|
logo
Live

Argus News - ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

National

Cyber Fraud / ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

Debashree Debasmita Sahoo
Browse all articles by Debashree Debasmita Sahoo
·1 week ago·2 min read
ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
Cyber Fraud

Key Points

ସାଇବର ଠକଙ୍କ ଜାଲରେ ବମ୍ବେ ହାଇକୋର୍ଟ
ଜଜଙ୍କଠାରୁ ଲୁଟିନେଲେ ୬ ଲକ୍ଷ ଟଙ୍କା
ଅଭିଯୁକ୍ତଙ୍କୁ ଧରିଲା ମୁମ୍ବାଇ ପୋଲିସ
ପୁଣି ସାଇବର ଠକଙ୍କ ଜାଲରେ ବିଚାରପତି । ସ୍ମାର୍ଟ ଉପାୟରେ ଜଜଙ୍କଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଶେଷରେ ମୁମ୍ବାଇ ପୋଲିସ ସାଇବର ଠକକୁ ଗିରଫ କରିଛି । ଏହି ଘଟଣାରେ ମୁମ୍ବାଇ କଫ୍ ପରେଡ ପୋଲିସ ଗିରଫ କରିଥିବା ଅଭିଯୁକ୍ତ ଜଣକ ୨୫ ବର୍ଷର ବୋଲି ଜଣାପଡ଼ିଛି । ପୋଲିସ କହିଛି ଯେ ଅଭିଯୁକ୍ତ ଜଣକ ନକଲି କଷ୍ଟମର କେୟାର ନମ୍ବର ତିଆରି କରିଥିଲା ଓ ଏହାପରେ ଫିସିଙ୍ଗ ଆପ୍ ଜରିଆରେ ଟଙ୍କା ହଡ଼ପ କରିଥିଲା ।

ଏହି ସାଇବର ଠକ ଜଣକ କ୍ରେଡିଟ୍ କାର୍ଡ ରିୱାର୍ଡ ପଏଣ୍ଟ୍ସ ଜରିଆରେ ଜଜଙ୍କଠାରୁ ୬.୦୨ ଲକ୍ଷ ଟଙ୍କା ଲୁଟି ନେଇଛି । ଅଭିଯୁକ୍ତ ଜଣକ ଝାଡ଼ଖଣ୍ଡର ଜାମତାଡା ଅଞ୍ଚଳର ହୋଇଥିବାବେଳେ ତାର ନାମ ମଜହର ଆଲମ ଇସ୍ରାଇଲ ମିଆଁ ବୋଲି ଜଣାପଡ଼ିଛି । ମୁମ୍ବାଇ କଫ୍ ପରେଡ ପୋଲିସ ଜାମତାଡା ସାଇବର ସେଲ୍ ଓ ପୋଲିସ ଜରିଆରେ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ କହିଛି ଯେ ମିଆଁ କୌଣସି ଛୋଟମୋଟ ଅପରାଧୀ ନୁହେଁ, ସେ ୧୦ ରାଜ୍ୟରେ ସାଇବର ଠକେଇ କରିଛି । ତା ନାଁରେ ଅଲଗା ଅଲଗା ରାଜ୍ୟରେ ୩୬ରୁ ଅଧିକ ମାମଲା ରହିଛି ।

ପୋଲିସ କହିଛି ଯେ ଏହି ଠକେଇ ଘଟଣା ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିଲା, ଯେତେବେଳେ ଜଜ୍ ଜଣକ ନିଜର କ୍ରେଡିଟ୍ କାର୍ଡରେ ରିୱାର୍ଡ ପଏଣ୍ଟ୍ସ ରିଡିମ୍ କରିବା ଲାଗି ବ୍ୟାଙ୍କର କଷ୍ଟମର କେୟାର ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ । ଆଧିକାରିକ ହେଲ୍ପଲାଇନ୍ ନମ୍ବର ବ୍ୟସ୍ତ ଆସିବା ପରେ ସେ ଇଣ୍ଟରନେଟର ସାହାଯ୍ୟ ନେଇଥିଲେ । ଇଣ୍ଟରନେଟରୁ ତାଙ୍କୁ ଯେଉଁ ନମ୍ବର ମିଳିଥିଲା, ତାକୁ ସେ କଲ୍ ଲଗାଇଥିଲେ । ତେବେ ତାହା ସାଇବର ଠକଙ୍କ ଦ୍ଵାରା ତିଆରି ହୋଇଥିବା ଏକ ନକଲି ନମ୍ବର ଥିଲା ।

ସାଇବର ପୋଲିସର କହିବାନୁସାରେ, ଯେତେବେଳେ କୌଣସି ବ୍ୟକ୍ତି ଏପରି ନମ୍ବରକୁ କଲ୍ ଲଗାଇଥାନ୍ତି, ସେତେବେଳେ ସାଇବର ଠକମାନେ APK ଫାଇଲ୍ ପଠାନ୍ତି । ଏହାପରେ କଲ୍ କରିବା ଲାଗି ଜଜଙ୍କୁ ୧୮MBର ଏକ ଆପ୍ଲିକେସନ ଡାଉନଲୋଡ୍ କରିବାକୁ ହ୍ଵାଟ୍ସଆପକୁ ମେସେଜ ଆସିଥିଲା । ଯେତେବେଳେ ଉକ୍ତ ଫାଇଲଟି ତାଙ୍କର ଆଇଫୋନରେ ଖୋଲିନଥିଲା, ସେତେବେଳେ ଠକମାନେ କଷ୍ଟମର କେୟାର ହୋଇ ତାଙ୍କୁ ଆଣ୍ଡ୍ରଏଡ ଫୋନର ବ୍ୟବହାର କରିବାକୁ କହିଥିଲେ ।

ପଢନ୍ତୁ ଏହି ଖବର: ମୁମ୍ବାଇରେ ବଡ଼ ସାଇବର ଠକେଇ, ମାତ୍ର ୧୩ ଟଙ୍କା ପାଇଁ ଆକାଉଣ୍ଟରୁ ଉଡ଼ିଗଲା ୨୫ ଲକ୍ଷ

ଏହାପରେ ଜଜ୍ ଆଣ୍ଡ୍ରଏଡ ଫୋନରେ ନିଜର ସିମ୍ ପକାଇଥିଲେ ଓ ଆପ୍ଲିକେସନକୁ ଡାଉନଲୋଡ୍ କରିଥିଲେ । ଏହାପରେ ସେ ଉକ୍ତ ଆପ୍ଲିକେସନରେ କ୍ରେଡିଟ୍ କାର୍ଡର ସବିଶେଷ ତଥ୍ୟ ଦେଇଥିଲେ, ଯାହାଦ୍ଵାରା କ୍ରେଡିଟ ପଏଣ୍ଟସ ରିଡିମ ହୋଇପାରିବ । ଏହାପରେ ଠକମାନେ ବ୍ୟକ୍ତିଗତ ତଥ୍ୟ ହାତେଇବା ପରେ ଜଜଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ୬ ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଠକେଇର ଶିକାର ହୋଇଥିବା ଅନୁଭବ କରିବା ପରେ ଜଜ୍ ଜଣକ ସଙ୍ଗେ ସଙ୍ଗେ ମୁମ୍ବାଇ ପୋଲିସକୁ ଯୋଗାଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ୧୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber Fraud: ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା | Argus News