|
logo
Live

Argus News - ଲୋଭ କରିଦେଲା କାଙ୍ଗାଳ; ୧୧ ଦିନରେ ରାସ୍ତାକୁ ପଳାଇ ଆସିଲେ କୋଟିପତି ଡାକ୍ତର

Crime

Cyber Fraud / ଲୋଭ କରିଦେଲା କାଙ୍ଗାଳ; ୧୧ ଦିନରେ ରାସ୍ତାକୁ ପଳାଇ ଆସିଲେ କୋଟିପତି ଡାକ୍ତର

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଲୋଭ କରିଦେଲା କାଙ୍ଗାଳ; ୧୧ ଦିନରେ ରାସ୍ତାକୁ ପଳାଇ ଆସିଲେ କୋଟିପତି ଡାକ୍ତର
₹12 Crore Scam in 11 Days

Key Points

ଜଣେ ୭୫ ବର୍ଷୀୟ ଡାକ୍ତର ହରାଇଛନ୍ତି ୧୨ କୋଟି ୩୧ ଲକ୍ଷ ଟଙ୍କା । ତାହା ପୁଣି ମାତ୍ର ୧୧ ଦିନରେ । ଡାକ୍ତରଙ୍କ ଭୁଲ୍ ଥିଲା, ଅତ୍ୟଧିକ ଲୋଭ । ଆଉ ସେହି ଲୋଭ ଆଜି ଡାକ୍ତର ବାବୁଙ୍କ ଆକାଉଣ୍ଟ ଖାଲି କରି ଦେଇଛି ।
ମୁମ୍ବାଇ: ମଣିଷ ଜୀବନ ଅଛି ମାନେ ଲୋଭ ରହିବା ସ୍ଵାଭାବିକ । କୁହାଯାଏ ନା ଅତି ଲେମ୍ବୁ ଚିପୁଡ଼ିଲେ ପିତା । ସେମିତି ଅତି ଲୋଭ ବି କ୍ଷତିକାରକ । ଯାହା ଘଟିଛି ବରିଷ୍ଠ ଡାକ୍ତର ବାବୁଙ୍କ କୋଟିପତି । ଡାକ୍ତର ବାବୁଙ୍କ ଅତି ଲୋଭ ତାଙ୍କୁ କୋଟିପତିରୁ ରାତାରାତି ସଜାଇ ଦେଇଛି କାଙ୍ଗାଳ, ଟାଣି ଆଣିଛି ରାଜରାସ୍ତାକୁ ।

ଏ ଘଟଣା ହେଉଛି ମହାରାଷ୍ଟ୍ରର ଅନ୍ୟତମ ବ୍ୟସ୍ତବହୁଳ ସହର ପୁନେର । ଯେଉଁଠି ଜଣେ ୭୫ ବର୍ଷୀୟ ଡାକ୍ତର ହରାଇଛନ୍ତି ୧୨ କୋଟି ୩୧ ଲକ୍ଷ ଟଙ୍କା । ତାହା ପୁଣି ମାତ୍ର ୧୧ ଦିନରେ । ଡାକ୍ତରଙ୍କ ଭୁଲ୍ ଥିଲା, ଅତ୍ୟଧିକ ଲୋଭ । ଆଉ ସେହି ଲୋଭ ଆଜି ଡାକ୍ତର ବାବୁଙ୍କ ଆକାଉଣ୍ଟ ଖାଲି କରି ଦେଇଛି ।

ଏଥିସହ ପଢ଼ନ୍ତୁ: ମୁମ୍ବାଇରେ ବଡ଼ ସାଇବର ଠକେଇ, ମାତ୍ର ୧୩ ଟଙ୍କା ପାଇଁ ଆକାଉଣ୍ଟରୁ ଉଡ଼ିଗଲା ୨୫ ଲକ୍ଷ

୧୧ ଦିନରେ ମିଳିବ ୫୪ କୋଟି

ସାଇବର ଲୁଟେରାଙ୍କ ଜାଲରେ ଡାକ୍ତର ବାବୁ ଜାନୁଆରୀ ମାସରେ ଫସିଥିଲେ । ପ୍ରଥମେ ଡାକ୍ତରଙ୍କ ପାଖକୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା । ଯେଉଁଥିରେ ଲେଖା ଥିଲା ଷ୍ଟକ ମାର୍କେଟରେ ଟଙ୍କା ଲଗାଇଲେ ଅଧିକ ରିଟର୍ଣ୍ଣ ମିଳିବ ।

ଏହାପରେ ଡାକ୍ତର ବାବୁ ଆଗ୍ରହ ଦେଖାଇଥିଲେ । ଆଉ ସାଇବର ଠକ ଡାକ୍ତର ବାବୁଙ୍କୁ 'VIP Stock 24' ନାମକ ଏକ ହ୍ଵାଟ୍ସଆପ୍ ଗ୍ରୁପ୍‌ରେ ଯୋଡ଼ିଥିଲେ । ଆଉ ସେହି ଗ୍ରୁପ୍‌ରେ ଠକ ନିବେଶ ନେଇ ବିଭିନ୍ନ ଆଖି ଦୃଶିଆ ଓ ଲାଭକାରୀ ପ୍ଲାନ୍ ସେୟାର୍ କରୁଥିଲେ ।

ଠକ ଆଶ୍ଵାସନା ଦେଇଥିଲେ ମାତ୍ର ୧୧ ଦିନରେ ଡାକ୍ତରଙ୍କୁ ୫୪ କୋଟି ଟଙ୍କା ଲାଭ ଦେବେ । ଏହାପରେ ଡାକ୍ତର ଠକଙ୍କ କହିବା ଅନୁସାରେ, ପ୍ରକ୍ରିୟା ଅନୁସରଣ କରି ଚାଲିଥିଲେ । ଠକଙ୍କୁ ଡାକ୍ତର ବିଶ୍ଵାସକୁ ନେବା ସହ ୧୨ କୋଟି ୩୧ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ ।

ଠକେଇ ପାଇଁ ନକଲି ଟ୍ରେଡିଂ ଆପ୍

ପୋଲିସ ଅନୁସାରେ, ଡାକ୍ତରଙ୍କ ଆଗ୍ରହ କ୍ରମେ ଠକେଇ ପାଇଁ ଉଦ୍ଦିଷ୍ଟ ଏକ ଏକ ନକଲି ଟ୍ରେଡିଂ ଆପ୍ ଡାଉନଲୋଡ୍ ପାଇଁ ପ୍ରବର୍ତ୍ତାଇ ଥିଲେ ସାଇବରେ ଲୁଟେରା । ଯେଉଁଥିରେ ଅନେକ ଅନ୍ତର୍ଜାତୀୟ ନାମୀ ଦାମୀ ଫାର୍ମ ନାଁ ରହିଥିଲା ।

ଏହା ପରେ ଡାକ୍ତର ବାବୁ ତାଙ୍କର ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ଦେବା ସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିଥିଲେ । ଆଉ ନକଲି ଆପ୍‌ରେ ସେହି ଟଙ୍କା ଜମା ହେଉଥିବା ଏବେ ସ୍କିମ୍ ଅନୁସାରେ ଲାଭ ମିଳିବ ବୋଲି ଦର୍ଶାଉଥିଲା ।

ଏଥିସହ ପଢ଼ନ୍ତୁ: ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

୮ଟି ଟ୍ରାଞ୍ଜାକ୍ସନରେ ଗଲା ୧୨ କୋଟି

ମାର୍ଚ୍ଚ ୭ ତାରିଖରୁ ମାର୍ଚ୍ଚ ୧୮ ତାରିଖରେ ଡାକ୍ତର ବାବୁ ତାଙ୍କର ୮ଟି ବ୍ୟାଙ୍କ୍ ଆକାଉଣ୍ଟରୁ ମୋଟ ୧୨ କୋଟି ୩୧ ଲକ୍ଷ ଟଙ୍କା ଠକ ଦେଇଥିବା ଆକାଉଣ୍ଟକୁ ପଠାଇଥିଲେ । ଜାନୁଆରୀରୁ ଠକଙ୍କ ଜାଲରେ ଡାକ୍ତର ଫସିଥିବା ବେଳେ ସମ୍ପତ୍ତି ଜବତ ଡର ଦେଖାଇଥିଲେ ଲୁଟେରା ।

ଡର ଓ ଲୋଭ ଭିତରେ ରିଟର୍ଣ୍ଣ ଆଶାରେ ଡାକ୍ତର ଟଙ୍କା ଦେଇ ଚାଲିଥିଲେ । ଠକଙ୍କ ଟଙ୍କା ଦାବି ମଧ୍ୟ ବଢ଼ି ଚାଲିଥିଲା । ଏଭଳି ଭାବେ ଠକେଇର ଶିକାର ହେବା ଜାଣିବା ପରେ ସାଇବର ପୋଲିସର ଦ୍ଵାରସ୍ଥ ହୋଇଛନ୍ତି ଡାକ୍ତର । ଏବେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber Fraud: ଲୋଭ କରିଦେଲା କାଙ୍ଗାଳ; ୧୧ ଦିନରେ ରାସ୍ତାକୁ ପଳାଇ ଆସିଲେ କୋଟିପତି ଡାକ୍ତର | Argus News