Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାନବିକତାର ସବୁ ସୀମା ପାର; ୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୬୫ ବର୍ଷୀୟ ବୃଦ୍ଧ

Crime

Pune Horror / ମାନବିକତାର ସବୁ ସୀମା ପାର; ୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୬୫ ବର୍ଷୀୟ ବୃଦ୍ଧ

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·2 min read
ମାନବିକତାର ସବୁ ସୀମା ପାର; ୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୬୫ ବର୍ଷୀୟ ବୃଦ୍ଧ
Pune Horror

Key Points

କୋମଳମତୀ ଶିଶୁ ଉପରେ ରାକ୍ଷସ ବୃଦ୍ଧର ନଜର
ଦିବାଲୋକରେ କୁନିଝିଅ ସହ କଲା ଦୁଷ୍କର୍ମ
ମହାରାଷ୍ଟ୍ର ପୁଣେ ଜିଲ୍ଲାରେ ଦିବାଲୋକରେ ଭୟଙ୍କର କାଣ୍ଡ । ମାନବିକତାର ସବୁ ସୀମା ପାର କଲା ୬୫ ବର୍ଷୀୟ ବୃଦ୍ଧ । ୪ ବର୍ଷର କୁନିଝିଅ ଉପରେ ପକାଇଲା ପାପ ନଜର । ଏପରିକି କୁନି ଝିଅ ସହ ଦୁଷ୍କର୍ମ କରିବା ପରେ ତାକୁ ଜୀବନରୁ ମାରିଦେବାକୁ ପଛାଇଲା ନାହିଁ ଏହି ରାକ୍ଷସରୂପୀ ମଣିଷ । କୁନି ଝିଅର ମୃତଦେହକୁ ଲୁଚାଇବା ଲାଗି ଗୋବର ଗଦା ଭିତରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ବିରୋଧର ମାହୋଲ ଥିବାବେଳେ ଅଭିଯୁକ୍ତ ବୃଦ୍ଧକୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି ହୋଇଛି ।

  • ଖେଳୁଥିବା ଶିଶୁକୁ ଉଠାଇ ନେଇଥିଲା
ପୀଡ଼ିତା ୪ ବର୍ଷର ନାବାଳିକା ଜଣକ ଘର ବାହାରେ ଖେଳୁଥିବା ସମୟରେ ବୃଦ୍ଧ ଜଣକ ତାକୁ ଉଠାଇ ନେଇଥିଲା । ଏହାପରେ ତାକୁ ଏକ ଗୁହାଳ ଘରେ ଦୁଷ୍କର୍ମ କରିଥିଲା । କାଳେ ଧରାପଡ଼ିଯିବ ସେଥିଲାଗି କୁନି ଝିଅକୁ ପଥରରେ ଛେଚି ହତ୍ୟା କରିବା ସହ ମୃତଦେହକୁ ଗୋବର ଗଦାରେ ଲୁଚାଇ ରଖିଥିଲା । କୁନିଝିଅଟି ହଠାତ୍ ନିଖୋଜ ହୋଇଯିବା ପରେ ପରିବାର ଲୋକ ତାକୁ ଖୋଜିବା ଆରମ୍ଭ କରିଥିଲେ । ଏହି ସମୟରେ ଗୋବର ଗଦା ଭିତରୁ ତାର ମୃତଦେହକୁ ଉଦ୍ଧାର କରାଯାଇଛି ।

  • କେମିତି ଜଣାପଡ଼ିଲା ଘଟଣା ?
ଏହି ଘଟଣା ସମ୍ପର୍କରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ସ୍ଥାନୀୟ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା । ଏହି ଭିଡିଓରେ ଅଭିଯୁକ୍ତ ବୃଦ୍ଧ ଶିଶୁକୁ ଗୁହାଳ ଘର ଆଡ଼କୁ ନେଇଯାଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ମାମଲାର ଯାଞ୍ଚ ଆରମ୍ଭ କରିଛି । ତଦନ୍ତ ବେଳେ ଜଣାପଡ଼ିଛି ଯେ ପୀଡ଼ିତା ନାବାଳିକା ଜଣକ ଖରାଛୁଟି କାଟିବା ଲାଗି ମାମୁଘର ଆସିଥିଲା । ପୂରା ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିବା ସହ ମୃତଦେହକୁ ଧରି ଥାନା ଆଗରେ ଆନ୍ଦୋଳନ କରିଛନ୍ତି । ଏପରିକି କ୍ରୋଧିତ ଗ୍ରାମବାସୀ ଅଭିଯୁକ୍ତ ବୃଦ୍ଧକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ମାତ୍ର ପୋଲିସ ଘଟଣାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବ ବୋଲି ଗ୍ରାମବାସୀଙ୍କୁ ଆଶ୍ଵାସନା ଦେଇଛି ।

ପଢନ୍ତୁ ଏହି ଖବର: ପୁଅ ପାଇଁ ବାପା ହିନସ୍ତା; ବହେ ମାଡ଼ ଖାଇଲେ, ପରିସ୍ରା ବି ପିଆଇଲେ

  • ମୁମ୍ବାଇ-ବେଙ୍ଗାଲୁରୁ ହାଇୱେ ଜାମ୍
ଏହି ଘଟଣା ଯୋଗୁଁ ମୁମ୍ବାଇ ଓ ବେଙ୍ଗାଲୁରୁ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ପୁଣେ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଶାନ୍ତ କରାଇବା ସହ ପ୍ରତିଶ୍ରୁତି ଦେଇଛି ଯେ ଆସନ୍ତା ୧୫ ଦିନ ମଧ୍ୟରେ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯିବ । ଉତ୍ତେଜନାକୁ ନିୟନ୍ତ୍ରଣରେ ନେବା ଲାଗି ସ୍ଥାନୀୟ ଅଞ୍ଚଳରେ ଅନେକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pune Horror: 4-Year-Old Girl Assaulted and Murdered, 65-Year-Old Man Arrested | Argus News