Gold Mine Attack / ସୁନା ଖୋଳୁ ଖୋଳୁ ଚାଲିଗଲା ୭୨ ଶ୍ରମିକଙ୍କ ଜୀବନ; ଇଜିପ୍ଟ ବାୟୁସେନାକୁ ଦାୟୀ କଲା ସୁଡାନ
·1 day ago·2 min read

Key Points
ଆକାଶ ମାର୍ଗରୁ ଆକ୍ରମଣ, ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ । ଆକ୍ରମଣକୁ ନେଇ 'ଏମରଜେନ୍ସି ଲୟର୍ସ' ନାମକ ଅଧିକାର ସଂଗଠନ ଇଜିପ୍ଟର ବାୟୁସେନାକୁ ଦାୟୀ କରିଛି ।
ନୂଆଦିଲ୍ଲୀ: ସୁ଼ଡାନ-ଇଜିପ୍ଟ ସୀମାରେ ଥିବା ସୁନା ଖଣିରେ ବୋମାବର୍ଷା । ଆକାଶ ମାର୍ଗରୁ ହୋଇଥିବା ଆକ୍ରମଣରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣକୁ ନେଇ 'ଏମରଜେନ୍ସି ଲୟର୍ସ' ନାମକ ଅଧିକାର ସଂଗଠନ ଇଜିପ୍ଟର ବାୟୁସେନାକୁ ଦାୟୀ କରିଛି ।
ତେବେ ଅଭିଯୋଗକୁ ନେଇ ଇଜିପ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ତେବେ ଏବେ ହୋଇଥିବା ଆକ୍ରମଣ ଚଳିତ ବର୍ଷ ଜବଲ ଅଲ-ଉକୟଦାତ ଉପରେ ଦ୍ଵିତୀୟ ଆଟାକ୍ । ଏହା ପୂର୍ବରୁ, ଜୁନ୍ରେ ଇଜିପ୍ଟ ଆକାଶ ମାର୍ଗରୁ ଆକ୍ରମଣ କରିବା ଦ୍ଵାରା ୨୩ ଶ୍ରମିକ ପ୍ରାଣ ହରାଇଥିଲେ ।
ଏଥିସହ ପଢ଼ନ୍ତୁ: ସାଉଦି ଆରବରେ ହଠାତ୍ କ୍ଷେପଣାସ୍ତ୍ର ମାଡ଼; ଜଣେ ଭାରତୀୟ ମୃତ, ପରିବାର ସହ ମଦିନା ଯାଇଥିଲେ
ସେତେବେଳେ ମଧ୍ୟ ଇଜିପ୍ଟର ସେନା ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନଥିଲା । କିନ୍ତୁ ସେତେବେଳେ ଇଜିପ୍ଟ କହିଥିଲା ଯେ, "ଦେଶର ସୀମା ଭିତରେ ଅବୈଧ ସୁନା ଖୋଳିବା ବିରୋଧରେ ବଡ଼ ଧରଣର ଅଭିଯାନ କରାଯାଇଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୀମା ବିବାଦ
ସୁଡାନ ଓ ଇଜିପ୍ଟ ମଧ୍ୟରେ ସୀମାକ ନେଇ ବିବାଦ ରହିଛି । ବିଭିନ୍ନ ପ୍ରାକୃତିକ ସମ୍ପଦରେ ଭର୍ତ୍ତି ହଲାୟେବ ତ୍ରିକୋଣ ଉପର ଦୁଇ ଦେଶ ନିଜର ଦାବି କରି ଆସୁଛନ୍ତି । ଅନ୍ୟପଟେ ଇଜିପ୍ଟ ହେଉଛି ସୁଡାନ ସେନାର ଏକ ଗୁରୁତ୍ଵପୂର୍ଣ୍ଣ ସହଯୋଗୀ । ଯାହା ଅର୍ଦ୍ଧସୈନିକ ବଳ 'ରାପିଡ୍ ସପୋର୍ଟ ଫୋର୍ସେଜ୍' ସହ ଯୁଦ୍ଧ ଲଢ଼ୁଛି ।
ଏବେ 'ଏମରଜେନ୍ସି ଲୟର୍ସ' ଅନୁସାରେ, "ଶନିବାର ହୋଇଥିବା ଆକ୍ରମଣରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏକାଧିକ ଲୋକ ଆହତ ହୋଇଛନ୍ତି । ଏଭଳି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଇଜିପ୍ଟ, ସୁଡାନର ପ୍ରାକୃତିକ ସମ୍ପଦକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି ।"
ଏଥିସହ ପଢ଼ନ୍ତୁ: ପୁରୁଣା ବିବାଦରୁ ଠେଙ୍ଗାରେ ପିଟିପିଟି ନେଇଗଲେ ପୂର୍ବତନ ବିଧାୟକଙ୍କ ଜୀବନ
ତେବେ ଆକାଶ ମାର୍ଗରୁ ହୋଇଥିବା ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିବା ୨ ଶ୍ରମିକ ସେମାନଙ୍କ ଭୟଙ୍କର ଅନୁଭବ କହିଛନ୍ତି । ଶ୍ରମିକଙ୍କ ଅନୁସାରେ, "ଶନିବାର ସକାଳ ପ୍ରାୟ ୮ଟାରେ ଏକ ଯୁଦ୍ଧ ବିମାନ ଆସି ୫ଥର ଆକ୍ରମଣ କରିଥିଲା । ଆକ୍ରମଣ ଭୟରେ ଆମେ ପାହାଡ଼ ଉପରକୁ ପଳାଇଥିଲୁ ।"
ମଲେଣି ୨ ଲକ୍ଷ ଲୋକ

୨୦୨୩ ଏପ୍ରିଲ୍ରୁ ଇଜିପ୍ଟ-ସୁଡାନ ସୀମାରେ ଏଭଳି ସଂଘର୍ଷରେ ୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଯାହା ଏକ ଗମ୍ଭୀର ମାନବୀୟ ସଂକଟ ସୃଷ୍ଟି କରିଛି । ସୁନା ଖଣିରେ କାମ କରି ପରିବାର ପୋଷୁଥିବା ଲୋକଙ୍କ ଜୀବନକୁ ଆକ୍ରମଣ ଦୁର୍ବିସହ କରି ସାରିଲାଣି ।
Related Topics
Explore more stories