Pune Jewellery Failed Loot Attempt / ବୁର୍ଖା ପିନ୍ଧା ଗ୍ୟାଙ୍ଗ୍ ଡକାୟତି ଉଦ୍ୟମ ବିଫଳ! ପଡୋଶୀ ଚିତ୍କାର କରିବା ପରେ ମାରିଲେ ଛୁ...
·1 hour ago·2 min read

Key Points
୪ ଜଣ ଦୁର୍ବୃତ୍ତ ବୁର୍ଖା ପିନ୍ଧି ଶ୍ରୀନାଥ ଜୁଏଲର୍ସ ଠାରେ ପ୍ରବେଶ କରିଥିଲେ। ଅଭିଯୋଗ ହୋଇଛି ଯେ ସେମାନେ ବୁର୍ଖା ଭିତରେ କୁରାଢ଼ି ଏବଂ ବନ୍ଧୁକ ଲୁଚାଇ ରଖିଥିଲେ। ଦୋକାନ ଭିତରକୁ ପ୍ରବେଶ କରିବା ପରେ, ସେମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ବାହାର କଲେ, ଦୋକାନୀକୁ ଧମକ ଦେଲେ ଏବଂ ତାଙ୍କୁ ଲୁଟିବାକୁ ଚେଷ୍ଟା କଲେ।
ସଦ୍ୟ ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ବିଫଳ ହୋଇଛି ଏକ ଡକାୟତି ଉଦ୍ୟମ। ସ୍ଥାନୀୟ ଭୋର ତାଲୁକା ଅଧିନସ୍ଥ ଖେଡ଼-ଶିବାପୁର ଠାରେ ଅବସ୍ଥିତ ରହିଥିବା ଶ୍ରୀନାଥ ଜୁଏଲର୍ସ ଠାରେ ହୋଇଥିାବ ଡକାୟତି ଉଦ୍ୟମର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବୁର୍ଖା ପିନ୍ଧା ୪ ଜଣ ଅପରାଧି ଅଳଙ୍କାର ଦୋକାନରେ ପ୍ରବେଶ କରି ଦୋକାନୀଙ୍କୁ ଅସ୍ତ୍ର ଦେଖାଇ ଲୁଟ ପାଟ କରିବାକୁ ଚେଷ୍ଟା କରିଥିଲେ। ହେଲେ ଜଣେ ପଡ଼ୋଶୀ ଦୋକାନୀଙ୍କ ସତର୍କତା ଯୋଗୁଁ ଅପରାଧି ସେମାନଙ୍କ ଯୋଜନାରେ ବିଫଳ ହୋଇ ଘଟଣାସ୍ଥଳରୁ ପଳାୟନ କରିଥିଲେ। ଏହି ସମଗ୍ର ଘଟଣାକ୍ରମ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।
ରିପୋର୍ଟ ଅନୁସାରେ ଏହି ଘଟଣାଟି ଗତ ଶୁକ୍ରବାର (୧୬ ଅକ୍ଟୋବର) ରାତି ପ୍ରାୟ ଆଠଟା (08:00 PM) ସମୟରେ ଘଟିଥିବାର କୁହାଯାଉଛି। ବୁର୍ଖା ପିନ୍ଧା ୪ ଜଣ ଅପରାଧୁ ଶ୍ରୀନାଥ ଜୁଏଲର୍ସ ଠାରେ ପହଞ୍ଚିଥିଲେ। ଅଭିଯୋଗ କରାଯାଇଛି ଯେ ସେମାନେ ବୁର୍ଖା ଭିତରେ ଏକ କୁରାଢ଼ି ଏବଂ ବନ୍ଧୁକ ଲୁଚାଇ ରଖିଥିଲେ। ଦୋକାନରେ ପ୍ରବେଶ କରିବା ପରେ, ଅପରାଧୀ ସେମାନଙ୍କର ଅସ୍ତ୍ର ବାହାର କରିଥିଲେ। ଦୋକାନୀଙ୍କୁ ଧମକ ଚମକ ଦେଇ ତାଙ୍କୁ ଲୁଟ କରିବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ଜଣେ ପଡ଼ୋଶୀ ଦୋକାନୀଙ୍କର, ସେମାନଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହୋଇଥିଲା। ସେ ଅଳଙ୍କାର ଦୋକାନ ଭିତରକୁ ଚାହିଁଲେ ଏବଂ ପରିସ୍ଥିତି ଦେଖି ତୁରନ୍ତ ଆଲାର୍ମ ବଜାଇବା ଆରମ୍ଭ କଲେ। ତାଙ୍କ ସ୍ୱର ଶୁଣି ପାଖରେ ଥିବା ଲୋକ ସତର୍କ ହୋଇଉଠିଲେ। ନିଜକୁ କୋଣଠେସା ହେଉଥିବାର ଦେଖି, ୪ ଜଣ ଅପରାଧି ଡକାୟତି କରିବା ବଦଳରେ ଦୋକାନ ଛାଡି ପଳାୟନ କରିଥିଲେ।
ଏହା ସହ ପଢନ୍ତୁ: ଦେଖୁ ଦେଖୁ ୭୦ ଗ୍ରାମ ସୁନା ଗାଏବ କରିଦେଲେ ମହିଳା; ଅଳଙ୍କାର ଦୋକାନରେ ବୁଲାଇଦେଲେ କଳା କନା
ଏପରି ଭାବରେ ପଡ଼ୋଶୀ ଦୋକାନୀଙ୍କ ଉପସ୍ଥିତି ବୁଦ୍ଧି ଏବଂ ସତର୍କତା ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲା। ଏହି ସମଗ୍ର ଘଟଣାକ୍ରମ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ଘଟଣା ବିଷୟରେ ଜାଣିବା ପରେ, ରାଜଗଡ଼ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଡକାୟତି କରିବାକୁ ଆସି ଘଟଣାସ୍ଥଳରୁ ପଳାୟନ କରିଥିବା ଅପରାଧିଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ତାମିଲନାଡୁର ଜାହିରାବାଦ ଅଞ୍ଚଳରେ ନିଜକୁ ଗ୍ରାହକ ପରିଚୟ ଦେଇ ବୁର୍ଖାଧାରୀ ମହିଳାଙ୍କ ଏକ ଦଳ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ହାର ଲୁଟି ନେଇଥିଲେ। ସେମାନେ ଚୋରି କରିଥିବା ସୁନା ହାରର ଓଜନ ୭୦ ଗ୍ରାମ ରହିଥିଲା। ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ବୁର୍ଖାଧାରୀ ମହିଳା, ଦୋକାନ କର୍ମଚାରୀଙ୍କ ବ୍ୟସ୍ତତାର ସୁଯୋଗ ନେଇ ଏକ ସୋକେସ୍ ମଧ୍ୟରୁ ଏକ ୭୦ ଗ୍ରାମ ଓଜନର ସୁନା ହାର ଚୋରି କରି ନେଇଥିଲେ। ଏହା ପରେ ସେ ତାଙ୍କ ବ୍ୟାଗ୍ ମଧ୍ୟରେ ସୁନା ହାରକୁ ରଖି ତୁରନ୍ତ ତାଙ୍କ ସହ ଆସିଥିବା ଅନ୍ୟ ମହିଳାଙ୍କ ସହିତ ସେଠାରୁ ପଳାଇ ଯାଇଥିଲେ।
Related Topics
Explore more stories