେନାକୁ ଦାୟୀ କଲା ସୁଡାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିନକୁ ଦିନ ହ*ତ୍ୟା, ଚୋରି, ରାହାଜାନି ପରି ଘଟଣା ବଢ଼ିଚାଲିଛି। ଯାହାକୁ ନେଇ ସବୁଠି ଭୟଭୀତ ଅବସ୍ଥାରେ ସାଧାରଣ ଲୋକା। ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁଛି। ଲୋକେ କଣ କରିବେ, କେତେ ସୁରକ୍ଷିତ ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଆଗକୁ କିପରି ଏଭଳି ଘଟଣା ନଦେଖିବାକୁ ପଡ଼େ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଅପରାଧ ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଅପରାଧ ଖବର:
Related Topics
Explore more stories