Punjab Police Constable Arrest / ୧୫ କେଜି ହେରୋଇନ୍ ସହ ପଞ୍ଜାବ ପୋଲିସ କନେଷ୍ଟବଳ ଗିରଫ
·48 mins ago·2 min read

Key Points
ପଞ୍ଜାବର ତରନତାରନ ଜିଲ୍ଲାରେ ଜଣେ ପୋଲିସ କନଷ୍ଟେବଳଙ୍କ ପାଖରୁ ୧୫ କିଲୋ ହେରୋଇନ ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଛି।
ପଞ୍ଜାବରେ ବହୁ ବର୍ଷ ଧରି ବେଆଇନ୍ ନିଶା କାରବାର ରାଜ୍ୟ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ଏହି ସମସ୍ୟା ଲାଗି ରହିବାର କାରଣ ପଞ୍ଜାବ ହେଉଛି ଦେଶର ଏକ ସୀମାନ୍ତ ରାଜ୍ୟ। ଯାହା ପାକିସ୍ତାନ ସହିତ ସୀମାକୁ ଲାଗିଛି। ଏଠାରେ ଡ୍ରୋନ୍ ମାଧ୍ୟମରେ ବହୁ ପରିମାଣର ଅବୈଧ ନିଶା କାରବାର ହୋଇଥାଏ। ଏହି ନିଶା କାରବାରକୁ ରୋକିବା ପାଇଁ ଜଣେ ପଞ୍ଜାବ ପୋଲିସ କନଷ୍ଟେବଳ ନିୟୋଜିତ ହୋଇଥିଲା। କିନ୍ତୁ, ଆଶ୍ଚର୍ଯ୍ୟର କଥା ସେହି କନଷ୍ଟେବଳ ଜଣଙ୍କୁ ୧୫ କିଲୋ ହେରୋଇନ୍ ସହିତ ଗିରଫ ହୋଇଛନ୍ତି।
ଏହି ଘଟଣାଟି ରାଜ୍ୟର ତରନ ତାରନ ଜିଲ୍ଲାରେ ଘଟିଛି। ଯେଉଁଠାରେ ଡ୍ରୋନ୍ ମାଧ୍ୟମରେ ହେଉଥିବା ସୀମାପାର ନିଶା କାରବାରକୁ ରୋକିବା ପାଇଁ ଜଣେ ପଞ୍ଜାବ ପୋଲିସ କନଷ୍ଟେବଳ ନିୟୋଜିତ ହୋଇଥିଲେ। ଯେତେବେଳେ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ କରିଥିଲେ, ସେତେବେଳେ କନଷ୍ଟେବଳଙ୍କ ପାଖରୁ ୧୫ କିଲୋ ହେରୋଇନ୍ ମିଳିଥିଲା।
ଗିରଫ କନଷ୍ଟେବଳ କିଏ?
ବିଏସଏଫ ଏବଂ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସରାଇ ଅମାନତ ଖାନ ଅଞ୍ଚଳରେ ତଦନ୍ତ ହୋଇଥିଲା। ତଦନ୍ତ ସମୟରେ ପଞ୍ଜାବ ପୋଲିସର ଜଣେ କନଷ୍ଟେବଳଙ୍କ ପାଖରୁ ୧୫ କିଲୋ ହେରୋଇନ୍ ମିଳିଥିଲା। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପୋଲିସ କନଷ୍ଟେବଳ ପରିଚୟ ମିଳିଛି। ସେ ହେଉଛନ୍ତି କରଣବୀର ସିଂହ। ଅଭିଯୁକ୍ତ କନେଷ୍ଟବଳ କରଣବୀର ସିଂହଙ୍କୁ ଡ୍ରୋନ୍ ଯୋଗେ ହେଉଥିବା ସୀମାପାର ନିଶା ଚୋରା ଚାଲାଣକୁ ରୋକିବା ପାଇଁ ସୀମାନ୍ତରେ ନିୟୋଜିତ କରାଯାଇଥିଲା।
ନିଜ ଗାଁକୁ ନେଇଯାଉଥିଲେ ହେରୋଇନ୍
ଯେତେବେଳେ ବିଏସଏଫ (BSF) ପକ୍ଷରୁ ନାକାବନ୍ଦୀ କରାଯାଇଥିଲା, ସେତେବେଳେ ଅଭିଯୁକ୍ତ କନେଷ୍ଟବଳ କରଣବୀର ସିଂହଙ୍କୁ ପାଖରୁ ୧୫ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ସେ ସୀମାନ୍ତ ଅଞ୍ଚଳରୁ ତାଙ୍କ ଗାଁକୁ ହେରୋଇନ୍ ନେଇ ଯାଉଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାରି ରହିଛି ତଦନ୍ତ
ଅଭିଯୁକ୍ତ କନେଷ୍ଟବଳ କରଣବୀର ସିଂହଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ବିଏସଏଫ ଏବଂ ସମ୍ବନ୍ଧିତ ତଦନ୍ତକାରୀ ସଂସ୍ଥା ସମଗ୍ର ମାମଲାର ତଦନ୍ତ କରୁଛନ୍ତି। ଏହି କଥିତ ଚୋରା ଚାଲାଣରେ କିଏ ସମ୍ପୃକ୍ତ ଏବଂ କେଉଁଠାରୁ ଡ୍ରଗ୍ସ ଯୋଗାଣ କରାଯାଇଥିଲା ତାହା ଜାଣିବାକୁ ପ୍ରୟାସ କରାଯାଉଛି। ପାକିସ୍ତାନ ପଟୁ ଡ୍ରୋନ୍ ଯୋଗେ ପଞ୍ଜାବକୁ ବିପୁଳ ପରିମାଣରେ ଅବୈଧ ନିଶା ଚୋର ଚାଲାଣ କରାଯାଉଛି। ଯାହାକୁ ରୋକିବା ସୁରକ୍ଷା ବାହିନୀ ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ସୀମାପାର ନିଶା ଚୋରାଚାଲଣକୁ ରୋକିବା ରାଜ୍ୟ ସମେତ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ପ୍ରୟାସ ଜାରି ରଖିଛନ୍ତି।

Related Topics
Explore more stories